କାର୍ତ୍ତିକରେ କନ୍ଦାଉଛି ପିଆଜ, ଦର ଖସିବ କେବେ…
ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଞ୍ଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ ଏହାର…
ପୁଣି ମାତିଲା ଆଉ ଏକ ବାଘ, ଆଲର୍ଟରେ ବନ ବିଭାଗ
ନୂଆପଡା,୫।୧୧: ପୁଣି ମାତିଛି ମଣିଷଖିଆ ବାଘ। ଶନିବାର ରାତିରେ ବନବିଭାଗ ଏକ କଲରାପତିରିଆ ବାଘକୁ କାବୁ କରିଥିବାବେଳେ ରବିବାର ଆଉ ଏକ ବାଘ ପୁଣି ଆତଙ୍କ ଖେଳାଇଛି। ବାଘଟି ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ବୁଲୁଥିବାର ଦେଖିବାକୁ ପାଇଛନ୍ତି ଗ୍ରାମବାସୀ।…
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର,୫।୧୧: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ । ଟାଟାରୁ ରାଉରକେଲାକୁ ଯାଉଥିବା…
ଖିମ୍ଜୀ ଜୁଏଲର୍ସର ଧନ୍ତେରସ୍ ଧନବର୍ଷା ସ୍କିମ୍ ଉନ୍ମୋଚିତ
ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଧନ୍ତେରସ୍ର ଶୁଭ ପର୍ବରେ ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଖିମ୍ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ‘ଧନ୍ତେରସ୍ ଧନବର୍ଷା’ ସ୍କିମ୍ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଖିମ୍ଜୀ…
ଗୌତମ ପାତ୍ରଙ୍କୁ ନୂତନ ଦାୟିତ୍ୱ
ଭୁବନେଶ୍ୱର,୫।୧୧ୟୁକୋ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ଏକ ନୂତନ ମହାପ୍ରବନ୍ଧକ କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଭଳି ରାଜ୍ୟରେ ବ୍ୟାଙ୍କର ସାମଗ୍ରିକ ବ୍ୟବସାୟରେ…
ଦାରିଙ୍ଗବାଡିରେ ବିଦ୍ୟୁତ ବିଭ୍ରାଟ: ଡିବିରୀ, ଲଣ୍ଠନ ଭରସା
ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ତଥା ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡିରେ ଦୈନିକ ବିଦ୍ୟୁତ ବିଭ୍ରାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି, ଶନିବାର ସାରା ଜିଲାରେ ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟାରୁ ସଂଧ୍ୟା…
ପୁଣି ଅଲୋଡା ନବଜାତ ଶିଶୁକନ୍ୟା, ଉଦ୍ଧାର ସହ ଚିକିତ୍ସା ଜାରି
ନୀଳଗିରି, ୫।୧୧(ପ୍ରଶାନ୍ତ କୁମାର ବିଶ୍ବାଳ/ ମାନସ ବିଶ୍ୱାଳ):- ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି। ରବିବାର ଭୋର୍ ୪ଟା ୫୦ ସମୟରେ ନୀଳଗିରି ଏନ.ଏ.ସିର ୬ ନମ୍ବର୍ ୱାର୍ଡ ମସଜିଦ…
ୟୁବିଆଇ ପକ୍ଷରୁ ୱାକାଥନ୍
ଭୁବନେଶ୍ୱର,୫।୧୧: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ମେଗା ୱାକାଥନ୍ର ଆୟୋଜନ କରାଯାଇଥିଲା। ଏଥିରେ ୟୁବିଆଇ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବ୍ରହ୍ମପୁର ସହର ଓ ଉପକଣ୍ଠରେ ଥିବା ଶାଖା ଏବଂ…
ଚମକ ହରାଇଛି ବାଣ ବଜାର
ବ୍ରହ୍ମପୁର,୫ା୧୧(ସୁବାସ ଚନ୍ଦ୍ର ପାଢ଼ୀ)ଦିନ ଥିଲା ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ବାଲୁଙ୍କେଶ୍ୱର ବାଣ ବଜାର ରହିଥିଲା। ଦୀପାବଳି ଆସିବାର ପ୍ରାୟ ମାସକ ପୂର୍ବରୁ ଏହି ବଜାର ଚଳଚଞ୍ଚଳ ହୋଇ ଉଠୁଥିଲା। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲାଗୁଡିକରୁ ବ୍ୟବସାୟୀମାନେ ଏଠାକୁ…
ମହିଳାଙ୍କୁ ଖାଇଗଲା ବାଘ
ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ କିଛି…
ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର
କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ…
ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ
ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ…
Archives


