ଜାତୀୟ

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୩୦ ରୁ ଅଧିକ ଲୋକ ପୋଡି ଯାଇଛନ୍ତି। ଦୁର୍ଘଟଣାର ଦୁଇ ଦିନ ବିତିଗଲାଣି।…

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ବର୍ତ୍ତମାନ ସେହି ଝିଅର ମୃତଦେହକୁ ଅପେକ୍ଷା କରିଛନ୍ତି। ହିମାଚଳ ପ୍ରଦେଶର…

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା ପ୍ରିୟଙ୍କା କୁମାରୀ(୨୨)ଙ୍କୁ ଠେଲି ତଳକୁ ପକାଇ ଦେଇଛନ୍ତି। ଫଳରେ ଗୁରୁତର ଭାବେ ଆହତ ହୋଇଥିବା…

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଉଭୟ ଏମପି ଗୁରୁତର ଆହତ ହୋଇଛନ୍ତି ଯେଉଁଥିପାଇଁ ସେମାନେ ଚିକିତ୍ସିତ ହେଉଛନ୍ତି। ଶନିବାର…

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି ଦେଉଛନ୍ତି। ଏଥି ସହିତ ବିଶ୍ୱର ସର୍ବ ବୃହତ ସୁପର ପାୱାର କୁହାଯାଉଥିବା ଆମେରିକା ମଧ୍ୟ…

କୁଏତରେ ଶ୍ରମିକଙ୍କ ସହ ଓଡ଼ିଆରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୨ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ସେଠାରେ ଭାରତୀୟ ତଥା ଓଡ଼ିଆ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । କ୍ୟାମ୍ପରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କ ସହ ଓଡ଼ିଆରେ ମୋଦି…

୨୪ ଘଣ୍ଟାରେ ଏହି ରାଜ୍ୟରେ ଗିରଫ ହେଲେଣି ୪୧୬ ଜଣ, ଆଶ୍ଚର୍ଯ୍ୟ କରିବ ଏହା ପଛର କାରଣ

ଗୁଆହାଟି,୨୨।୧୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୨୨ ଡିସେମ୍ବର ୨୦୨୪)ରେ କହିଛନ୍ତି ଯେ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନର ତୃତୀୟ ପର୍ଯ୍ୟାୟରେ ୪୧୬ ଜଣଙ୍କୁ ଗିରଫ କରାଯାଇଛି।…

କଂଗ୍ରେସ ପାଇଁ ଖରାପ ଖବର

ଚଣ୍ଡିଗଡ଼,୨୨।୧୨: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ରହିଛି। ଏହି ସମୟରେ ଅନ୍ୟ ରାଜ୍ୟରୁ କଂଗ୍ରେସ ପାଇଁ ଖରାପ ଖବର ଆସିଛି। ଶନିବାର ପଟିଆଲା ମ୍ୟୁନିସିପାଲ କର୍ପୋରେସନ…

କେଜ୍‌ରିଓ୍ବାଲଙ୍କ ବିରୋଧରେ ଚାଲିବ ଆଇନଗତ ମକଦ୍ଦମା

ନୂଆଦିଲ୍ଲୀ, ୨୨।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟକା ଲାଗିଛି। ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲଙ୍କ ବିରୋଧରେ ଆଇନଗତ ମକଦ୍ଦମା ଚଳାଇବାକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା ଶନିବାର ପ୍ରବର୍ତ୍ତନ…

ଓଡ଼ିଶାରେ ୫୫୯ ବର୍ଗ କି.ମି. ଜଙ୍ଗଲ ବଢ଼ିଛି

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ୨୦୨୧ରୁ ୨୦୨୩ ମଧ୍ୟରେ ସାରା ଭାରତର ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି, ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭%। ଏଥିରୁ ୫୫୯ ବର୍ଗ କି.ମି. ବିସ୍ତୃତ ଅଞ୍ଚଳରେ ଓଡ଼ିଶାର ଜଙ୍ଗଲ ବୃଦ୍ଧି ପାଇଛି। ଛତିଶଗଡ଼ ଓ…

ଭୋଟରଙ୍କୁ ନିର୍ବାଚନର ଇଲେକ୍ଟ୍ରୋନିକ୍‌ ଯାଞ୍ଚ ମନା

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ ଯାଞ୍ଚ କରିପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ନିର୍ବାଚନ ନିୟମାବଳୀରେ କେତେକ ପରିବର୍ତ୍ତନ କରିଛନ୍ତି।…

ଭୁଶୁଡ଼ିଲା ବହୁତଳ ବିଲ୍ଡିଂ: ଅନେକ ଫସିଥିବା ଆଶଙ୍କା

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲି ଜିଲାର ସୋହାନା ଗ୍ରାମରେ ଏକ ବହୁତଳ ବିଲ୍ଡିଂ ଶନିବାର ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଫସିରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri