ରାଜ୍ୟ

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ। କାଂଶବାଂଶ ନଦୀର ଶାଖା ନଈ…

ବଞ୍ଚିବା ପାଇଁ ଉଚ୍ଚଶିକ୍ଷିତ ଦୃଷ୍ଟିବାଧିତଙ୍କ ସଂଘର୍ଷ

ବ୍ରହ୍ମପୁର,୧୧ା୪(ସୁବାସ ଚନ୍ଦ୍ର ପାଢ଼ୀ):ଜୀବନ କ’ଣ ଜାଣିବା ପୂର୍ବରୁ ଭଗବାନ ଆଖି ନେଇଗଲେ। ତଥାପି ହାରି ନ ଥିଲି। ଆଗକୁ ବଢ଼ିବାର ଆଶା ରଖି ସ୍ନାତକୋତ୍ତର ଯାଏ ପାଠ ପଢ଼ିଲି। ଚାକିରି ଖୋଜି ଖୋଜି ହାରିଗଲି। ବଞ୍ଚିବା ପାଇଁ ରୋଜଗାର ଲୋଡା। ତେଣୁ…

ଅନ୍ଧାରରେ କ୍ରୀଡ଼ାବିତ୍‌ ଦୀନବନ୍ଧୁଙ୍କ ଭାଗ୍ୟ

ବ୍ରହ୍ମପୁର,୧୧ା୪ (ତନୁଶ୍ରୀ ନାହାକ)କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେବା ସହ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ…

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପଛୁଆ

ଛତ୍ରପୁର,୧୧ା୪(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ଚାଲିଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପ୍ରଶାସନ ପଛୁଆ ରହିଛି। ଜିଲାର ହେଡକ୍ୱାର୍ଟର ଛତ୍ରପୁର ହୋଇଥିବା ବେଳେ ଏଠାରେ ଜିଲାପାଳ ଓ ଜିଲା ପରିଷଦ ସିଇଓ ନିୟମିତ…

୫ ବର୍ଷ ପରେ ବି ସରିଲାନି ଦତ୍ତପୁର ସେତୁ କାର୍ଯ୍ୟ

ଝୁମ୍ପୁରୀ,୧୧ା୪(ସରୋଜ ନାୟକ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ବୈତରଣୀ ନଦୀରେ ଏକ ହାଇଲେଭଲ ସେତୁ। ଏହି ଶିଳାନ୍ୟାସକୁ ୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏବେବି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହିପରି ଏକ ଅସମ୍ପୂର୍ଣ୍ଣ ସେତୁ ଦେଖିବାକୁ ମିଳିଛି…

୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା, ୧୧ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ୍‌ ଜଳସେଚନ…

ଚାଷଜମି କିସମ ପରିବର୍ତ୍ତନ ପରେ ଘରବାଡ଼ି

ପଟ୍ଟାମୁଣ୍ଡାଇ,୧୧ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୯ ରୁ ୨୦୨୪ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଥିବାରୁ ଚାଷଜମି ହ୍ରାସ ପାଇଚାଲିଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ…

କେବୁଲ ବିଛାଇବାକୁ କାଟିଦେଲେ ରାସ୍ତା, ପାଣି ପାଇପ୍‌

ଡେରାବିଶ, ୧୧ା୪(ବେବର୍ତ୍ତା ଅଜୟ ଦାସ)ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ହେଲେ ବେସରକାରୀ ମୋବାଇଲ ସଂସ୍ଥାର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବ…

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି ସ୍ବାଦିଷ୍ଟ ମିଠା । ତେବେ ଏହି ମିଠାକୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ…

କଟକରେ ଡରାଇଲାଣି ଜଣ୍ଡିସ୍‌

କଟକ,୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗରରେ ଲୋକମାନେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ସିଏମ୍‌ସି ପକ୍ଷରୁ ଏହାକୁ ଲୁଚାଇବାକୁ ଚେଷ୍ଟା କରାଯାଇ ଭୁଲ୍‌ ତଥ୍ୟ ଦିଆଯାଉଛି। ସଂକ୍ରମିତଙ୍କ ପାଇଁ କୌଣସି ବ୍ୟବସ୍ଥା…

କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କୋରାପୁଟ/ନାରାୟଣପାଟଣା,୧୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବୁଧବାର ରାତିରେ ଦାମନଯୋଡ଼ି ଯାଉଥିବା ଏକ କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ବିପୁଳ ପରିମାଣର ଟଙ୍କା ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ଲକ୍ଷ୍ମୀପୁର…

ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ

ଦାମନଯୋଡ଼ି,୧୦ା୪(ମାନସ ରଞ୍ଜନ କର): କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ଉଡ଼ି ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛିି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ମରିଚମାଳ ଗ୍ରାମର ସାଲିନ ଓ ଝରଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri