ରାଜ୍ୟ

ହାରିବା ପରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଣବ, ଲେଖିଲେ…

ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର…

ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ

ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ ମହାରାଥୀଙ୍କ ପୁଅଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ଆଶ୍ରିତ।

ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ

ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।  

ଭୁବନେଶ୍ୱର ଏକାମ୍ରରେ ବାବୁ ସିଂ ବିଜୟୀ

ଭୁବନେଶ୍ୱର,୪ା୬(ଅସମାପିକା ସାହୁ): ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ବାବୁ ସିଂ ୭୪୩୯୯ ଭୋଟ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୬୯୪୨୯ ଭୋଟ ପାଇ ପଛୁଆ ଅଛନ୍ତି।

ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ

ଭୁବନେଶ୍ୱର,୪।୬: ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮୫୯୮ ଭୋଟରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ୮୦,୫୬୪ ଭୋଟ ପାଇଥିବା ବେଳେ ରାଜେନ୍ଦ୍ର କୁମାର ୭୧,୯୬୬ ଭୋଟ ପାଇଛନ୍ତି।

ନିରଞ୍ଜନ ପୂଜାରୀଙ୍କ ବଡ଼ ବିଜୟ

ଭୁବନେଶ୍ୱର,୪।୬: ସୋନପୁରରୁ ଜିତିଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଭାଜପା ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୧୫,୧୨୧ ଭୋଟରେ ହରାଇ ସେ ବିଜୟୀ ହୋଇଛନ୍ତି।

ଏତିକି କମ୍‌ ଭୋଟରେ ଜିତିଲେ ଅରୁଣ ସାହୁ

ଭୁବନେଶ୍ୱର,୪।୬:ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ…

ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ୨୦୦୮…

ମହାକାଳପଡ଼ାରେ ହାରିଗଲେ ଅତନୁ, ବାଜି ମାରିଲେ ଦୁର୍ଗାପ୍ରସନ୍ନ

ମହାକାଳପଡ଼ା,୪ା୬: ମହାକାଳପଡ଼ା ବିଧାନସଭା ଆସନରେ ଭାଜପା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ୩୩,୪୫୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ

ସମ୍ବଲପୁର,୩।୬: ଓଡ଼ିଶାର ପ୍ରାୟ ୧୯ ଲୋକ ସଭା ଆସନରେ ଆଗରେ ଥିବା ବେଳେ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର…

ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ

ରାଉରକେଲା,୩।୬: ରାଜ୍ୟର ଚର୍ଚ୍ଚିତ ବିଧାନସଭା ଆସନ ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଦିଲୀପ ରାୟଙ୍କୁ ୩୫୫୨ ଖଣ୍ଡ ଭୋଟରେ ହରାଇଛନ୍ତି। ସରାଦାଙ୍କୁ ମୋଟ ୬୪ ହଜାର ୬୬୦…

କଟକ ସଦରରେ ଫୁଟିଲା ପଦ୍ମ

କଟକ,୪ା୬: କଟକ ସଦର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?