ଜାତୀୟ

ଆର୍‌ଏସ୍‌ଏସ୍‌ ଖୋଲିବ ସୈନିକ ସ୍କୁଲ

ନୂଆଦିଲ୍ଲୀ,୨୯।୭: ଆର୍‌ଏସ୍‌ଏସ୍‌ ପକ୍ଷରୁ ଉତ୍ତରପ୍ରଦେଶରେ ସୈନିକ ସ୍କୁଲ ଖୋଲାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଠାରେ ଶିକ୍ଷାର୍ଥୀଙ୍କୁ ସେନା ଅଧିକାରୀ ହେବା ପାଇଁ ତାଲିମ୍‌ ଦିଆଯିବ। ଏହି ସ୍କୁଲର ନାମ ରଜ୍ଜୁ ଭୈୟା ସୈନିକ ବିଦ୍ୟାମନ୍ଦିର ରଖାଯିବ। ଏଠାରେ ପ୍ରଥମଠାରୁ ଦ୍ୱାଦଶ…

ପିଲା ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ଲୋକେ

କୋଲକାତା,୨୯।୭: ଦେଶରେ ଦିନକୁ ଦିନ ଭିଡ଼ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କ ଭିତରେ ସଚେତନତା ଅଭାବରୁ ଏଭଳି ଘଟଣା ଘଟିବାରେ ଲାଗିଛି। ଏହି କ୍ରମରେ ପଶ୍ଚିମ ବଙ୍ଗର ଅଲୀପୁରଦ୍ୱାର ଜିଲାରେ ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ…

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର ୪ଶହ ବର୍ଗ ଫୁଟ ପରିମିତ ଅଞ୍ଚଳରେ ଏହାର ଶାଖା ମେଲାଇଛି। ସ୍ଥାନୀୟ ବୈକୁଣ୍ଠପୁର ଅଞ୍ଚଳର…

ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ଆନନ୍ଦିବେନ

ଲକ୍ଷ୍ନୌ,୨୯।୭: ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ସୋମବାର ଶପଥ ନେଇଛନ୍ତି ଅନନ୍ଦିବେନ୍‌ ପଟେଲ। ରାଜ ଭବନ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ତାଙ୍କୁ ଶପଥ ପାଠ କରାଇଥିଲେ। ଏହା ପୂର୍ବରୁ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ କାମ କରିଛନ୍ତି।…

ଦଳିତ ବିଧାୟକଙ୍କ ଧାରଣା ପରେ ବାରଣ୍ଡାକୁ ଗୋବର ପାଣିରେ ଧୋଇଲେ କଂଗ୍ରେସ କର୍ମୀ

ତ୍ରିଶୁର,୨୯।୭: କେରଳର ତ୍ରିଶୁରଠାରେ ଥିବା ପିଡପ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଦଳିତ ବିଧାୟିକା ଗୀଥା ଗୋପି ଶନିବାର ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ଦର୍ଶାଇ ସେ ଧାରଣାରେ ବସିଥିଲେ। ତେବେ ଏଥିପ୍ରତି ଦୃଷ୍ଟି ଦେବାର ପ୍ରତିଶୃତି ମିଳିବା…

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା ବେଳେ ୭ମାସର ଶିଶୁପୁତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର ଶ୍ରୀନଗର…

ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ

ବେଙ୍ଗାଲୁର୍‌,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍‌. ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ସରକାରଙ୍କ ପକ୍ଷରୁ ଏବେ ନୂଆ ବାଚସ୍ପତି ନିର୍ବାଚନ କରାଯିବ।

ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି: ଅଗଷ୍ଟ ୧୨ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ,୨୯।୭: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ଅଗଷ୍ଟ ୧୨ ରାତି ୯ଟାରେ ହେବ। ଏନେଇ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ୧୮୦ଟି…

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌. ରମେଶ କୁମାରଙ୍କ ଦ୍ୱାରା ହୋଇଥିବା ଭଏସ୍‌ ଭୋଟ୍‌ରେ ୟେଦୁରପ୍ପା ପାସ୍‌ ହୋଇଛନ୍ତି। ତେବେ ବିରୋଧୀ…

ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ

ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ। ସେମାନଙ୍କ ୧୦୫ ଭୋଟକୁ ଆମେ କେବେବି କମାଇବାକୁ…

ବମ୍ବେ ଆଇଆଇଟି ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ପଶିଲା ବୁଲା ଗାଈ: ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୯।୭: ବମ୍ବେ ଆଇଆଇଟିର ଶ୍ରେଣୀ କକ୍ଷରେ ପାଠପଢ଼ା ଚାଲିଥିବା ସମୟରେ ଏକ ବୁଲା ଗାଈ ହଠାତ୍‌ ପଶିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ…

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର ନାଗରିକ ଇଭାନା ଆଲେନ୍‌ ମିରଟରେ ଦିପକ ଆଲେନଙ୍କୁ ବିବାହ କରିବା ପରଠାରୁ ଏହି ସେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri