ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!
ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ ସଂସଦରେ ଉପସ୍ଥିତ ହେବାକୁ କହିଥିଲେ। ଏଥିପାଇଁ ସମସ୍ତଙ୍କୁ ଏକ ତିନି ଧାଡି ହ୍ବିପ ଦିଆଯାଇଥିଲା।…
ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ
କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ଜମ୍ମୁ କଶ୍ମୀରର କଠୁଆରେ…
ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ
ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା।…
ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ
ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଅର୍ଦ୍ଧାଧିକ…
ଫଡ୍ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା
ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କୁ ଭେଟିଛନ୍ତି। ନିର୍ବାଚନରେ ଭାଜପାର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ…
ନାବାଳକଙ୍କୁ ୧୭ ଖଣ୍ଡ କରି ପୋତିଦେଲେ
ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶରେ ଜଣେ ୧୫ ବର୍ଷର ବାଳକ କ୍ଷେତରେ କାମ କରୁଥିବାବେଳେ ହାର୍ଭେଷ୍ଟରରେ ଫସିଯାଇ ପ୍ରାଣ ହରାଇଥିଲେ। ତଙ୍କର ଶରୀର ୧୭ ଖଣ୍ଡ ହୋଇଥିବାବେଳେ ଅପରାଧ ଲୁଚାଇବା ପାଇଁ ବିଭିନ୍ନ ସ୍ଥାନରେ ପୋତିଦିଆଯାଇଛି। ଏହି ଘଟଣାରେ ସଞ୍ଜୟ ବର୍ମା (୨୪) ଏବଂ…
ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍ପିଙ୍କ ସମର୍ଥନ
ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାଂଲାଦେଶର ସଂଖ୍ୟାଲଘୁଙ୍କ ସହ ରହିଛୁ’ ଲେଖାଥିବା ହ୍ୟାଣ୍ଡବ୍ୟାଗ୍…
୨୦୨୫ରେ ପୁନର୍ଗଠନ ହେବ ଏନ୍ଟିଏ
ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି।…
୨୨ ବର୍ଷ ପରେ ଫେରିଲେ ପାକିସ୍ତାନରେ ଫସିଥିବା ଭାରତୀୟ ମହିଳା
ମୁମ୍ବାଇ, ୧୮।୧୨: ମୁମ୍ବାଇର ହମିଦା ବାନୋ ୨୨ ବର୍ଷ ପରେ ଭାରତ ଫେରିଛନ୍ତି। ୨୦୦୨ରେ ଦୁବାଇରେ ଚାକିରି ଦେବାର ଲାଳସା ଦେଖାଇ ଜଣେ ଟ୍ରାଭେଲ ଏଜେଣ୍ଟ ତାଙ୍କୁ ପାକିସ୍ତାନ ପଠାଇ ଦେଇଥିଲେ। ଦୁବାଇରେ ଜଣେ ରୋଷେୟା ଭାବେ ତାଙ୍କୁ ନିଯୁକ୍ତି ମିଳିବ…
ବାପାଙ୍କୁ ଜିଅନ୍ତା ଜାଳିଦେଲେ ପୁଅ
ଲକ୍ଷ୍ନୌ,୧୭ା୧୨: ଉତ୍ତରପ୍ରଦେଶର ନିଗୋହାନ ଅଞ୍ଚଳ ଅନ୍ତର୍ଗତ ରାମପୁର ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ପୋଲିସ ଧର୍ମେଶ ରାଓ୍ବତ ଏବଂ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ବାନ୍ଧବୀ ସଙ୍ଗୀତା (୨୪)ଙ୍କୁ ଗିରଫ…
କାର୍ଯ୍ୟରେ ଅବହେଳା, ୩୦ ମିନିଟ୍ ଠିଆ ହୋଇ କାମ କଲେ କର୍ମଚାରୀ
ନଏଡା, ୧୭।୧୨: ଉତ୍ତରପ୍ରଦେଶର ନଏଡା ଅଥରିଟି କାର୍ଯ୍ୟାଳୟ ଅନ୍ତର୍ଗତ ଆବାସିକ ପ୍ଲଟ୍ ବିଭାଗରେ ଏକ ବୃଦ୍ଧ ଦମ୍ପତିଙ୍କ କାମ ଠିକ୍ ଭାବେ ନ କରିବାରୁ ବିଭାଗର ସମସ୍ତ କର୍ମଚାରୀଙ୍କୁ ୩୦ ମିନିଟ ଧରି ଠିଆହୋଇ କାମ କରିବା ଦଣ୍ଡ ଦିଆଯାଇଛି। ମଙ୍ଗଳବାର ଉକ୍ତ…
ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳା କୋଚ୍ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ…
ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍ ମହିଳା କୋଚ୍ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ। ଏହା ଦେଖି ମହିଳାମାନେ ଚିତ୍କାର କରି ଉଠିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…
Archives


