୫ ବର୍ଷ ପରେ ବି ସରିଲାନି ଦତ୍ତପୁର ସେତୁ କାର୍ଯ୍ୟ

ଝୁମ୍ପୁରୀ,୧୧ା୪(ସରୋଜ ନାୟକ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ବୈତରଣୀ ନଦୀରେ ଏକ ହାଇଲେଭଲ ସେତୁ। ଏହି ଶିଳାନ୍ୟାସକୁ ୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏବେବି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହିପରି ଏକ ଅସମ୍ପୂର୍ଣ୍ଣ ସେତୁ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍‌ ଅଧୀନ ଦତ୍ତପୁର ପଞ୍ଚାୟତର ଦତ୍ତପୁର ଘାଟଠାରେ।
ଯାଜପୁର ଜିଲାର ଦଶରଥପୁର ଓ ଭଦ୍ରକ ଜିଲାର ଧାମନଗର ବ୍ଲକ୍‌ବାସୀଙ୍କ ଗମନାଗମନ ପାଇଁ ନିର୍ମାଣ କରାଯାଇଥିବା ଏହି ସେତୁ ଉପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି। ସେତୁ ନିର୍ମାଣ କାର୍ଯ୍ୟ ଯାଜପୁରର ବିରଜା କନଷ୍ଟ୍ରକଶନ୍‌ କମ୍ପାନୀ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁଛି। ସେତୁର ବ୍ୟୟବରାଦ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସେତେବେଳେ ହୋଇଥିବାବେଳେ ଏବେ ଏହି ସେତୁ ନିର୍ମାଣ ପାଇଁ ପୁଣି ଡେଭିଏସନ୍‌ କରାଯାଇ ପ୍ରାୟ ୨ ଗୁଣ ଅର୍ଥ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାତ୍ର ୧୦୦ମିଟର ବ୍ୟବଧାନରେ ନିର୍ମିତ ଏହି ସେତୁର ଏପରି ବିଳମ୍ବ କାର୍ଯ୍ୟ କ’ଣ ପାଇଁ ହେଉଛି ତାହା ଅଞ୍ଚଳବାସୀ ବୁଝିପାରୁନାହାନ୍ତି। ସେତୁ ନିର୍ମାଣ ଅଞ୍ଚଳ ଦତ୍ତପୁର ପଞ୍ଚାୟତ ଅଧୀନରେ ରହିଛି। ଏହି ଅଞ୍ଚଳରେ ପ୍ରତିନିଧିତ୍ୱ କରୁଥିବା ବାଚସ୍ପତି ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କାହିଁକି ସେତୁ ନିର୍ମାଣ କାର୍ଯ୍ୟ କରାଯାଇପାରୁନାହିଁ ତାହାକୁ କେବେବି ସମୀକ୍ଷା କରିନାହାନ୍ତି। ସେତୁ ନିର୍ମାଣ ନ ହେବାରୁ ପ୍ରତିଦିନ ଶହଶହ ଲୋକ ଗମନାଗମନ ପାଇଁ ଏଠାରେ ବାଉଁଶଚାରା ଉପରେ ନିର୍ଭର କରୁଛନ୍ତି। ଅତି ବିପଦସଙ୍କୁଳ ଅବସ୍ଥାରେ ଏହି ବାଉଁଶଚାରାରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସହ ରୋଗୀ, ବ୍ୟବସାୟୀ ଓ ସାଧାରଣ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଯିବାଆସିବା କରୁଛନ୍ତି। ଲୋକଙ୍କ ବାରମ୍ବାର ଦାବିପରେ ମଧ୍ୟ ଏହି ସେତୁର ନିର୍ମାଣ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଥିବାରୁ ଲୋକେ କ୍ଷୋଭପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁଶାନ୍ତ କୁମାର ସାହୁ, କାଳନ୍ଦୀ ଚରଣ ମହାନ୍ତି, ଅର୍ଦ୍ଦାଉଳିଆ ଗ୍ରାମର ଭିକାରୀ ଚରଣ ସାହୁ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri