ରାଜ୍ୟ

ଥଣ୍ଡା ପବନ, ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବିଶେଷକରି ଉପକୂଳରେ ତାପମାତ୍ରା ସ୍ବାଭାବିକ…

ମାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୧।୧୨(ଅସମାପିକା ସାହୁ): ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ…

ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ବେଳେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ ପରେ…

ନିରାକାରପୁର,୧୧ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ଗୋଳବାଇ ପଞ୍ଚାୟତ ଚନ୍ଦ୍ରମାପାଟପୁର ଗ୍ରାମର ଅହଲ୍ୟା ହାତୀଙ୍କ ୨୦୧୦ରେ ବୈଦିକ ରୀତିରେ ସୁରେଶ ହାତୀଙ୍କ ସହିତ ବିବାହ ହୋଇଥିଲା।…

ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୦।୧୨(ଅସମାପିକା ସାହୁ)- ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଏହି ତ୍ରୁଟି ଦେଖି ଯେତିକି ଛାତ୍ରୀଛାତ୍ର ହରଡ଼ ଗଣାରେ…

ସମୁଦ୍ରରେ ଭାସିଗଲେ ନାବାଳକ

ପୁରୀ,୧୦ା୧୨: ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବିହାରର ଜଣେ ନାବାଳକ ଭାସି ଯାଇଛନ୍ତି। ତାଙ୍କ ନାମ ଆର୍ଯ୍ୟନ ରାଜ। ସେ ତାଙ୍କ ମା-ବାପାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ…

ଓଡ଼ିଶାରେ ବାଗେଶ୍ବର ବାବା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ

ନୂଆଦିଲ୍ଲୀ,୧୦।୧୨: ବାବା ବାଗେଶ୍ବର ନାମରେ ପରିଚିତ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି କହିଛନ୍ତି ଓଡ଼ିଶାର ଲୋକେ ବହୁତ ଭାଗ୍ୟଶାଳୀ ଓ ଧାର୍ମିକ। ଜଗନ୍ନାଥ ଥିବା…

ବିଦ୍ୟୁତ୍‌ ଫାଶରେ ପଡ଼ି ପୁଅ- ପୁତୁରାଙ୍କ ଜୀବନ ଗଲା, ବାପା ଗୁରୁତର

ସୋନପୁର,୧୦।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅଧୀନ ସିଂହପାଲି ଅଞ୍ଚଳରେ ଏକ ଅଘଟଣ ଘଟିଛି । ବାର୍‌ହା ଶିକାର ପାଇଁ ହାତୀଲମୁଣ୍ଡା ଜଙ୍ଗଲ ପାର୍ଶ୍ୱ କ୍ଷେତରେ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ…

ବର୍ଷାରେ ଭିଜିଲା ମାଣ୍ଡିଆ ଫସଲ

ଭବାନୀପାଟଣା,୧୦।୧୨(ଉତ୍ତମ କୁମାର ଦାଶ)ଧାନଚାଷ ପରି ବର୍ଷାରେ ଭିଜିଯାଇଛି ମାଣ୍ଡିଆ ଫସଲ। ନଷ୍ଟ ହେବାର ଆଶଙ୍କା ଥିବାରୁ କଳାହାଣ୍ଡି ଜିଲାରେ ମାଣ୍ଡିଆ ଚାଷ କରିଥିବା ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ପାହାଡିଆ ଅଞ୍ଚଳରେ ହୋଇଥିବା ଚାଷ ବେଶ…

ପାଣି କିଣିଲେ, ଶୌଚ ପାଇଁ ବନ୍ଧୁଘର ଧାଇଁଲେ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ଖାଲଖମା ରାସ୍ତା, ବିଜୁଳି, ଦୁର୍ଗନ୍ଧ, ମଶା ଦାଉରେ କଲବଲ ହେବାପରେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଛନ୍ତି ସ୍ମାର୍ଟସିଟିବାସୀ। ଗୋଟେପଟେ ସ୍ବେରେଜ କାମ ପାଇଁ ଓ୍ବାଟ୍‌କୋ ସହରର ବିଭିନ୍ନ ସ୍ଥାନରେ ଖୋଳାପୋତା କରି ଚାଲିଥିବାବେଳେ ଏବେ…

ଆବର୍ଜନା ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ସ୍ମାର୍ଟସିଟିବାସୀ: କ୍ଷୁଣ୍ଣ ହେଉଛି ମାନବିକ ଅଧିକାର

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ସମାଜରେ ସମ୍ମାନର ସହ ବଞ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କେବଳ ମୌଳିକ ବା ସାମାଜିକ ଅଧିକାର ନୁହେଁ, ମନୁଷ୍ୟ ପାଇଁ ମାନବାଧିକାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ବତନ୍ତ୍ରତା, ଶିକ୍ଷା, ସ୍ବାଧୀନ ଭାବେ ନିଜ ଅଭିବ୍ୟକ୍ତି ରଖିବା ଭଳି…

ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର

ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍‌) ରହିଛନ୍ତି। ପୂର୍ବ ହିସାବକୁ ଦେଖିଲେ…

ଆଦର୍ଶ ଗ୍ରାମ ହେବ ବୁଣାକାରଙ୍କ ଗାଁ ରାଉତପଡ଼ା

ଖୋର୍ଦ୍ଧା,୧୦।୧୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକରେ ରହିଛି ରାଉତପଡ଼ା ଗ୍ରାମ। ଏହି ଗ୍ରାମର ଅଧିକାଂଶ ପରିବାର ବୁଣାକାର। ରାଉତପଡ଼ା ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ରହିଛନ୍ତି। ବର୍ଷସାରା ଏଠାରେ ହସ୍ତତନ୍ତ ଲୁଗା, ଗାମୁଛା, ବାନ୍ଧେଣୀ ଶାଢୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?