ରାଜ୍ୟ

ଚକୋଲେଟ ଦେଇ ୩ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର

ସୋର, ୮ା୧୨ (ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରେ ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଛି। ଶୁକ୍ରବାର ସକାଳେ ଝିଅଟି ଖେଳୁଥିବା ବେଳେ ଚକୋଲେଟ ଦେଇ ମହେଶ୍ୱର ଧଡ଼ା(୨୧) ନାମକ ଯୁବକ ଘର ନିକଟରେ ଥିବା ଏକ…

ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ

ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର,…

ସନ୍ଦେହ ଜନକ ଅବସ୍ଥାରେ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ

ଭବାନୀପାଟଣା,୮।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ଜଳ ସମ୍ପଦ ବିଭାଗର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ମୁଖୀଗୁଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ଜୟପାଟଣା ପୋଲିସ ଉଦ୍ଧାର କରିଛି। ମୃତ ଯନ୍ତ୍ରୀ ହେଲେ ରଞ୍ଜିତ…

ଟ୍ରେନ୍‌ଲାଇନ୍‌ରେ କଟି ସିଗ୍‌ନାଲ୍‌ ଯନ୍ତ୍ରୀଙ୍କ ଜୀବନ ଗଲା

ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍‌ନାଲ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍‌ନାଲ୍‌ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍‌ର ଗୋଡ଼ ଫସି ଯାଇଥିଲା। ଏହି ସମୟରେ…

ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ…

୨୨୦ କୋଟି ଟଙ୍କାର କୋକେନ୍‌ ଜବତ ମାମଲା: ଜାହାଜକୁ ପିଆଇସିଟି ବର୍ଥରୁ ସାଉଥ କେ ସ୍ଥାନାନ୍ତର

ପାରାଦୀପ,୭।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ ‘ଏମ୍‌ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଘଟଣା କ୍ରମଶଃ ଜଟିଳ ହେଉଛି। ଗୁରୁବାର ଉକ୍ତ ଜାହାଜ ପିଆଇସିଟି(ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ପାରାଦୀପ ବନ୍ଦର ସାଉଥ କେ…

ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।  ଏଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ବହୁ ଓଲଟପାଲଟ କରିଦେଇଥିଲା। ବରଯାତ୍ରୀଙ୍କ ଗାଡ଼ିରେ…

ଅଟୋ ଚଳାଇଲେ ଦିବ୍ୟଶଙ୍କର

ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ ସେ ଅଟୋରିକ୍ସା ଚଳାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜୁନାଗଡ ବ୍ଲକ ତଲଜାରିଙ୍ଗ ଠାରେ ନିର୍ମାଣ…

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି। ଦ୍ରୁତଗତିରେ ଲକ୍ଷ୍ୟଭେଦ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ରର ରହିଛି। ଏହାର ଓଜନ ୧୨ଟନ୍‌ ରହିଥିବା…

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର ଶିଶୁଙ୍କ ଜୀବନ୍ତ ଦଗ୍ଧ ହୋଇଛି। ଏଥିରେ ଆଉ ୨ ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି।…

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ…

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ । କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ଡିସେମ୍ବର ୩ ରବିବାର ଗୋପାଳପୁରରୁ ଖେଳ ଦେଖି ଫେରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri