ଜାତୀୟ

ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ…

କରବାଚୌଥ ଦିନ ସ୍ତ୍ରୀ ରଖିଥିଲେ ବ୍ରତ, ପୁଅଙ୍କୁ ଫୋନ୍‌ ଆସିଲା ବାପା ଶହୀଦ ହୋଇଗଲେ

କୋଲକାତା,୧୮।୧୦:ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ବିଏସଏଫ ଯବାନ ବିଜୟ ଭାନ ସିଂ ଶହୀଦ ହୋଇଛନ୍ତି। ଗୁରୁବାର ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିଜୟଙ୍କ ସ୍ତ୍ରୀ କରବାଚୌଥ ବ୍ରତ କରିଥିଲେ। ସନ୍ଧ୍ୟା ହେବା ପୂର୍ବରୁ ବିଜୟଙ୍କ ପୁଅଙ୍କୁ ଏକ ଫୋନ…

ହରିୟାଣାରେ ସୋନିଆଙ୍କ ରାଲି ବାତିଲ୍‌: ଏବେ ରାହୁଲ ସମ୍ଭାଳିବେ ମୋର୍ଚ୍ଚା

ଚଣ୍ଡିଗଡ଼,୧୮।୧୦: ହରିୟାଣା ମହେନ୍ଦ୍ରଗଡ଼ରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ହେବାକୁ ଥିବା ରାଲିକୁ ବାତିଲ୍‌ କରାଯାଇଛି। ସୋନିଆ ଗାନ୍ଧୀ ଏବେ ଏହି ରାଲିକୁ ସମ୍ବୋଧିତ କରିବେ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏହାର ମୋର୍ଚ୍ଚା ସମ୍ଭାଳିବେ।…

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫ ଛାତ୍ର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, କ୍ୟାମ୍ପିଅନ୍‌ ସ୍କୁଲ ବସ୍‌ଟି…

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଜଙ୍ଗଲରାଜ ଚାଲିଛି ବୋଲି ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲମାନଙ୍କ ନିକଟରେ ବିଭାଗୀୟ…

କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଲେ ସ୍ବାମୀ

ପାଟନା,୧୮।୧୦:ବିହାରର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଇଛନ୍ତି ସ୍ବାମୀ। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁଜାଫରପୁରର ସକରା ଥାନା ଅନ୍ତର୍ଗତ ସରୈୟା ଗ୍ରାମରେ ଦୁଇ ସଉତୁଣୀ ଝଗଡା ଲାଗିବାରୁ ସ୍ବାମୀ…

ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ଦିନ…

ରାୟ ନୁହେଁ, ସମାଧାନ ଚାହୁଁ: ସୁନ୍ନି ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୧୮-୧୦:ଅଯୋଧ୍ୟା ଜମି ବିବାଦ ମାମଲାର ସମସ୍ତ ପକ୍ଷ ସମାଧାନ ପାଇଁ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଜିତିବା ସ୍ଥିତିକୁ ସୁନିଶ୍ଚିତ କରିବ। ଏଥିଲାଗି ସୁପ୍ରିମକୋର୍ଟଙ୍କ ରାୟ ଆବଶ୍ୟକ ହେବ ନାହିଁ ବୋଲି ଉତ୍ତରପ୍ରଦେଶ ସୁନ୍ନି ଓ୍ବାକଫ୍‌ ବୋର୍ଡର ଜଣେ…

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ। ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ ମନମାନିକୁ…

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ ଦୃଢ଼ନିନ୍ଦା…

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ ଉକ୍ତ ଜମି ଲିଜ୍‌ ସୂତ୍ରରେ ଦେଇଥିବା ଜଣାପଡ଼ିଛି। ଗୁଜରାଟ ସୀମାର ସାର୍‌ କ୍ରିକ୍‌ ଅଞ୍ଚଳ…

କର୍‌ତାରପୁର କରିଡର:ଫି ଆଦାୟ ନ କରିବାକୁ ପାକ୍‌କୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୮-୧୦(ପି.ଟି.): କର୍‌ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଖୁବ୍‌ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ନୂଆଦିଲ୍ଲୀ ଆଶାବ୍ୟକ୍ତ କରିଛି। ଏହାସହ କର୍‌ତାରପୁରକୁ ଯିବାକୁ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏ ଫି ଆଦାୟ ନ କରିବାକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?