ରାଜ୍ୟ

ଜେରା ପାଇଁ ଭୁବନେଶ୍ୱରରେ ଆଇବି ଟିମ୍‌

ଭୁବନେଶ୍ୱର,୨୦।୧୨(ସତ୍ୟଜିତ୍‌ ରାଉତ): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମୀର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କ ୫ଦିନିଆ ରିମାଣ୍ଡ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ପୂର୍ବାହ୍ନରେ ଯାଜପୁର ଜିଲାର ରଗଡ଼ି ସବ୍‌ଜେଲରୁ ବୁଖାରୀଙ୍କୁ ଭୁବନେଶ୍ୱରସ୍ଥିତ…

ମ୍ୟାଜିକ୍‌ କରିବ ମୟୂରଭଞ୍ଜ: ପାଣ୍ଡିଆନ

ଭୁବନେଶ୍ୱର(ଅନିଲ ଦାସ)/ ବାରିପଦା (ନୀଳାଦ୍ରି ଦଣ୍ଡପାଟ), ୨୦।୧୨: ବିରୋଧୀଙ୍କୁ ଆଦୌ ଟାର୍ଗେଟ ନ କରି ମୟୂରଭଞ୍ଜରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି…

ଡରାଇଲାଣି କରୋନା: ଥଣ୍ଡା, ଜ୍ୱର କାଶ ହେଲେ ଟେଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୧୨: ପୁଣି ଥରେ କରୋନା ଚିନ୍ତା ବଢ଼ାଇଲାଣି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍‌ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ପୁଣି ଭୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ସତର୍କ ସୂଚନା…

ବୁଧବାର ୪ ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ,୧୯।୧୨: ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏ ନେଇ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ। ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ 

ସମ୍ବଲପୁର,୧୯।୧୨: ସମ୍ବଲପୁରରେ ଜାଲ ଘର ନକ୍ସା ଦେବା  ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ  ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚାଲିଛି । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ…

ଢେଙ୍କାନାଳ, ଅନୁଗୁଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ୱର, ୧୯।୧୨: ଢେଙ୍କାନାଳ, ଅନୁଗୁଳର ଜିଲାରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ନିକଟରେ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ୨ ଜିଲା ଗସ୍ତ…

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା…

କାଜୁ ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ

ପାଟଣା,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି ଗାଁ ନିକଟ କାଜୁ ଜଙ୍ଗଲରୁ ମଙ୍ଗଳବାର ମଣିଷ କଙ୍କାଳ ମିଳିଛି। ଖବରପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର

ପୁରୀ, ୧୯ା୧୨(ଅଜିତ୍‌ ମହାନ୍ତି): ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କୁ ଘୋଡ଼ଲାଗି ଅର୍ଥାତ୍‌ ଶୀତବସ୍ତ୍ର ପରିଧାନ କରାଯାଇଛି। ଶ୍ରୀଜୀଉମାନେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଏହି ବେଶ ହେବେ।…

ଭିଏଲ୍‌ଡବ୍ଲ୍ୟୁଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର,୧୯।୧୨ (ସତ୍ୟଜିତ୍‌ ରାଉତ): ଇନ୍ଦିରା ଆବାସର ବିଲ୍‌ କରିଦେବାକୁ ଲାଞ୍ଚ ନେବା ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଥିବା ବର୍ତ୍ତମାନର ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ର ଭିଏଲ୍‌ଡବ୍ଲ୍ୟୁ ଅଶୋକ କୁମାର ପାଟସାଆଣୀ ଦୋଷୀ…

ଆଜିଠାରୁ ୨୦ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର,୧୯।୧୨(ବନ୍ଦନା ସେଠୀ): ସଫେଇ ସଂସ୍ଥା ଆଓ୍ବାରଲ୍ୟାଣ୍ଡର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଫଳରେ ସହରର ୨୦ଟି ଓ୍ବାର୍ଡରୁ ଅଳିଆ ଉଠା ହୋଇପାରିନାହିଁ। ସମ୍ପୃକ୍ତ ସଂସ୍ଥା ଅଧୀନରେ ଓ୍ବାର୍ଡ ନଂ. ୨୭, ୨୮, ୨୯, ୩୦,…

ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ: ପାଣ୍ଡିଆନ

ଭୁବନେଶ୍ୱର (ଅନିଲ ଦାସ)/ କେନ୍ଦ୍ରପଡ଼ା (ଜଗନ୍ନାଥ ଧଳ),୧୯ା୧୨: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ରାଜ୍ୟର ବିକାଶ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏମିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri