ୟୁରୋପିୟାନ୍ ଚାମ୍ବର୍ସ ଅଫ୍ କମର୍ସ ଦ୍ୱାରା ସମ୍ମାନୀତ ହେଲେ ଅନୀଲ
ମୁମ୍ବାଇ,୧୮।୫: ଶିଶୁମାନଙ୍କ ଅଧିକାରକୁ ନେଇ ଲଗାତାର ଭାବେ କାମ କରି ଆସୁଛନ୍ତି ବଲିଉଡ୍ ଅଭିନେତା ଅନୀଲ କପୁର। ଏଥିପାଇଁ ଶୁକ୍ରବାର ମୁମ୍ବାଇଠାରେ ତାଙ୍କୁ କାଉନସିଲ୍ ଅଫ୍ ୟୁରୋପିୟାନ୍ ଚାମ୍ବର୍ସ ଅଫ୍ କମର୍ସ ଓ ୟୁରୋପିୟାନ ୟୁନିୟନ୍ ଡେଲିଗେଶନ ତରଫରୁ ସମ୍ମାନୀତ କରାଯାଇଛି।…
୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ
ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ। ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଥିବା କୁହାଯାଏ। ଏହି ସଡ଼କ…
ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ
ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇ ଭଉଣୀଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଦିଆଯାଇଥିଲା। ୨୦୧୫ରେ…
ଗରିବଙ୍କ ପେଟକୁ ଦାନା ଦେଉଛି ‘ରୁଟି ବ୍ୟାଙ୍କ’
ଅହମ୍ମଦାବାଦ,୧୮।୫: ଗୁଜରାଟ ରାଜକୋଟରେ ଗରିବଙ୍କୁ ପେଟର ଭୋକ ଦାଉରୁ ରକ୍ଷା କରିବା ପାଇଁ ‘ରୁଟି ବ୍ୟାଙ୍କ’ ସାଜିଛି ସାହା ଭରସା। ଶ୍ରୀ ବୋଲବାଳା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ଏଭଳି ନିଆରା ସମାଜ ସେବା କରାଯାଉଛି। ସ୍ଥାନୀୟ ଅଟୋ ରିକ୍ସା ଡ୍ରାଇଭରମାନେ ବିଭିନ୍ନ…
ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ
ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ ଦଳ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି। ତେବେ ରାଜଧାନୀ ଦିଲ୍ଲୀର ୭ଟି ଯାକ ଆସନରେ…
ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବୁଦ୍ଧଙ୍କ ବାଣୀର ମହତ୍ୱ ପ୍ରତିପାଦନ…
ନିକୋବର ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ
ପୋର୍ଟବ୍ଲେୟାର,୧୮।୫: ନିକୋବର ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି। ନିକୋବରରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୫୯ରେ ପ୍ରଥମେ ଭୂକମ୍ପ ହାଇଥିବାବେଳେ ଏହାପରେ ପୁଣି ୧୨ଟା ୩୫ରେ ହୋଇଥିଲା। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିବାବେଳେ ଦ୍ୱିତୀୟ ଥର…
ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା
ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ କିଛି କହିବାକୁ ସଫା ସଫା ମନା କରି ଦେଇଛନ୍ତି। ଆସନ୍ତା ୨୩ରେ ଲୋକ ସଭା…
ଲୋକ ସଭା ନିର୍ବାଚନ ପ୍ରଚାର ସାରି କେଦାରନାଥ ଦର୍ଶନ କଲେ ମୋଦି
ଡେରାଡୁନ,୧୮।୫: ଆସନ୍ତା ୧୯ରେ ହେବାକୁ ଥିବା ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ଚାଲିଛି। ପ୍ରାୟ ସବୁ ହେଭିଓ୍ବେଟ୍ ରାଜନେତାମାନେ ପ୍ରଚାର କାର୍ଯ୍ୟ ସାରି ଏବେ ଅପେକ୍ଷା ରଖିଛନ୍ତି ଶେଷ ପର୍ଯ୍ୟାୟ ନିର୍ବାଚନକୁ। ଶୁକ୍ରବାର ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ…
୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ
ନୂଆଦିଲ୍ଲୀ,୧୮ା୫: ଭାରତ ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ଳାଭ କରିଥିଲା। ୧୯୭୪ ମେ ୧୮ରେ ରାଜସ୍ଥାନ ପୋଖରାନରେ ଏନେଇ ସଫଳ ପରୀକ୍ଷା ହୋଇଥିଲା। ଭାରତ ଶାନ୍ତି ପ୍ରୟାସରେ ଏହାର ଉପଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।…
ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅବନ୍ତିପୋରା ଅଞ୍ଚଳର ପଞ୍ଚ୍ଗାଓ୍ବଁରେ କିଛି ଆତଙ୍କବାଦୀ ଲୁଚିଥିବା…
ନୌସେନାର କ୍ଷେପଣାସ୍ତ୍ର ପରୀକ୍ଷା ସଫଳ
ନୂଆଦିଲ୍ଲୀ,୧୮ା୫: ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଧରଣ କ୍ଷେପଣାସ୍ତ୍ର (ଏମ୍ଆର୍ଏସ୍ଏମ୍)ର ସଫଳ ପରୀକ୍ଷଣ କରାଯାଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷଣ ପରେ ଶତ୍ରୁ ସହ…

