ଖେଳ

ଶ୍ରୀଲଙ୍କା ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ

ମୁମ୍ବାଇ, ୨।୧୧:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଗୁରୁବାର ଏହାର ୭ମ ମ୍ୟାଚ ଖେଳିବ। ଏଥର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଶ୍ରୀଲଙ୍କା। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ...

ଫିଲ୍ଡିଂ ମେଡାଲ ଓ ବିଟିଏସ୍‌

ଗୌତମ ଗମ୍ଭୀର ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାରତୀୟ କ୍ରିକେଟ ଦଳର ବିହାଇଣ୍ଡ ଦ ସିନ୍‌(ବିଟିଏସ୍‌) ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଗତ ଭାବରେ ଏହ ମୋର ମଧ୍ୟ ପସନ୍ଦ। ପୁରୁଷମାନଙ୍କ ଏହି କ୍ରୀଡାରେ ଖେଳାଳି ଯୁବସୁଲଭ ବ୍ୟକ୍ତିତ୍ୱ ଦେଖିବାକୁ ମଧ୍ୟ...

ରୋଇଂରୁ ଓଡ଼ିଶାକୁ ୨ ବ୍ରୋଞ୍ଜ

ଭୁବନେଶ୍ୱର, ୨।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ରୋଇଂ ଇଭେଣ୍ଟରେ ଓଡ଼ିଶା ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ୨୬ରେ ପହଞ୍ଚତ୍ଛି।...

ରାୟଗଡ଼ାର ଭାଇଭଉଣୀଙ୍କୁ ସ୍ବର୍ଣ୍ଣ

ରାୟଗଡ଼ା,୨।୧୧ (ଆଶିଷ ରଞ୍ଜନ ପଣ୍ଡା): ବିଶ୍ୱ କ୍ରସ୍‌ବୋ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲା ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭାଇଭଉଣୀ ଏ.ଲୋହିତ ପଟ୍ଟନାୟକ ଓ ଏ.ନେହା ପଟ୍ଟନାୟକ ା ଇଣ୍ଡିଆନ୍‌ କ୍ରସ୍‌ବୋ ଶୁଟିଂ ଆସୋସିଏଶନ ପକ୍ଷରୁ...

୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଛି’

ନୂଆଦିଲ୍ଲୀ,୨ା୧୧(ପି.ଟି.): ପାରା ଏସିଆନ୍‌ ଗେମ୍ସରେ ଦେଶର ସମ୍ମାନ ବୃଦ୍ଧି କରିଥିବା ଆଥ୍‌ଲେଟମାନଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଙ୍ଗଝୋରେ ଅନୁଷ୍ଠିତ ପାରା ଗେମ୍ସରେ ଭାରତ ୧୧୧...

ଶେଷରେ ସଫଳତାର ରାଜ୍‌ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨।୧୧: ୨୦୨୩ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ତଥା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ଚାଲିଛି। ଭାରତୀୟ ଅଧିନାୟକ ବହୁତ ଭଲ ଫର୍ମରେ ଅଛନ୍ତି। ବିଶ୍ୱକପ ମଧ୍ୟରେ ରୋହିତ ଶର୍ମା ତାଙ୍କ ସଫଳତାର ରହସ୍ୟ ପ୍ରକାଶ...

ଭାରତକୁ ହଟାଇ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପୁଣେ,୧।୧୧: ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନ ବ୍ୟବଧାନରେ ପରାସ୍ତ କରିଛି। ଜିତିବା ପାଇଁ ନ୍ୟୁଜିଲାଣ୍ଡ ୩୫୮ ରନ ଲକ୍ଷ୍ୟ ଥିଲା, କିନ୍ତୁ କିୱି ଦଳ ମାତ୍ର ୧୬୭ ରନ୍‌ରେ ସୀମିତ ରହିଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସାମ୍ନାରେ ନ୍ୟୁଜିଲାଣ୍ଡର...

ଓ୍ବାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେଲା ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୧।୧୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଲାଗି ୧ ନଭେମ୍ବର ୨୦୨୩ ସ୍ମରଣୀୟ ହୋଇ ରହିବ। କାରଣ ଯେଉଁ ମଇଦାନରେ ସେ ୧୦ ବର୍ଷ ପୂର୍ବେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ, ସେହି ଓ୍ବାଙ୍ଖଡେ ଷ୍ଟାଡିୟମରେ...

ବିଶ୍ୱକପ୍‌ ଚାଲିଥିବାବେଳେ ସାରାଙ୍କ ସହ ପାର୍ଟି ଗଲେ ଶୁଭମନ

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲ ଆଜିକାଲି ତାଙ୍କ ବ୍ୟାଟିଂ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ସେ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହା କହିନାହାନ୍ତି,...

ବିଶ୍ୱକପ୍‌ ମଝିରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୧: ବିଶ୍ୱକପ ମଝିରେ ହଠାତ୍‌ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଡେଭିଡ ୱିଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ କେବେବି...

ବ୍ୟାଟରେ ବାଜିଛି କି ବଲ ? ବାବର-ରିଜଓ୍ବାନଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ…

କୋଲକାତା,୧।୧୧ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚ କୋଲକାତାରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଧିନାୟକ ବାବର ଆଜମଙ୍କ ଦଳ ଏହାର ହାରିବା ଧାରାକୁ ଭାଙ୍ଗି ସାତ ୱିକେଟରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।...

ଲାଇଭ୍‌ ଶୋ’ରେ ପିସିବି ଅଧ୍ୟକ୍ଷଙ୍କ ଉପରେ ରାଗିଗଲେ ଶାହିଦ ଆଫ୍ରିଦି, କହିଦେଲେ ଏମିତି କଥା…

ଇସଲାମାବାଦ, ୧।୧୧: ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ସମାଲୋଚନାର ଶିକାର ହେଉଛି ପାକିସ୍ତାନ କ୍ରିକେଟ ଟିମ୍‌। ଏଭଳି ସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜାକା ଅଶରଫ ଅଧିନାୟକ ବାବର ଆଜମଙ୍କ ସହ ହ୍ବାଟ୍ସଆପ୍‌ ଚାଟ୍‌କୁ ଭାଇରାଲ କରିଥିଲେ। ଏହାପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri