ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ହୋଇଥିବା ସଂସ୍ଥା ମଧ୍ୟରେ ବୌଦ୍ଧ, ଟିଟିଲାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର, ବଲାଙ୍ଗୀରର ଏକାଧିକ ମଦ ପ୍ରସ୍ତୁତକାରୀ କମ୍ପାନୀ ଏବଂ ବ୍ୟବସାୟୀ ଆଦି ରହିଛନ୍ତି। ଆୟକର ବିଭାଗର ୫ଟି ଗାଡ଼ିରେ ଯାଇଥିବା ଏକ ଟିମ୍‌ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର ରାମ୍ଭିକଟାସ୍ଥିତ କାରଖାନା ଓ କାର୍ଯ୍ୟାଳୟରେ ଭୋର ସମୟରୁ ଚଢ଼ାଉ କରି ଯାଞ୍ଚ ଜାରି ରଖିଛନ୍ତି। ଏହି ଚଢ଼ାଉରେ ଆୟକର ବିଭାଗର ୨୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ସିଆଇଏସ୍‌ଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ମଧ୍ୟ କାରଖାନା ପରିସରରେ ମୁତୟନ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଉତ୍ପାଦନ ଏବଂ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସେହିପରି କମ୍ପାନୀର ପଳାଶପଲ୍ଲୀସ୍ଥିତ କର୍ପୋରେଟ୍‌ ଅଫିସ ଏବଂ କେତେଜଣ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ଏହି କମ୍ପାନୀ ସହ ଲିଙ୍କ୍‌ ଥିବା ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ଜଣେ ବ୍ୟବସାୟୀଙ୍କ ରାଣୀସତୀ ରାଇସ୍‌ ମିଲ୍‌, ତାଙ୍କ ବାସଭବନ ଏବଂ ଅନ୍ୟସ୍ଥାନରେ ମଧ୍ୟ ଏହି ଆୟକର ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଏପରିକି ସଂସ୍ଥାର ଏକାଧିକ ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଅନ୍ୟପକ୍ଷରେ ବଲାଙ୍ଗୀର ଓ ଟିଟିଲାଗଡ଼ରେ ମଧ୍ୟ ଏକାଧିକ ମଦ୍ୟ ବ୍ୟବସାୟୀଙ୍କ ପାଖରେ ପହଞ୍ଚତ୍ ଆୟକର ଟିମ୍‌ ପଚରାଉଚରା କରୁଛି। ମଦ ବ୍ୟବସାୟୀ ସଞ୍ଜୟ ଓ ଦୀପକଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ଜଣିଆ ଟିମ୍‌ ଚଢ଼ାଉ କରିଛି। ତେବେ ବଡ଼କଥା ହେଲା ଏହି ଲିଙ୍କ୍‌ରେ ଆୟକର ଟିମ୍‌ କଲିକତା ଏବଂ ରାଞ୍ଚତ୍ସ୍ଥିତ ଅଫିସ୍‌ ଓ ଅଧିକାରୀଙ୍କ ଘରେ ମଧ୍ୟ ଯାଞ୍ଚ ଜାରି ରଖିଛି। ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ। ଖବର ଲେଖାହେବା ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବାବଳେ ଗୁରୁବାର କିମ୍ବା ଶୁକ୍ରବାର ଏନେଇ ଏଜେନ୍ସି ପକ୍ଷରୁ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?