ଏମ୍ଏସ୍ ଧୋନୀ କ୍ରିକେଟ ଏକାଡେମୀ: ନିମପୁରରେ ଆରମ୍ଭ ହେଲା କୋଚିଂ କ୍ଲିନିକ୍
କଟକ ଅଫିସ,୨୬ା୫- ଏମ୍ଏସ୍ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ନିମପୁର କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଠାରୁ ଆରମ୍ଭ ହୋଇଛି କ୍ରିକେଟ କୋଚିଂ କ୍ଲିନିକ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ମୋଟ ୧୦୨ଜଣ ପ୍ରଶିକ୍ଷାର୍ଥୀ…
ପଞ୍ଚାଲ, ଈଶ୍ୱରନଙ୍କ ଶତକ: ଭାରତ ଏ’-୩୭୬/୧
ବେଲାଗାଭି, ୨୬ା୫ (ପି.ଟି.)- ଶ୍ରୀଲଙ୍କା ଏ’ ବିପକ୍ଷ ପ୍ରଥମ ଅନ୍ଅଫସିଆଲ ଟେଷ୍ଟ ମ୍ୟାଚରେ ଓପନର ପ୍ରିୟାଙ୍କ ପଞ୍ଚାଲ ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ଶତକ ସହାୟତାରେ ଭାରତ ଶନିବାର ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୩୭୬ ରନ କରିଛି। ପ୍ରଥମ ଦିବସ…
ଓ୍ବାର୍ନର, ସ୍ମିଥ୍ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ
ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ…
ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ
ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍ସ ଫେଡେରେଶନ (ଆଇଏସ୍ଏସ୍ଏଫ୍) ରାଇଫଲ୍/ପିସ୍ତଲ ବିଶ୍ୱକପ୍ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ ଶୁଟିଂ ବିଶ୍ୱକପ୍। ଏହି ବିଶ୍ୱକପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍ ଶୁଟର୍ ଅପୂର୍ବୀ…
୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍
ସାଉଥ୍ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍ ଦାୟିତ୍ୱ ତୁଲାଉଥିବା ପଲ୍ କଲିଂଉଡ୍ଙ୍କୁ ଶନିବାର ବାଧ୍ୟତାମୂଳକ ଭାବେ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଛି। ଆଇସିସି ବିଶ୍ୱକପ୍…
ଇଂଲଣ୍ଡ ଗସ୍ତ କଲେ ଅସିଫ
କରାଚୀ,୨୫।୫(ଏଏଫ୍ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍ ଦଳରେ ଯୋଗଦେବା ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି। ଗତ ରବିବାର ୧୯ ମାସର ଝିଅ ଦୁଆ ଫତିମା କର୍କଟରେ…
ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ
ଆଣ୍ଟାଲ୍ୟା(ତୁର୍କୀ),୨୫।୫(ପିଟି)- ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍ ୩ୟ ରାଉଣ୍ଡରେ ଭାରତୀୟ କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ରଜତ ଚୌହ୍ବାନ, ଅଭିଷେକ ବର୍ମା ଓ ଅମଦ ସଇନିଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତ ଅପେକ୍ଷାକୃତ…
ଭାରତ ବିପକ୍ଷ ମ୍ୟାଚ୍ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ
ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍ ପରେ ମଧ୍ୟ ପାକିସ୍ତାନ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ପତ୍ନୀଙ୍କ ସହ ରହିପାରିବେ।…
ଟିମ୍ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି
ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା ପରେ ଫ୍ୟାକ୍ଚର ହୋଇ ନ ଥିବା ଜଣାପଡ଼ିଛି। ହେଲେ ଆହତ ସମସ୍ୟା ଯୋଗୁ ନ୍ୟୁଜିଲାଣ୍ଡ…
ମେସିଙ୍କୁ ୟୁରୋପର ଗୋଲ୍ଡ ବୁଟ୍
ବାର୍ସିଲୋନା,୨୫।୫- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଚଳିତ ସିଜନରେ ୟୁରୋପର ସମସ୍ତ ଲିଗ୍ରେ ସର୍ବାଧିକ ସଂଖ୍ୟକ ଗୋଲକରି ଗୋଲ୍ଡ ବୁଟ୍ ହାତେଇଛନ୍ତି। କ୍ରମାଗତ ୩ୟ ଥର ପାଇଁ ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଖେଳାଳି। ୟୁରୋପ ସର୍ବାଧିକ ଗୋଲ…
କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ
ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି କେନ୍ଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାର କ୍ୟାପ୍ଶନରେ…
ଆଫଗାନିସ୍ତାନଠାରୁ ହାରିଲା ପାକିସ୍ତାନ
ବ୍ରିଷ୍ଟଲ, ୨୫।୫(ପି.ଟି.)-ଚଳିତମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ପାକିସ୍ତାନ ଦଳକୁ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଅନୁଷ୍ଠିତ ଓ୍ବାର୍ମଅପ୍ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନଠାରୁ ହାରି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବାବର…
Archives


