ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି…
କ୍ରିକେଟ ଆଉ ରାଜନୀତିରେ କିଛି ବି ହୋଇପାରେ : ଗଡକରି
ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଇତିହାସକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡକରି କହିଛନ୍ତି, ମୁଁ ପୂର୍ବରୁ କହିଥିଲି କ୍ରିକେଟ ଓ ରାଜନୀତରେ କିଛିବି ହୋଇପାରେ। ଏବେ ଆପଣମାନେ…
ଛତିଶଗଡ଼ର ଶିମ୍ଲା ମୈନପାଟ
ଛତିଶଗଡ଼ର ସୁର୍ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ। ଖାସ୍ ସେଥିପାଇଁ ମୈନପାଟକୁ ଅନେକେ ଛତିଶଗଡ଼ର ଶିମ୍ଲା ବୋଲି ବି ସମ୍ବୋଧନ କରିଥାନ୍ତି… ଭାରତରେ…
ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…
ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ ଲୋକେ ପରର୍ଚା ନାଡ଼ି କୂଅ କହିଥାନ୍ତି। ଏଥିରେ ଗାଧୋଇଲେ ଦେଖିପାରୁ ନ ଥିବା ଲୋକଙ୍କର…
ଏଥର ନିର୍ବାଚନ ନୁହେଁ ସିଧା ସରକାର ଗଠନ କରାଯାଉ: ଉଦ୍ଧବ
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ସରକାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ରାତାରାତି ନିଷ୍ପତ୍ତି ନେଇ ଶନିବାର ସକାଳୁ ଭାଜପା-ଏନ୍ସିପି ସହ ମିଶି ସରକାର ଗଢିବା ଶିବସେନା ହଜମ କରି ପାରୁନି। କାରଣ ଶିବସେନା ଶନିବାର ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି…
ସୁନ୍ଦରବାନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଶନିବାର ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରି ଜିଲାର ସୁନ୍ଦରବାନି ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି।…
ଡିସେମ୍ବର ୨ରେ ନୌସେନାରେ ସାମିଲ୍ ହେବେ ପ୍ରଥମ ମହିଳା ପାଇଲଟ
ନୂଆଦିଲ୍ଲୀ,୨୩।୧୧: ଭାରତୀୟ ବାୟୁସେନାରେ ୩ ଜଣ ମହିଳା ପାଇଲଟ ଯୋଗଦେଇଥିବା ବେଳେ ଏବେ ନୌସେନାରେ ଜଣେ ମହିଳା ପାଇଲଟ୍ ଯୋଗଦେବେ। ବିହାର ମୁଜାଫରପୁର ବାସିନ୍ଦା ଲ୍ୟୁଟ୍ନାଟ୍ ଶିବାଙ୍ଗୀ ଡିସେମ୍ବର ୨ରେ ନୌସେନାରେ ଯୋଗଦେବେ। ସେ ଏବେ ନୌସେନାର ଦକ୍ଷିଣ କମାଣ୍ଡରେ ତାଲିମ୍…
ଏନ୍ସିପିରେ ରହି ନ ପାରନ୍ତି ଅଜିତ୍
ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଯେବେବି ଇତିହାସ ଲେଖାଯିବ ସେଥିରେ ୨୦୧୯ ବିଧାନସଭା ନିର୍ବାଚନ ଓ ସରକାର ଗଠନକୁ ନେଇ ଉଲ୍ଲେଖ କରାଯିବ। କାରଣ ଏଠାରେ ମେଣ୍ଟ ସରକାରକୁ ନେଇ ଯେଉଁଭଳି ଡ୍ରାମା ଲାଗି ରହିଥିଲା ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…
ଆର୍ଜେଡି ସହ ଶିବସେନାକୁ ତୁଳନା କଲେ ସୁଶୀଲ ମୋଦି
ପାଟନା,୨୩।୧୧: ମହାରାଷ୍ଟ୍ରରେ ଭାଙ୍ଗି ଯାଇଛି ଶିବସେନାର ସ୍ବପ୍ନ। ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ଶିବସେନାକୁ ଏବେ ଲାଗିଛି ଶକ୍ତ ଧକ୍କା। ରାତି ପାହିବା ପୂର୍ବରୁ ଭାଜପା ସରକାର ଗଢି ଦେଇଛି। ଦେବେନ୍ଦ୍ର ଫଡବନିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।…
ଡାମନ୍-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !
ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍-ଡିୟୁ ଏବଂ ଦାଦର-ନଗର ହବେଲିର ମିଶ୍ରଣ କରିବା ପାଇଁ ଯୋଜନା କରିଥିବା କୁହାଯାଉଛି। ଏସମ୍ପର୍କରେ ଲୋକସଭାରେ କେନ୍ଦ୍ରୀୟ…
ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ଶନିବାର ସେ କହିଛନ୍ତି ମହାରାଷ୍ଟ୍ର ରାଜନୀତିକୁ ନେଇ ସମସ୍ତେ ଭାବୁଥିବେ ମୁଁ…
୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍ସିପି…
ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ ଶରଦ ପାଓ୍ବାର ପଛୁଆ ପଡ଼ିଯାଇଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଶରଦଙ୍କୁ ନେଇ ଚର୍ଚ୍ଚା ହେଉଥିବାବେଳେ…

