ରାଜ୍ୟ

ଆଜି ଦଶପଲ୍ଲାରୁ ଗଡ଼ିବ ରେଳ: ରେଳ ମନ୍ତ୍ରୀ କରିବେ ଶୁଭାରମ୍ଭ

ନୟାଗଡ଼,୬।୧(ଲୋକନାଥ ମିଶ୍ର): ଆଜି ଦଶପଲ୍ଲାରୁ ଗଡ଼ିବ ରେଳ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଦଶପଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି।

ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୫।୧:ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-ଟି ତଥା ‘ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ…

ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ

ଭୁବନେଶ୍ୱର,୫।୧ (ସୂର୍ଯ୍ୟକାନ୍ତ ବେହେରା) : ୨୦୨୩ରେ ରାଜ୍ୟରେ ବଡ଼ ବଡ଼ ଠକେଇ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବହୁ ଘଟଣାର ପର୍ଦ୍ଦାଫାସ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍‌ଲାଇନ୍‌ ଚିଟ୍‌ଫଣ୍ଡ୍‌, କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ଆଦି ସାଇବର…

ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ

ଭୁବନେଶ୍ୱର, ୫।୧(ଅସମାପିକା ସାହୁ) – ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଯୋଗ ଦେବା ସହ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି। ଯେଉଁ ଛାତ୍ରୀଛାତ୍ର ଗୋଟିଏ…

ଓଲଟିଲା ବିଏସଏଫ ଭ୍ୟାନ୍‌, ୧୭ ଯବାନ ଗୁରୁତର

କୁମହାରି,୫।୧: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲାରେ ବିଏସଏଫ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ୧୭ ଜଣ ବିଏସଏଫ ଯବାନ ଗୁରୁୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ…

ପ୍ରକାଶ ପାଇଲା ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୫।୧: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆକରି ଯୋଡ଼ି ହୋଇଥିବା ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର…

ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର ୯.୪…

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ…

ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି

ଭୁବନେଶ୍ୱର,୫ା୧: ହାଇଟେକ୍‌ ମେଡିକାଲରେ ହୋଇଥିବା ବିସ୍ଫୋରଣକୁ ନେଇ ନାନା ସମସ୍ୟା ଉପୁଜିଛି। ମୃତ ବ୍ୟକ୍ତି ଏବେ ଜୀବିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଜ୍ୟୋତିରଞ୍ଜନ ମଲିକଙ୍କ ମୃତଦେହ କୁଆଡ଼େ ଗଲା ବୋଲି ପରିବାର ଲୋକେ ପ୍ରଶ୍ନ…

ରାଜ୍ୟରେ ଖୋଲିବ ଆଉ ୧୮ ସରକାରୀ +୩ କଳା ଡିଗ୍ରୀ କଲେଜ

ଭୁବନେଶ୍ୱର,୫ା୧: ରାଜ୍ୟରେ ଆଉ ୧୮ଟି ସରକାରୀ + ୩ କଳା ଡିଗ୍ରୀ କଲେଜ ଖୋଲିବ। ୨୦୨୪-୨୫ରୁ ଏହି କଲେଜ ଖୋଲି ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର…

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ

ପାଟଣା,୫।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକର ଯୁବ ନେତା ତଥା ଜିଲା ବିଜେଡି ଉପ ସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଧାରଣାରେ ବସିଲେ ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ

ଭୁବନେଶ୍ୱର,୫ା୧(ସତ୍ୟଜିତ୍‌ ରାଉତ): ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଗୁରୁବାର ହାଇଟେକ୍‌ ହସ୍ପିଟାଲ ପରିସରରେ ଧାରଣା ଦେଇଛନ୍ତି। ଜ୍ୟୋତିଙ୍କ ମୃତଦେହ ନେବାକୁ ସେମାନେ ଅଡ଼ି ବସିଛନ୍ତି। ଏଥସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରଖିଛନ୍ତି। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri