ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍‌ରେ ନାମଲେଖା ହେଉଛି। ଆହୁରି ୧୮ ଲକ୍ଷ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ବିକଶିତ ରାଷ୍ଟ୍ର ଭଳି ଏଜୁକେଶନ ଟୁରିଜମ୍‌ ମାଧ୍ୟମରେ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବାର ପ୍ରୟାସ କରାଯାଉଛି। ଏବେ ବିଦେଶରୁ ମାତ୍ର ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ଭାରତକୁ ପଢ଼ିବାକୁ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତରୁ ଲକ୍ଷାଧିକ ଛାତ୍ରୀଛାତ୍ର ବିଦେଶକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଦେଶରେ ଏଜୁକେଶନ ଟୁରିଜମ୍‌ର ବ୍ୟାପକତା ଉପରେ ଗୁରୁତ୍ୱ ଦେଉଛନ୍ତିି। ଭାରତଠାରୁ ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଥିବା ଦେଶରେ ରୋଡ୍‌ ଶୋ’ କରାଯାଇ ଭାରତରେ ଶିକ୍ଷା କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବା ସହ ଏହାର ଭିତ୍ତିଭୂମି ସମ୍ପର୍କରେ ବିଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ସୂଚନା ଦିଆଯାଉଛି। ବିଶେଷକରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଭଳି ପାଠ୍ୟକ୍ରମ ଅଧିକ ଫୋକସ୍‌ରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଭାରତରେ ମେଡିକାଲ ଟୁରିଜମ୍‌ ଯେପରି ଲୋକପ୍ରିୟତା ହାସଲ କରିଛି ଠିକ୍‌ ସେଭଳି ଏଜୁକେଶନ ଟୁରିଜମ୍‌ ବା ଶିକ୍ଷା ପର୍ଯ୍ୟଟନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଭାରତ ଆସୁଥିବା ୩୦ ହଜାର ଛାତ୍ରୀଛାତ୍ର ଆଗାମୀ ୫ ବର୍ଷ ମଧ୍ୟରେ କିଭଳି ୫ ଲକ୍ଷ ଟପିବ ତାହା ଉପରେ ଜୋର୍‌ ଦିଆଯାଉଛି।
କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଏହାଦ୍ୱାରା ଦେଶ ଓ ରାଜ୍ୟର ସଷ୍ଟେନେବଲ୍‌ ଟୁରିଜମ୍‌ ବା ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ଘଟିବ। ଏଜୁକେଶନ ଟୁରିଜମ୍‌ ବ୍ୟାପକ ହେବାପରେ ଓଡ଼ିଶା ମଧ୍ୟ ବିଶେଷଭାବେ ଉପକୃତ ହେବ। ଭୁବନେଶ୍ୱର ପୂର୍ବ ଭାରତର ଶିକ୍ଷା ହବ୍‌ ଭାବେ ଲୋକପ୍ରିୟତା ଅର୍ଜନ କରିଛି। ଶତାଧିକ ଇଞ୍ଜିନିୟରିଂ କଲେଜ ସହ ସରକାରୀ ଓ ବେସରକାରୀ ମେଡିକାଲ କଲେଜ, ମ୍ୟାନେଜମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଏମ୍‌ସ, ଆଇଆଇଟି, ନାଇଜର୍‌, ଏନ୍‌ଆଇଟି, ଆଇଆଇଏମ୍‌ସି ଭଳି ବହୁ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ରହିଛି। ସେହିଭଳି ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏବେ ମାତ୍ର ୩୦ ପ୍ରତିଶତ ସିଟ୍‌ ପୂରଣ ହେଉଥିବା ବେଳେ ୭୦ ପ୍ରତିଶତ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ଯଦି ଶିକ୍ଷା ପର୍ଯ୍ୟଟନକୁ ଗୁରୁତ୍ୱ ଦିଅନ୍ତି ତା’ହେଲେ ଖାଲି ପଡ଼ିଥିବା ସିଟ୍‌ ପୂରଣ ହେବା ସହ ରାଜ୍ୟରେ ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ହୋଇପାରିବ।

ବେଦ, ଆୟୁର୍ବେଦ, ସଂସ୍କୃତ ଶିକ୍ଷା ଆମର ସ୍ବତନ୍ତ୍ରତା
ଭୁବନେଶ୍ୱରକୁ ପୂର୍ବ ଭାରତର ଏଜୁକେଶନ ହବ୍‌ ବୋଲି କୁହାଯାଏ। ତେଣୁ ଏଜୁକେଶନ ଟୁରିଜିମ୍‌ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଠାରେ ଥିବା ଶତାଧିକ ଘରୋଇ ଏବଂ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ରାଜ୍ୟ ଏବଂ ଦେଶ ବାହାରୁ ଆସି ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣ କରୁଛନ୍ତି। ବିଶେଷକରି ୬ ମାସିଆ ଓ ବର୍ଷିକିଆ ପାଠ୍ୟକ୍ରମରେ ଅଧିକାଂଶ ବାହାର ଶିକ୍ଷାର୍ଥୀମାନଙ୍କୁ ଦେଖିବାକୁ ମିଳୁଛି। ଏହାବ୍ୟତୀତ ବେଦ, ଆୟୁର୍ବେଦ ଓ ସଂସ୍କୃତ ଶିକ୍ଷା କରିବାକୁ ଭାରତକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶୀ ଆସିଥାନ୍ତି। ଏହା ଆମର ସ୍ବତନ୍ତ୍ରତା ଏବଂ ଏହା ମାଧ୍ୟମରେ ଆବେ ବିଦେଶୀଙ୍କୁ ଏଠାକୁ ଆକୃଷ୍ଟ କରିପାରିବା। ଯଦି ଶିକ୍ଷାକ୍ଷେତ୍ରରେ ଆମ ଦେଶରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବାହାରେ ରୋଡ୍‌ ଶୋ’ କରାଯାଇ ପ୍ରଚାର ପ୍ରସାର କରାଯାଆନ୍ତା ତାହେଲେ ଏଜୁକେଶନ ଟୁରିଜିମ୍‌ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri