ରାଜ୍ୟ

ଅଣସର ଘରେ ମହାପ୍ରଭୁ: କମିଲା ଶ୍ରୀମନ୍ଦିର ହୁଣ୍ଡି ଅର୍ଥ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତି ସେବକମାନେ ସେବା କରୁଛନ୍ତି। ଅନ୍ୟପଟେ ଅଣସର ତାଟିରେ ପୂଜା ପାଉଛନ୍ତି ପଟିଦିଅଁ।...

ଜେଲ୍‌ ଯିବେ ନିଶାଗ୍ରସ୍ତ ଡ୍ରାଇଭର

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧରାପଡିଲେ ଏଣିକି ଜେଲ ଯିବାକୁ ପଡିବ। କେବଳ ଜରିମାନା ଆଦାୟ କରି ନିଶାସକ୍ତ ଡ୍ରାଇଭରଙ୍କୁ ଛଡ଼ାଯିବ ନାହିଁ। ତୁରନ୍ତ ସେମାନଙ୍କୁ କୋର୍ଟ ଚାଲାଣ...

ପରାଜିତ ଯାଇ ନ ପାରନ୍ତି ରାଜ୍ୟ ସଭା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସଭାରେ ଖାଲି ହୋଇଥିବା ଓଡିଶାର ୩ ଆସନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ଏକ ପ୍ରକାର ନିଶ୍ଚିତ। ମାତ୍ର...

ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ ପୋଲିସ ବ୍ୟବସ୍ଥା ରହିଛି। ମାତ୍ର ବାଡ ଫସଲ ଖାଇବା ଭଳି ପୋଲିସ ବାବୁମାନେ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ଖଣ୍ଡପଡ଼ା,୨୦ା୬(ସ୍ବ.ପ୍ର.): ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡା ପଞ୍ଚାୟତ ମାଧପୁର ବହୁମୁଖୀ ଆଶ୍ରୟସ୍ଥଳୀଠାରେ ବୁଧବାର ଏକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କମିଟି(ଓଡ୍ରାଫ୍ଟ) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ...

ବାଇକ୍‌-ଅଟୋ ଦୁର୍ଘଟଣା,୨ ଗୁରୁତର

ଭାପୁର,୨୦ା୬(ଡି.ଏନ୍‌.ଏ.): ଭାପୁର-ମନ୍ଦାରବେରଣୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟି ବୁଧବାର ୨ ଜଣ ଗୁରୁତର ହୋଇଛନ୍ତି । ଏମାନେ ହେଲେ ଖଣ୍ଡପଡ଼ା ବ୍ଲକ ଶାଳଝରିଆ ଗ୍ରାମର ୨...

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁସାରେ ଯାହାର ପାଇଖାନା ନ ଥିବ ତାଙ୍କ ପାଇଁ ପାଇଖାନା ନିର୍ମାଣ...

ଓଜେଇଇ ଫଳ ପ୍ରକାଶିତ: ସ୍ମିତାରାଣୀ ଏମ୍‌ସିଏ ଟପ୍ପର

ମହାକାଳପଡ଼ା, ୨୦।୬ (ଡି.ଏନ୍‌.ଏ.): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ଓଜେଇଇ ଏମ୍‌ସିଏରେ ମହାକାଳପଡ଼ା ବ୍ଲକ ମହାକାଳପଡ଼ା ଗ୍ରାମର ହରପ୍ରିୟା ଓ ଶିବପ୍ରସାଦ ଚୌଧୁରୀଙ୍କ ଝିଅ ସ୍ମିତାରାଣୀ ଓଡ଼ିଶା ଟପ୍ପର ହୋଇଛନ୍ତି। ସ୍ମିତାରାଣୀ ପିଲାଦିନୁ...

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ମାମଲାରେ ଟିଟୋଙ୍କ ୨ ଭାଇଙ୍କ ସମେତ ୩ ଜଣଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ସ୍ପେଶାଲ...

ଖରସ୍ରୋତା ନଦୀ ବନ୍ଧରୁ ପଥର ଲୁଟ୍‌ ଘଟଣା: ତଦନ୍ତ କରି ଫେରିଲେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ

ବିଞ୍ଝାରପୁର,୨୦।୬(ଡି,ଏନ୍‌.ଏ.): ଖରସ୍ରୋତା ନଦୀ ଘଣ୍ଟିଆଳି ସଂଲଗ୍ନ ବନ୍ଧରୁ ପଥର ଲୁଟ୍‌ ଘଟଣାରେ ବୁଧବାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନବୀନ କିଶୋର ପାଣିଗ୍ରାହୀ ଘଟଣାସ୍ଥଳ ତଦନ୍ତକରି ଫେରିଛନ୍ତି। ଖୁବ୍‌ଶୀଘ୍ର ଏ ସମ୍ବନ୍ଧୀୟ ରିପୋର୍ଟ ବିଭାଗକୁ ହସ୍ତାନ୍ତର କରିବେ ବୋଲି...

ପୁରୁଣା ଦିନର ସ୍ମୃତି ମନାପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୧୯ା୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସୟଦପୁରସ୍ଥିତ ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ୧୯୮୬ ମାଟ୍ରିକ୍‌ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ...

ଖଣି ଅଞ୍ଚଳରେ ପାଇପ୍‌ଯୋଗେ ପାନୀୟ ଜଳ ଯୋଗାଣ: ରାସ୍ତା ପାର୍ଶ୍ୱ ଖୋଳା କାମକୁ ବିରୋଧ

କାଳିଆପାଣି,୧୯ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାମ ଚାଲିଛି। କାଙ୍କଡ଼ପାଳ ଗ୍ରାମଠାରୁ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛା କାମ କରାଯାଉ ଥିବାବେଳେ ଠିକାଦାର ବିନାଅନୁମତିରେ ରାସ୍ତା...

Advertisement


Archives

Model This Week

Why Dharitri