ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ
ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର…
ରାଜଧାନୀରେ ଲୁଟେରା ଆତଙ୍କ, ଝରକା ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ଭୁବନେଶ୍ୱର,୧୮।୨ : ରାଜଧାନୀ ଭୁବନେଶ୍ୱରରରେ ଲୁଟେରା ଆତଙ୍କରାଜ ଦେଖିବାକୁ ମିଳିଛି। କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଲେନ୍ ୫ରେ ଥିବା ଏକ ଘର ଝରକା…
ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, ପୋଲିସ ହାତରେ ଲାଗିଲା ମେଡିକାଲ ରସିଦ
ରାୟଗଡ଼ା,୧୮।୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହର ନୂତନ ବସ୍ଷ୍ଟାଣ୍ଡ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ର ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ସହିତ ଏକ ସରକାରୀ ଚିକିତ୍ସାଳୟର ରସିଦ ମଧ୍ୟ…
ପୁଅ ମୋହ କଲା ଚୋର
ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର)ଆଧୁନିକ ଶିକ୍ଷା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷ ମନ ଭିତରେ ଘର କରିଥିବା ଲିଙ୍ଗଗତ ବୈଷମ୍ୟର ପାଶବିକତା କମିନାହିଁ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଶିଶୁ ଚୋରି…
ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ
ରାଉରକେଲା,୧୮।୨: ହଷ୍ଟେଲ ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ। ଘଟଣା ଘଟିଛି ଜଗଦାସ୍ଥିତ ଘରୋଇ ITI କଲେଜ। ମୃତ ଛାତ୍ରଙ୍କ ଘର ହତୀବାରି ବଂଶଯୋର ଗାଁରେ। କାହିଁକି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ କାରଣ ଅସ୍ପଷ୍ଟ ରହିଛି।
ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍
କଟକ,୧୮ା୨ (କାର୍ତ୍ତିକ ସାହୁ)ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତା ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକସ୍ଥିତ…
ବିଏମ୍ସିର ୧୦୨୭ କୋଟି ଟଙ୍କାର ବଜେଟ
ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍ସି ବଜେଟ ଇତିହାସରେ ସର୍ବକାଳୀନ…
ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ
ଭୁବନେଶ୍ୱର,୧୮।୨(ଶର୍ମିଷ୍ଠା ପାଣିଗ୍ରାହୀ)ପ୍ରସିଦ୍ଧ କୁମ୍ଭମେଳା ଅବସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶନିବାର ଖଣ୍ଡଗିରି ପାନ୍ଥିକାଠାରେ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଆୟୋଜିତ ଏହି ମେହାତ୍ସବ ସାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ…
ଦୋକାନ ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା
ବେଗୁନିଆ,୧୮।୨(ହର ପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ କୋଚିଆଖାଲ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଦୋକାନ ଗୃହ ଉଚ୍ଛେଦ ବେଳେ ଜଣେ ମହିଳା ବିଷ ପିଇଦେଇଥିଲେ। ସେ ହେଲେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ…
ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା
ବେଲପଡ଼ା,୧୮ା୨(ମନୋଜ କୁମାର ମିଶ୍ର)ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍ ହୋଇ ନିଅଁା ଲାଗିଯିବାରେ ୪ଜଣଙ୍କ ମୃତ୍ୟୁ ସହ ଯୋଡିହୋଇଛି ଆଉ ଏକ ଦୁଃଖଦ ଘଟଣା। ରାଉରକେଲାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ…
ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍, ସାମୁଦ୍ରିକ ଜଙ୍ଗଲ
ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ ଇକୋସିଷ୍ଟମର…
ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର
ବ୍ରହ୍ମଗିରି,୧୮।୨(ସ୍ବାଧୀନ ଚମ୍ପତ୍ତିରାୟ)ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ଏନେଇ ଅଭିଯୋଗ ପାଇବା ପରେ ମେରାଇନ ଥାନା ପୋଲିସ ଅରଖକୁଦା ଗ୍ରାମର…
Archives


