Odisha Elections 2024

ରାଜ୍ୟ

‘ଭାରତ-ଆମେରିକା ମଧ୍ୟରେ ପୁନଃ ପ୍ରତିଷ୍ଠା ହେବ ରଣନୈତିକ ଉର୍ଜା ସମ୍ପର୍କ’

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଊର୍ଜା ସଚିବ ଜେନିଫର ଗ୍ରାନ୍‌ହୋଲମଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ଗ୍ରାନ୍‌ହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ...

ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିଥିଲା। ପରେ ସେହି ଟ୍ରେନ ୧୨.୪୫ଟାରେ ନୟାଗଡ଼ ଟାଉନ...

ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର ୨୬ ପଇସା କମିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧.୨୮...

ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ ହେଉଥିବାରୁ ଆନ୍ଧ୍ର ଫାଇଦା ଉଠାଉଛି। କୋଟିଆ ପଞ୍ଚାୟତର ତିନି ଗ୍ରାମ ଯଥା ତଳଗଞ୍ଜେଇପଦର,...

ବନ୍ୟା ବିପନ୍ନଙ୍କ ଚୁଡ଼ା ପୋଡ଼ାଗଲା

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲାର ବରୀ ବ୍ଲକ ଏକ ବନ୍ୟା ବାତ୍ୟା ପ୍ରଭାବିତ ଅଞ୍ଚଳ। ବିଭିନ୍ନ ସମୟରେ ଏଠି ପ୍ରାକୃତିକ ବିପର୍ଯ୍ୟୟ ଆସି ଲୋକଙ୍କର କ୍ଷତି କରିଥାଏ। ସେହି ଅନୁସାରେ ସରକାରଙ୍କ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚୁଡ଼ାଗୁଡ଼ ମହଜୁଦ...

ଖାଇବା ତେଲ ମହଙ୍ଗା, ବଢୁଛି ଭେଜାଲ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ତେଲ ଭେଜାଲ, ଘିଅ ଭେଜାଲ, ମସଲା ଭେଜାଲ, କୋଲ୍ଡଡ୍ରିଙ୍କ୍ସ ଭେଜାଲ। ଅପମିଶ୍ରଣକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜଗତପୁରଠାରୁ ଆରମ୍ଭ କରି ଚନ୍ଦକା, ଜଟଣୀ ଶିଳ୍ପାଞ୍ଚଳରେ ହଜାର କୁଇଣ୍ଟାଲ...

ଦଣ୍ଡ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ‘ମନ୍‌ କି ବାତ୍‌’ରେ ଆପୱା (ଆକସନ ଫର ପ୍ରୋଟେକ୍ସନ ଅଫ୍‌ ୱାଇଲ୍ଡ ଆନିମଲସ୍‌) ସଂସ୍ଥାକୁ ପ୍ରଶଂସା କରିଥିଲେ। ଏହାର ନିର୍ଦ୍ଦେଶକ ବିଜୟ କବି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ...

୨୦୪୧ ସୁଦ୍ଧା ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପରିକଳ୍ପନା ନାହିଁ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଆସନ୍ତା ୨୦ ବର୍ଷ ଅର୍ଥାତ୍‌ ୨୦୪୧ ଯାଏ କଟକ ଓ ଭୁବନେଶ୍ୱର ସୁଦ୍ଧା ମେଟ୍ରୋ ଟ୍ରେନ୍‌ର ପରିକଳ୍ପନା ନାହିଁ। ଆବଶ୍ୟକ ଜନସଂଖ୍ୟା ନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ମେଟ୍ରୋ ରେଳସେବା ଆରମ୍ଭ ହୋଇପାରିବ ନାହିଁ। ଗୃହ ନିର୍ମାଣ ଓ...

ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହିତ ସର୍ବମୋଟ ୧୫ଜଣ ନାମାଙ୍କନ ପତ୍ର ଦାଖଲ...

ଟିକା: ହାଇରିସ୍କ ଗ୍ରୁପ୍‌କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ଏହି ଟିକାକରଣରେ ହାଇରିସ୍କ ଗ୍ରୁପ୍‌ ଯଥା ରାସ୍ତାକଡ଼ ଦୋକାନୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍‌ ଡ୍ରାଇଭର,...

ଚଳନ୍ତା କାର୍‌ରେ ନିଆଁ

ବଡବିଲ,୩୧।୩(ସ୍ବ.ପ୍ର)- କେନ୍ଦୁଝର ଜିଲା ବଡ଼ବିଲ ଡାକବଙ୍ଗଳା ଛକ ନିକଟରେ ମଙ୍ଗଳବାର ଏକ ଚଳନ୍ତା କାରରେ ନିଆଁ ଲାଗି ଜଳି ଯାଇଥିବାବେଳେ ଚାଳକ ଓ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୯ଟା ବେଳେ ସ୍ଥାନୀୟ...

ଦେହରେ କହୁଣୀ ବାଜିବାରୁ ଗଣ୍ଡଗୋଳ: ୧୧ ଗିରଫ

ବାହାନଗା, ୩୦ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତ ଝାଡତା ଗ୍ରାମରେ ଦୋଳ ଯାତ୍ରା ଅବସରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବକଙ୍କ ଦେହରେ ସେହି ଗ୍ରାମର ଜଣେ ଯୁବକଙ୍କ କହୁଣୀ ବାଜିଯିବାରୁ ଉଭୟଙ୍କ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri