ରାଜ୍ୟ

ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି।...

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ...

ରାଜ୍ୟରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ...

ଏପ୍ରିଲରୁ ରବିବାର କ୍ଲାସ ବନ୍ଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ସ୍କୁଲରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ଦାସ କହିଛନ୍ତି ଯେ, ଏପ୍ରଲରୁ ରିଭିଜନ କ୍ଲାସ...

ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଲକ୍ଷ୍ମୀପ୍ରିୟା ରଣା...

‘ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ହେଉ’

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମଙ୍ଗଳବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ମହାସଂଘ କର୍ମକର୍ତ୍ତା କହିଛନ୍ତି, ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବିନା ଗୁଣାତ୍ମକ...

ଆସିଲା ୯,୦୪,୧୮୦ କୋଭିଶିିଲ୍ଡ ଟିକା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଯେଉଁଥିରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ବହୁବିଧ ରୋଗୀଙ୍କୁ...

ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ବିନିଯୋଗ ହୋଇ ନ ପାରି ଗଚ୍ଛିତ ରହିଛି। ଏହି ସମୟ...

କିଟ୍‌, କିସ୍‌ ମହିଳା କର୍ମଚାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): କିଟ୍‌ ଅନୁଷ୍ଠାନ ସମୂହ ଓ କିସ୍‌ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‌ ପକ୍ଷରୁ ମାଗଣା କୋଭିଡ୍‌ ଟିକା ଯୋଗାଇ ଦିଆଯିବ। ଏ ନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଆନ୍ତର୍ଜାତିକ ମହିଳା...

ଜିଦ୍‌ରେ ଅଟଳ ୨ସେବାୟତ ନିଯୋଗ

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୧୦ା୩ : ଗୁରୁବାର ଜାଗର। ଏଥିପାଇଁ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ୨ନିଯୋଗ ବିଭିନ୍ନ ଦାବି ପୂରଣ ନେଇ ଅଡ଼ି ବସିଛନ୍ତି। ଦାବି ପୂରଣ ନ...

ଭିଜିବୁଲ ପୋଲିସିଂ, କୁଇକ୍‌ ରେସ୍ପନ୍ସକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନ୍‌ ସିଟିର ଅଷ୍ଟମ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ କମିଶନର ରେଖା ଲୋହାନୀ ସୌମେନ୍ଦ୍ରଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ଦାୟିତ୍ୱ...

ପରଦା କଳାକୁ ପ୍ରୋତ୍ସାହନ ନାହିଁ

ଖୋର୍ଦ୍ଧା ଅଫିସ, ୧୦ା୩: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ। ଏହି ଗ୍ରାମର ଉଦୟନାଥ ସାହୁଙ୍କ ଭଳି ପ୍ରତିଭାବାନ ଶିଳ୍ପୀଙ୍କ ହାତର ଯାଦୁରେ ଚମକୁଥିଲା କଳାକୃତି। ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri