ଜାତୀୟ

ଚିଦାମ୍ବରମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ପୁଣିଥରେ ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛନ୍ତି। ଏବେ ସେ ୧୪ ଦିନ ଅର୍ଥାତ୍‌ ଅକ୍ଟୋବର ୩…

ସିବିଆଇକୁ ମିଳିଲା ରାଜୀବଙ୍କ ଠିକଣା

କୋଲକାତା,୧୯।୯: ଶାରଦା ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବା କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳିଛି। ଗୁରୁବାର ରାଜୀବଙ୍କ ଠିକଣା ମିଳିବା ପରେ ସିବିଆଇର ଗୋଟିଏ ଟିମ୍‌ ସିଜିଓ କମ୍ଲେକ୍ସ ଯାଇଥିବା ବେଳେ ଅନ୍ୟ ଟିମ୍‌ କୋଲକାତା ସ୍ଥିତ ୩୪-ପାର୍କ…

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍‌ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା…

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୧୯।୯: ଆସନ୍ତା ୨୨ରେ ଆମେରିକାର ହ୍ୟୁଷ୍ଟନଠାରେ ପାଖାପାଖି ୫୦ ହଜାର ଭାରତୀୟଙ୍କୁ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ…

ଶାହଙ୍କୁ ଭେଟିଲେ ମମତା: ଏନ୍‌ଆର୍‌ସିକୁ ନେଇ ଭୟ କରୁଛନ୍ତି ଲୋକେ; ହଇରାଣ ନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ଭେଟିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏନ୍‌ଆର୍‌ସି ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏନ୍‌ଆର୍‌ସି ନେଇ ଲୋକେ ଭୟ କରୁଥିବା ମମତା କହିଛନ୍ତି। ତେଣୁ ଏହାକୁ ନେଇ…

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଖିବୁଜା ଗୁଳିଚାଳନା କରାଯାଇଛି। ଏହାର ପ୍ରତି ଜବାବରେ ଭାରତୀୟ ସେନା…

୧୪୪ ଆସନ ନ ମିଳିଲେ ଭାଜପା ସହ ମେଣ୍ଟ କରିବନି ଶିବସେନା

ମୁମ୍ବାଇ,୧୯।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଏମିତିକି ପ୍ରାୟ ସବୁ ଦଳ ଆସନ ବାଣ୍ଟିବା କାମ ସାରିଲେଣି କହିଲେ ଚଳେ। କିନ୍ତୁ ଏପର୍ଯ୍ୟନ୍ତ ଭାଜପା ଓ…

ଅନ୍ତିମ ସଂସ୍କାର ପାଇଁ ବୃଦ୍ଧାଙ୍କ ମୃତଦେହକୁ କାନ୍ଧରେ ବୋହିଲେ ବୋହୂ ଓ ଝିଅ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବାରାଣାସୀ,୧୯।୯: ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ପରିବାରର ବୋହୂ ଓ ଝିଅ ମାନେ ମିଳିମିଶି ମୃତଦେହକୁ କାନ୍ଧରେ ଶ୍ମଶାନକୁ ବୋହି ନେଇଛନ୍ତି। ସେଠାରେ ଝିଅ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏପରି ଏକ ନିଆରା ଘଟଣା…

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଏଏପିରେ ଯୋଗ ଦେଇଥିବା…

ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ୨୭୩ ଆତଙ୍କବାଦୀ: ପ୍ରକାଶ ପାଇଲା ତାଲିକା

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି। ଏଠାରେ ଥିବା ୨୭୩ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୫୮…

ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ଛତିଶଗଡ଼ରେ ୩୨୫ ଲୋକ ଓ ୭୦ ହାତୀ ମୃତ

ରାୟପୁର,୧୯।୯: ଛତିଶଗଡ଼ରେ ହାତୀ-ମଣିଷ ମଧ୍ୟରେ ଲଢ଼େଇ ଥମିବାର ନାଁ ଧରୁନି। ଜଙ୍ଗଲ ପରିସୀମା କମିବାରୁ ହାତୀ ଖାଦ୍ୟ ତଥା ବାସ ଅଭାବରୁ ଜନବସତିରେ ପଶୁଛି। ଏହାଯୋଗୁ ରାଜ୍ୟରେ ପ୍ରତି ବର୍ଷ ୬୫ ଲୋକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟୁଛି। ସେହିପରି ମଣିଷଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri