କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପଛୁଆ

ଛତ୍ରପୁର,୧୧ା୪(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ଚାଲିଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପ୍ରଶାସନ ପଛୁଆ ରହିଛି। ଜିଲାର ହେଡକ୍ୱାର୍ଟର ଛତ୍ରପୁର ହୋଇଥିବା ବେଳେ ଏଠାରେ ଜିଲାପାଳ ଓ ଜିଲା ପରିଷଦ ସିଇଓ ନିୟମିତ ଏହି ଯୋଜନାର ସମୀକ୍ଷା କରୁଛନ୍ତି। ହେଲେ ଛତ୍ରପୁର ବ୍ଲକରେ କିଛି ବର୍ଷ ହେଲା ଏହି ଯୋଜନା ଏକପ୍ରକାର ଦିଗହରା ହୋଇଛି। ଲୋକଙ୍କୁ ଏହି ଯୋଜନାରେ କାମ ମିଳୁ ନ ଥିବାରୁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଦୈନିକ ଶ୍ରମିକମାନେ ଗାଁ ଛାଡୁଥିବା ଦେଖିବାକୁ ମିଳିଛି। ଜିଲାରେ ୨୨ ବ୍ଲକ ରହିଛି ା ୨୦୨୩-୨୪ରେ ଏହି ଯୋଜନାରେ ଉଭୟ ଶ୍ରମିକଙ୍କ ପରିବାରଙ୍କୁ କାମ ଯୋଗାଇବା, ବର୍ଷକ ମଧ୍ୟରେ ୧୦୦ ଦିନର କାମ ଯୋଗାଇବା ଏବଂ ଶ୍ରମ ଦିବସ ସୃଷ୍ଟି କରିବାରେ ଛତ୍ରପୁର ବ୍ଲକ ସବୁଠାରୁ ଶେଷ ୨୨ ନମ୍ବରରେ ରହିଛି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ମାସ ୯ ତାରିଖ ସୁଦ୍ଧା ଛତ୍ରପୁର ବ୍ଲକର ଗୋଟିଏ ବି ପରିବାରକୁ କାମ ମଧ୍ୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଆହୁରି ଜଣାଯାଇଛି ଛତ୍ରପୁର ବ୍ଲକର ଶ୍ରମିକମାନଙ୍କୁ ଏହି ଯୋଜନାରେ ବର୍ଷକ ମଧ୍ୟରେ ୧୦୦ ଦିନର କାମ ଯୋଗାଇବାରେ ସ୍ଥିତି ନୈରାଶ୍ୟଜନକ ରହିଛି। ଛତ୍ରପୁର ବ୍ଲକରେ ୧୮ଟି ପଞ୍ଚାୟତ ରହିଛି। ଏହି ବ୍ଲକରେ ମାତ୍ର ୬୪୬ ପରିବାରଙ୍କୁ ଏହି ଯୋଜନାରେ ୧୦୦ ଦିନର କାମ ଯୋଗାଇବାରେ ବ୍ଲକ ପ୍ରଶାସନ ସକ୍ଷମ ହୋଇପାରିଛି। ମିଳିଥିବା ସୂଚନା ଅନୁସାରେ, ଅଗସ୍ତିନୂଆଗାଁ ପଞ୍ଚାୟତରେ ବର୍ଷକରେ ମାତ୍ର ୧୪ ପରିବାରଙ୍କୁ ୧୦୦ ଦିନର କାମ ମିଳିଥିବା ବେଳେ ବଡମାଧପୁରରେ ଜଣେ, ବଉଳଗାଁରେ ୨ଜଣ, ବିପୁଳିଙ୍ଗି ରେ ୨୬, କାଳିପଲ୍ଳୀରେ ୨, କଣମଣାରେ ୧୧, ମହାନାଦପୁର ଓ ନରେନ୍ଦ୍ରପୁରରେ ୫ ଜଣ ଲେଖାଏଁ, ପୋଟଲାମପୁରରେ ୮ ଜଣ, ଶ୍ରୀରାମଚନ୍ଦ୍ରପୁରରେ ୧୩ ଜଣ, ସୁନ୍ଦରପୁରରେ ୧୨ ଜଣ ଶ୍ରମିକଙ୍କୁ ୧୦୦ ଦିନର କାମ ମିଳିଛି। ଆହୁରି ଜଣାଯାଇଛି ଯେ,ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୩-୨୪ ଆର୍ଥିକ ବର୍ଷରେ ଛତ୍ରପୁର ବ୍ଲକର ୯୫୦୬ ପରିବାରଙ୍କୁ କାମ ଯୋଗାଇ ୫ ଲକ୍ଷ ୧୫ ହଜାର ୧୫୯ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ଏହି ଯୋଜନାରେ ଅଗସ୍ତିନୂଆଗାଁରେ ୧୭୮୩୮ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଆର୍ଯ୍ୟପଲ୍ଳୀରେ ୯୭୪୪, ବଡମାଧପୁରରେ୧୨୨୯୭, ବଉଳଗାଁରେ ୨୦୧୩୯,ଭିକାରୀପଲ୍ଳୀରେ ୪୮୩୭୧, ବିପୁଳିଙ୍ଗିରେ ୪୫୫୨୩, ଚମାଖଣ୍ଡିରେ ୪୬୫୦୫, ଚିକଲଖଣ୍ଡିରେ ୬୦୩୧୦, କାଳିପଲ୍ଲୀରେ ୧୫୫୫୩, କଣମଣାରେ ୧୭୮୬୨, ଲକ୍ଷ୍ମୀପୁରରେ ୪୮୭୬୬,ମହାନାଦପୁରରେ ୧୪୮୮୧,ନରେନ୍ଦ୍ରପୁରରେ ୧୧୮୮୯,ପୋଡାପଦରରେ ୨୪୫୫୮,ପୋଟଲାମପୁରରେ ୨୯୩୭୯,ଶ୍ରୀରାମଚନ୍ଦ୍ରପୁରରେ ୧୬୮୪୪,ସୁନ୍ଦରପୁରରେ ୩୩୯୬୬ ଓ ଟାଙ୍ଗଣାପଲୀ ପଞ୍ଚାୟତରେ ୪୦୭୩୪ ଶ୍ରମଦିବସ ସୃଷ୍ଟି କରିବାକୁ ଛତ୍ରପୁର ବ୍ଲକ ପ୍ରଶାସନ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?