ଜାତୀୟ

ବୁଲେଟ୍‌ ଟ୍ରେନ୍‌ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍‌ ଟ୍ରେନ୍‌ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି ବିରୋଧ…

ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୂଷୁଡି ୧୫ ମୃତ

ମେଟୁପାଲୟମ୍‌,୨।୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍‌ର ନାଦୁର କନ୍ନାପନ ଲେଆଉଟ୍‌ଠାରେ ଏକ କାନ୍ଥ ଭୂଷୁଡି ପଡିବାରୁ…

ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ…

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌…

ଅରୁଣ ସୌରିି ଅସୁସ୍ଥ

ପୁଣେ,୨।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ସୌରି ଅସୁସ୍ଥ ହୋଇପଡିଛନ୍ତି। ରବିବାର ରାତିରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ପୁଣେର ରୁବି ହାଲ୍‌ କ୍ଲିନକରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୭୮ ବର୍ଷିୟ ସୌରିଙ୍କର ହସ୍ପିଟାଲରେ ସମସ୍ତ ପରୀକ୍ଷା…

ଫଡ୍‌ନବିସଙ୍କ ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ହେବାର ଗୁମର ଫିଟିଲା: କେନ୍ଦ୍ରର ୪୦ ହଜାର କୋଟି ସୁରକ୍ଷିତ !

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କର ଶାସନ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥାଇ ମଧ୍ୟ କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ୮୦ ଘଣ୍ଟା ପାଇଁ ଶାସନ ଡୋରି ଧରିଲେ ତାହାର ଗୁମର ଫିଟିଛି। ଭାଜପା…

୨୦ ମିନିଟ ବନ୍ଦ ରହିଲା ବାଲାଜୀ ମନ୍ଦିର

ହାଇଦ୍ରାବାଦ,୨ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଚିଲ୍‌କୁର ବାଲାଜୀ ମନ୍ଦିରର ପୂଜକମାନେ ଭକ୍ତମାନଙ୍କ ଲାଗି ଦର୍ଶନ ୨୦ ମିନିଟ ବନ୍ଦ କରିଦେଇଥିଲେ। ସମସ୍ତ ଶ୍ରଦ୍ଧାଳୁ ଓ ପୂଜକ ମନ୍ଦିର ବାହାରେ…

ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୨ା୧୨(ପି.ଟି.): ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ରବିବାର କହିଛନ୍ତି। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦାବିରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ…

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ୬ଟି ଜିଲା ଥିରୁଭାଲୁର, ଭେଲୋର, ଥିରୁଭନମାଲାଇ, ଥୁଥୁକ୍କୁଡି,…

ସୀମାରେ ବଢ଼ୁଛି ଅନୁପ୍ରବେଶ ଉଦ୍ୟମ: ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୨ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ-ପାକ୍‌ ସୀମାନ୍ତ ଅଧିକ ସମ୍ବେଦନଶୀଳ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ କହିଛନ୍ତି। କଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ଏବଂ…

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ…

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା: ଅଭିଯୁକ୍ତଙ୍କ ମା’ କହିଲେ ବଳାତ୍କାରୀ ପୁଅକୁ ଜାଳିଦିଅ

ହାଇଦ୍ରାବାଦ,୨ା୧୨: ମୋ ପୁଅ ଯଦି ଅପରାଧ ଘଟାଇଛି, ସେ ମୋ ପାଇଁ କେହି ନୁହେଁ। ସେ ଯଦି ବଳାତ୍କାର ଓ ହତ୍ୟା କରିଛି ତାକୁ ବି ଜାଳିଦିଅ। କାରଣ ଭୁଲକୁ କେବେ ଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ଦୋଷୀକୁ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?