ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ
ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଏଥିସହ କ୍ରିକେଟ୍ ବିଶ୍ୱକପ୍ର ୪୪ ବର୍ଷର ଇତିହାସରେ ପ୍ରଥମଥର ଲାଗି କ୍ରିକେଟ୍ର ଜନକଭାବେ...
ବିଶ୍ୱକପ୍ରୁ ଭାରତୀୟ ଦଳ ୭ କୋଟି ୩୯ ଲକ୍ଷ ଟଙ୍କା ପାଇଲା
ନୂଆଦିଲ୍ଲୀ, ୧୬।୭- କ୍ରିକେଟ୍ ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ରୋମାଞ୍ଚକ ଭାବେ ଶେଷ ହୋଇଛି। ଫାଇନାଲରେ ଉଭୟ ମ୍ୟାଚ୍ ଓ ସୁପର୍ ଓଭର ଟାଇ ରହିବା ଫଳରେ ଅଧିକ ବାଉଣ୍ଡରି ମାରିଥିବାରୁ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ ହୋଇଛି। ପ୍ରଥମଥର...
ବିଶ୍ୱକପ୍ ଫାଇନାଲରେ ଅମ୍ପାୟରିଂ ତ୍ରୁଟି
ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ. ହରିହରନ ପ୍ରକାଶ କରିଛନ୍ତି। ଏକ ଓଭର ଥ୍ରୋ ପାଇଁ ମ୍ୟାଚ ଅଫିସିଆଲମାନେ ଇଂଲଣ୍ଡକୁ...
ଓ୍ବେଷ୍ଟଇଣ୍ଡିଜ ଟୁର୍ ପାଇଁ ଦଳ ଚୟନ ୧୯ରେ
ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ ବିପକ୍ଷ ସୀମିତ ଓଭର ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନା...
ଟୁର୍ ଡି ଫ୍ରାନ୍ସ: ୯ମ ଷ୍ଟେଜ୍ ସୁଦ୍ଧା ଜୁଲିଆନ ଆଗରେ
ପ୍ୟାରିସ୍, ୧୬।୭- ବିଶ୍ୱରେ ଅନୁଷ୍ଠିତ ହେଉଥିବା ତିନୋଟି ଗ୍ରାଣ୍ଡ ସାଇକ୍ଲିଂ ଟୁର୍ର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଟୁର୍ ଡି ଫ୍ରାନ୍ସର ୧୦୬ତମ ସଂସ୍କରଣ ଇତିମଧ୍ୟରେ ୯ମ ଷ୍ଟେଜ୍ ଅତିକ୍ରମ କରିଛି। ଜୁଲାଇ ୬ରେ ଏହା ବେଲ୍ଜିୟମର ବ୍ରୁସେଲ୍ସରୁ ଆରମ୍ଭ ହୋଇଥିଲା।...
ରାଜ୍ୟଗୋଷ୍ଠୀ ଟିଟି: ଆସିବନି ପାକିସ୍ତାନ
କଟକ ଅଫିସ,୧୬ା୭- ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା ୫ ଦଳ ବାଦ ପଡ଼ି ସାରିଲେଣି । ପୂର୍ବରୁ ଉଗାଣ୍ଡା ଓ ଜର୍ସି...
ବାଉଣ୍ଡାରିି ନିୟମକୁ ସମାଲୋଚନା
ନୂଆଦିଲ୍ଲୀ, ୧୫ା୭ (ପି.ଟି.)-ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍ ମ୍ୟାଚର ଯେପରି ରୋମାଞ୍ଚକ ପରିସମାପ୍ତି ଘଟିଲା, ସେନେଇ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିିବାର ଖେଳାଯାଇଥିବା ଏହି ମ୍ୟାଚ ଟାଇ ରହିବା...
୨ୟ ଅନ୍ଅଫିସିଆଲ ଦିନିକିଆ: ଭାରତ ଏ’ ୨-୦ରେ ସିରିଜ ଅଗ୍ରଣୀ
ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫।୭ (ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଅନ୍ଅଫିସିଆଲ ଦିନିକିଆ ମ୍ୟାଚ୍କୁ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ୬୫ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତ-ଏ ୫ ମ୍ୟାଚ୍ବିଶିଷ୍ଟ...
ଶୀର୍ଷସ୍ଥାନରେ ସ୍ଥିତି ମଜଭୂତ କଲେ ଜୋକୋଭିଚ୍
ପ୍ରାରିସ,୧୫।୭(ଏଏଫ୍ପି)- ନୋଭାକ ଜୋକୋଭିଚ୍ ସଫଳତାର ସହ ଓ୍ବିମ୍ବେଲଡନ ଓପନ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ଯୋଗୁ ସର୍ବିଆ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ୍ ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ଦୃଢ଼ିଭୂତ କରିଛନ୍ତି। ଏହା ଦର୍ଶାଇଛି ସେମାବାର ପ୍ରକାଶ ପାଇଥିବା ନୂଆ...
ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା
ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ରବିବାର ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଟାଇ...
ବିଶ୍ୱକପ୍ ଚାମ୍ପିୟନ ଦଳକୁ ରାଣୀଙ୍କ ସାଲ୍ୟୁଟ
ଲଣ୍ଡନ,୧୫।୭(ଏଏଫ୍ପି)- ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଦଳକୁ ରାଣୀ ସାଲ୍ୟୁଟ କରିଛନ୍ତି। ୫୦ ଓଭରିଆ ମ୍ୟାଚ୍ ଓ ସୁପର ଓଭର ଟାଇ ହେବା ପରେ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡକୁ ବିଜୟୀ...
ବିଶ୍ୱନାଥଙ୍କୁ ଟିକେଟ୍ ନ ମିଳିବା ଦୁଃଖଦାୟକ: ଗାଭାସ୍କର
ଲଣ୍ଡନ,୧୪।୭- ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚଭରା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ଗୁଣ୍ଡପା ବିଶ୍ୱନାଥ ଓ ତାଙ୍କ ଶାଳକଙ୍କୁ ଟିକେଟ୍ ମିଳି ନ ଥିଲା। ଗୁଣ୍ଡପାଙ୍କୁ...
Archives


