ରାଜ୍ୟ

ପୁଣି ଅନୁଗୋଳରେ ହାତୀ ଆତଙ୍କ: ବୃଦ୍ଧଙ୍କୁ କଚାଡ଼ି ମାରିଲା

ଅନୁଗୋଳ ଅଫିସ,୨୯।୪: ଅନୁଗୋଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ମରଣ୍ଡା ଗାଁର ଝଟକ ବେହେରା(୬୫)। ମିଳିଥିବା ସୂଚନା ମୁତାବକ, ସକାଳେ ଝଟକ…

ଦକ୍ଷତା ବିକାଶ ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ୩ ଦିନିଆ ବୈଠକ ଓ ସେମିନାରରେ ପ୍ରାଥମିକ କ୍ଷେତ୍ର ଯଥା-କ୍ଷମତା ନିର୍ମାଣ ଓ ଭବିଷ୍ୟତର କାର୍ଯ୍ୟ କ୍ଷେତ୍ରରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା।…

ସ୍ପେଶାଲିଷ୍ଟ, ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମିଳିବ ଇନ୍‌ସେନ୍‌ଟିଭ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ସ୍ପେଶାଲିଷ୍ଟ ଏବଂ ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଆକୃଷ୍ଟ କରିବାକୁ ପ୍ରୋତ୍ସାହନ ରାଶି (ଇନ୍‌ସେନ୍‌ଟିଭ) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡାକ୍ତରମାନଙ୍କ ଡିପ୍ଲୋମେଟ୍‌ ଅଫ୍‌ ନ୍ୟାଶନାଲ (ଡିଏନ୍‌ବି) ସ୍ପେଶାଲିଷ୍ଟ ଏବଂ ସୁପରସ୍ପେଶାଲିଷ୍ଟ ଡିଗ୍ରୀ ଥିବ ସେମାନଙ୍କୁ ନ୍ୟାଶନାଲ ମେଡିକାଲ…

ଘରୋଇ ହସ୍ପିଟାଲରେ ହେବ ସି-ସେକ୍ସନ ଅଡିଟ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ସିଜରିିଆନ ପ୍ରସବ (ଡେଲିଭରି) ଚିନ୍ତାଜନକ ସ୍ଥିତିକୁ ଗଲାଣି। ସ୍ବାଭାବିକ ପ୍ରସବଠାରୁ ସିଜରିଆନ ଡେଲିଭରି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ…

ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ

ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ…

୨୧ ଜିଲାକୁ ସତର୍କ

ଭୁବନେଶ୍ବର ୨୮।୪(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଶୁକ୍ରବାର ପାଇଁ ୨୧ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି । ସେହିସବୁ ଜିଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ବିଇଡି ନାମଲେଖା: ମେ ୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ସ୍ବୟଂ ଶାସିତ କଲେଜଗୁଡ଼ିକରେ ବିଇଡି, ବିଏଚ୍‌ଇଡି ଓ ଏମ୍‌ଇଡି ନାମଲେଖା ପାଇଁ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା…

ରିମାଣ୍ଡରେ ଯିବେ ଲୁଣିଆ ଗ୍ୟଙ୍ଗ ସଦସ୍ୟ: ସାଜିଥିଲେ ନକଲି ପୋଲିସ

ଭୁବନେଶ୍ବର ୨୮।୪(ବ୍ୟୁରୋ): ନକଲି ପୋଲିସ ସାଜି ଟ୍ୟାଙ୍କର ହାଇଜ୍ୟାକ କରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଲୁଣିଆ ଗ୍ୟାଙ୍ଗର ସଦସ୍ୟ ରିମାଣ୍ଡରେ ଯିବେ। ନାଲିବତୀ ଲଗାଇ ହାଇଓ୍ବେରେ ମିଛ ପାଟ୍ରୋଲିଂ କରୁଥିବା ସହ ଡ୍ରାଇଭର, ହେଲ୍ପପରଙ୍କୁ ମାଡ଼ ମାରି ୪ ଲକ୍ଷ…

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟ ସଭା ଏମ୍‌ପି ବ୍ରଜଲାଲ, ଝାଡଖଣ୍ଡ ରାଜ୍ୟ ସଭା ଏମ୍‌ପି…

ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ: ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ହେଉଛି। ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ ଓ ବୈଧ ତାରିଖ ରହୁନି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଣପଞ୍ଜିକୃତ ସଂସ୍ଥା ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…

ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭଦ୍ରକ ଅଫିସ,୨୮ା୪: ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦ ମିନିଟ୍‌ ରହିବା ପରେ ୯.୫୦ରେ ଭଦ୍ରକରୁ ଛାଡ଼ିଥିଲା। ଏହି ବନ୍ଦେ ଭାରତ ଟ୍ରେନ୍‌ରେ…

‘ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଜୀବନ ଯାଉଛି’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଗଣଶିକ୍ଷା ବିଭାଗର ଅବହେଳା ପାଇଁ ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ଜୀବନ ଚାଲିଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିଯୁକ୍ତିକୁ ନିୟମତି କରିବା ଦାବିରେ ଗୁରୁବାର ଓଡିଶା ସରକାରୀ ହାଇସ୍କୁଲ ସିବିଟି ସଂଘ ପକ୍ଷରୁ ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଶିକ୍ଷୟିତ୍ରୀଶିକ୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri