ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ହୋଇଥିବା ସଂସ୍ଥା ମଧ୍ୟରେ ବୌଦ୍ଧ, ଟିଟିଲାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର, ବଲାଙ୍ଗୀରର ଏକାଧିକ ମଦ ପ୍ରସ୍ତୁତକାରୀ କମ୍ପାନୀ ଏବଂ ବ୍ୟବସାୟୀ ଆଦି ରହିଛନ୍ତି। ଆୟକର ବିଭାଗର ୫ଟି ଗାଡ଼ିରେ ଯାଇଥିବା ଏକ ଟିମ୍‌ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର ରାମ୍ଭିକଟାସ୍ଥିତ କାରଖାନା ଓ କାର୍ଯ୍ୟାଳୟରେ ଭୋର ସମୟରୁ ଚଢ଼ାଉ କରି ଯାଞ୍ଚ ଜାରି ରଖିଛନ୍ତି। ଏହି ଚଢ଼ାଉରେ ଆୟକର ବିଭାଗର ୨୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ସିଆଇଏସ୍‌ଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ମଧ୍ୟ କାରଖାନା ପରିସରରେ ମୁତୟନ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଉତ୍ପାଦନ ଏବଂ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସେହିପରି କମ୍ପାନୀର ପଳାଶପଲ୍ଲୀସ୍ଥିତ କର୍ପୋରେଟ୍‌ ଅଫିସ ଏବଂ କେତେଜଣ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ଏହି କମ୍ପାନୀ ସହ ଲିଙ୍କ୍‌ ଥିବା ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ଜଣେ ବ୍ୟବସାୟୀଙ୍କ ରାଣୀସତୀ ରାଇସ୍‌ ମିଲ୍‌, ତାଙ୍କ ବାସଭବନ ଏବଂ ଅନ୍ୟସ୍ଥାନରେ ମଧ୍ୟ ଏହି ଆୟକର ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଏପରିକି ସଂସ୍ଥାର ଏକାଧିକ ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଅନ୍ୟପକ୍ଷରେ ବଲାଙ୍ଗୀର ଓ ଟିଟିଲାଗଡ଼ରେ ମଧ୍ୟ ଏକାଧିକ ମଦ୍ୟ ବ୍ୟବସାୟୀଙ୍କ ପାଖରେ ପହଞ୍ଚତ୍ ଆୟକର ଟିମ୍‌ ପଚରାଉଚରା କରୁଛି। ମଦ ବ୍ୟବସାୟୀ ସଞ୍ଜୟ ଓ ଦୀପକଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ଜଣିଆ ଟିମ୍‌ ଚଢ଼ାଉ କରିଛି। ତେବେ ବଡ଼କଥା ହେଲା ଏହି ଲିଙ୍କ୍‌ରେ ଆୟକର ଟିମ୍‌ କଲିକତା ଏବଂ ରାଞ୍ଚତ୍ସ୍ଥିତ ଅଫିସ୍‌ ଓ ଅଧିକାରୀଙ୍କ ଘରେ ମଧ୍ୟ ଯାଞ୍ଚ ଜାରି ରଖିଛି। ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ। ଖବର ଲେଖାହେବା ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବାବଳେ ଗୁରୁବାର କିମ୍ବା ଶୁକ୍ରବାର ଏନେଇ ଏଜେନ୍ସି ପକ୍ଷରୁ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri