ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କ୍ବାର୍ଟର୍ସରୁ ମିଳିଲା ବିଡ଼ାବିଡ଼ା ଟଙ୍କା
ଭୁବନେଶ୍ୱର,୨୮।୧୧: କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏପରି କି ଭିଜିଲାନ୍ସ ଟିମ୍ ଏକ ବିଶେଷ ସୂତ୍ରରୁ ଖବର…
ଧାନ ଜଗିବାକୁ ଯାଉଥିଲେ: ହାତୀ ସାମ୍ନାରେ ପଡ଼ିଗଲେ
ବଡ଼ଗାଁ,୨୮।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଳକ୍ ଅଧୀନ ଗରଗଡ଼ବାହାଲ ଗାଁରେ ସୋମବାର ଭୋରରେ ଜଣେ ଚାଷୀଙ୍କୁ ଏକ ହାତୀ କଚାଡି ମାରି ଦେଇଛି। ସେ ହେଲେ ଗରଗଡ଼ବାହାଲ ଗ୍ରାମର ହିରାଲାଲ ବେହେରା(୫୫)। ମିଳିଥିବା ସୂଚନା ମୁତାବକ, ପଞ୍ଚରା ଅଞ୍ଚଳରୁ ପ୍ରାୟ…
ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ରାଜ୍ୟର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଆସିଛନ୍ତି। ଦୀର୍ଘ ୨୩ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ବିଭିନ୍ନ ପ୍ରକାର ସମାଲୋଚନାକୁ ଖାତିର ନ…
ଖୋଲୁନିି ‘ସହାୟତା’ ଆପ୍, ସିୟୁଜିକୁ ଯାଉନି କଲ୍
ଭୁବନେଶ୍ୱର,୨୮ା୧୧(ସତ୍ୟଜିତ୍ ରାଉତ):ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ବିଭିନ୍ନ ସରଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଉଛି। ବିଶେଷକରି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଯୋଜନା ପରେ ଯୋଜନା ହାତକୁ ନିଆଯାଉଛି। ଏହାକୁ ନେଇ କିଛି ଦିନ ପର୍ଯ୍ୟନ୍ତ…
ଡିସେମ୍ବରରେ ବାତ୍ୟା ଭୟ: ୩୦ ବେଳକୁ ସ୍ପଷ୍ଟ ହେବ
ଭୁବନେଶ୍ୱର,୨୮।୧୧(ଅନୀଲ ଦାସ):ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା ରହିଛି। ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର…
ମାଲିକାଣୀଙ୍କ ଘରୁ ସୁନା ଗହଣା ଚୋରି, ସହାୟକ ଗିରଫ
ଭୁବନେଶ୍ୱର,୨୮।୧୧ (ସୂର୍ଯ୍ୟକାନ୍ତ ବେହେରା):ମାଲିକାଣୀଙ୍କ ଘରୁ ଟଙ୍କା ଓ ସୁନା ଗହଣା ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ବାଲେଶ୍ୱରର ଜଗନ୍ନାଥ ଦାଶ। ତାଙ୍କଠାରୁ ୪୩ ହଜାର ୫୦୦…
ଆରମ୍ଭ ହେଲା ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା
କଟକ,୨୭ା୧୧: ଐତିହାସିକ କଟକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି । ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ମହାନଦୀର ଗଡଗଡିଆ…
ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର ଯୋଗ୍ୟତା…
ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’
ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପୀଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲାର ପ୍ରସିଦ୍ଧ…
କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା
ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ…
ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ
ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ପ୍ରଥମକରି ଗଞ୍ଜାମ ଜିଲାର ପ୍ରତ୍ୟକ୍ଷ ଆରାଧ୍ୟ ଇଷ୍ଟଦେବୀ ମା’…
ପାରାଦ୍ୱୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପାରାଦ୍ୱୀପ,୨୭।୧୧: ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ବର୍ତ୍ତମାନ ସମୁଦ୍ରଯାନ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସମୁଦ୍ର ଯାନ ମିଶନ…
Archives


