Posted inଜାତୀୟ

ଭୋଟରଙ୍କୁ ନିର୍ବାଚନର ଇଲେକ୍ଟ୍ରୋନିକ୍‌ ଯାଞ୍ଚ ମନା

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ ଯାଞ୍ଚ କରିପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ନିର୍ବାଚନ ନିୟମାବଳୀରେ କେତେକ ପରିବର୍ତ୍ତନ କରିଛନ୍ତି। ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବହାର ଦ୍ୱାରା ଭୋଟରଙ୍କ ଗୋପନୀୟତାର ଦୁରୁପଯୋଗ ଏବଂ ସାଲିସ୍‌ ହୋଇପାରେ ବୋଲି ନିର୍ବାଚନ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ଭିଡିଓ ଫୁଟେଜ୍‌, ନାମାଙ୍କନପତ୍ରର କାଗଜାତ ଆଦିର ଦୁରୁପଯୋଗ ରୋକିବା ପାଇଁ ନିୟମାବଳୀରେ ସଂଶୋଧନ କରାଯାଇଛି। ନିର୍ବାଚନ କମିଶନଙ୍କ ଅନୁମୋଦନକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ରୁଲ୍‌ ୯୩ରେ ସଂଶୋଧନ କରିଛନ୍ତି। ଫଳରେ ଇଲେକ୍ଟ୍ରୋନିକ୍‌ ଡକ୍ୟୁମେଣ୍ଟଗୁଡ଼ିକ ସର୍ବସାଧାରଣରେ ପ୍ରକାଶ ଉପରେ କଟକଣା ଲାଗିଛି।
ନିର୍ବାଚନ ନିୟମରେ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଛି। କଂଗ୍ରେସ ଏଭଳି ପରିବର୍ତ୍ତନକୁ ସମାଲୋଚନା କରିଛି। ନିର୍ବାଚନ ପ୍ରକ୍ରିୟା ସାଧୁତାର ଦ୍ରୁତ ଅବକ୍ଷୟ ହେଉଥିବା ନେଇ କଂଗ୍ରେସର ଦୃଢ଼ତାକୁ ଏହା ପ୍ରମାଣିତ କରୁଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ନିର୍ବାଚନ କମିଶନ ସ୍ବଚ୍ଛତାକୁ କାହିଁକି ଭୟ କରୁଛି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଉକ୍ତ ସଂଶୋଧନକୁ ଅଦାଲତରେ ଚ୍ୟାଲେଞ୍ଜ କରିବ ବୋଲି ସେ ସୂଚନା ଦେଇଛନ୍ତି। ଜୟରାମ କହିଛନ୍ତି, ସୂର୍ଯ୍ୟାଲୋକ ହେଉଛି ଅସ୍ବଚ୍ଛତା ଦୂର କରିବା ପାଇଁ ସର୍ବଶ୍ରେଷ୍ଠ। ଦୋଷତ୍ରୁଟି ପଦାରେ ପକାଇବା ପାଇଁ ସ୍ବଚ୍ଛତା ଏବଂ ଖୋଲାପଣ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରୁ ଦୁର୍ନୀତି ଏବଂ ଅନୈତିକ କାର୍ଯ୍ୟର ମୂଳୋତ୍ପାଟନ ହେବା ସହ ତଥ୍ୟ ସୁରକ୍ଷିତ ରଖିବାର ଆତ୍ମବିଶ୍ୱାସ ବଢ଼ିପାରିବ। ସୂଚନା ଦ୍ୱାରା ଜନସାଧାରଣଙ୍କ ଆସ୍ଥାକୁ ସୁରକ୍ଷିତ ରଖାଯାଇପାରିବ। ଭାରତର ନିର୍ବାଚନ କମିଶନ (ଇସିଆଇ) ସମସ୍ତ ତଥ୍ୟ ଜନସାଧାରଣଙ୍କ ସହ ଶେୟାର କରିବା ଆଇନଗତ ଦୃଷ୍ଟିରୁ ଆବଶ୍ୟକ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇସିଆଇ ଉକ୍ତ ନିର୍ଦ୍ଦେଶନାମା ଅନୁପାଳନ କରିବା ପରିବର୍ତ୍ତେ ଶେୟାର କରିବାକୁ ଥିବା ତାଲିକାକୁ କାଟଛାଣ୍ଟ କରିବା ପାଇଁ ଆଇନରେ ସଂଶୋଧନ ଆଣିବାରେ ବ୍ୟସ୍ତ ବୋଲି କଂଗ୍ରେସ ନେତା କହିଛନ୍ତି।
ନିର୍ବାଚନ ପରିଚାଳନା ନିୟମାବଳୀର ରୁଲ୍‌ ୯୩ ଅନୁଯାୟୀ, ନିର୍ବାଚନ ସମ୍ପର୍କିତ ସମସ୍ତ କାଗଜପତ୍ର ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଉପଲବ୍ଧ ହୋଇପାରିବ। ତେବେ ସଂଶୋଧନରେ କାଗଜପତ୍ର ପରେ ନିର୍ଦ୍ଦିଷ୍ଟ କେତେକ ନିୟମକୁ ସାମିଲ କରାଯାଇଛି। ଏକ ଅଦାଲତ ମାମଲା ଯୋଗୁ ନିୟମ ସଂଶୋଧନ କରିବାକୁ ପଡ଼ିଲା ବୋଲି ଆଇନ ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?