ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର
ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ ବଡ ନେତା ତାଙ୍କୁ ଘେରିବା ପରେ ରବିବାର ସେ ଏକ ପ୍ରେସ୍ ରିଲିଜ୍ ମାଧ୍ୟରେ…
ରୋଗରୁ ଦୂରେଇ ରହିବା ପାଇଁ ପିମ୍ପୁଡି ଖାଆନ୍ତି ଏହି ଜନଜାତି…
ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସମ୍ପର୍କରେ ଆମେରିକାର ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟରେ ହୋଇଥିବା…
ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ: ଘର-ଘର ସର୍ଚ୍ଚ ଅପରେଶନ୍ ଜାରି
ଚଣ୍ଡିଗଡ଼,୧୩।୧୦: ପଞ୍ଜାବର ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଆଧାରରେ ଅଢ଼େଇ ହଜାରରୁ ଅଧିକ ସୁରକ୍ଷାକର୍ମୀ ଘର-ଘର ବୁଲି ସର୍ଚ୍ଚ ଅପରେଶନ୍ ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ…
ଇତିହାସ ପାଲଟିବ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି
ମୁମ୍ବାଇ,୧୩।୧୦: ଦିନେ ଲୋକପ୍ରିୟ ଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗୋଟିଏ ବର୍ଷ ପରେ ଇତିହାସ ପାଲଟିବ। ଆସନ୍ତା ୨୦୨୦ ଜୁନ୍ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ସେବା ବନ୍ଦ କରିଦିଆଯିବ। ଇଣ୍ଡୋ-ଇଟାଲିଆନ୍ ମଡେଲର ଏହି କାର ଉତ୍ପାଦନ ୨୦୦୦ରୁ…
ମହାରାଷ୍ଟ୍ରରେ ଗର୍ଜିଲେ ମୋଦି
ମୁମ୍ବାଇ,୧୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲଗାଓଁରେ ଏକ ରାଲିରେ ଯୋଗ ଦେଇଛନ୍ତି। ସେଠାରେ ସେ ଉଦ୍ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏବେ ନୂଆ ଭାରତର ନୂଆ କିରଣ ଲୋକେ…
ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି
ଗାନ୍ଧିନଗର,୧୩।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦିଙ୍କୁ ସାକ୍ଷାତ୍ କରିଥିବା ସୂଚନା ମିଳିଛି। ଗାନ୍ଧିନଗରରେ ଥିବା ତାଙ୍କ ଘରେ ରାଷ୍ଟ୍ରପତି…
ଭାରତରେ ରହି ପାକିସ୍ତାନର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇ ପାରିବ: ରାଜନାଥ
କର୍ନାଲ,୧୩।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ହରିୟାଣା କର୍ନାଲରେ ଏକ ଜନସଭାକୁ ଉଦ୍ବୋଧନ ଦେବା ଅବସରରେ ଯୁଦ୍ଧ ବିମାନ ରାଫାଲ କଥା ଉଠାଇଛନ୍ତି। ସେ କହିଛନ୍ତି ଯଦି ଭାରତ ନିକଟରେ ରାଫାଲ ଅଛି ତେବେ ପାକିସ୍ତାନର ବାଲାକୋଟ ଯାଇ ଆଉ ଏୟାର…
ମୋଦି ସରକାରଙ୍କୁ ଝଟ୍କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ
ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ କମାଇ ଦେଇଛି। ଧାର୍ଯ୍ୟ ବିକାଶ ହାର ୬.୯ ପ୍ରତିଶତ ଆକଳନ କରାଯାଇଥିବାବେଳେ ବିଶ୍ୱବ୍ୟାଙ୍କ ଏହାକୁ…
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର
ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୩୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣା ପତ୍ରର ନାଁ ରଖାଯାଇଛି…
ଥରିଲା ବିକାନେର୍: ଲୋକେ ଆତଙ୍କିତ
ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ଥିବା…
ମୋଦିଙ୍କ ମଇଳା ସଫା କରିବା ଭିଡ଼ିଓ ଭାଇରାଲ: ଏକା ଏକା କ୍ୟାମେରାମ୍ୟାନ୍ଙ୍କ ଆଗରେ ଶୁଟିଂ ପାଇଁ ଛାଡ଼ି ଦିଆଗଲା କିପରି ପ୍ରଶ୍ନ କଲେ ପ୍ରକାଶ ରାଜ୍
ନୂଆଦିଲ୍ଲୀ,୧୩।୧୦: ସୋସିଆଲ୍ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ମାମଲ୍ଲାପୁରମ୍ ସମୁଦ୍ରକୂଳରୁ ମଇଳା ଉଠାଇବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅଭିନେତା ପ୍ରକାଶ ରାଜ୍ ସମାଲୋଚନା କରିଛନ୍ତି। ସେ ଏହି ଭିଡ଼ିଓକୁ ଟୁଇଟରରେ ଅପଲୋଡ୍ କରି ପ୍ରଶ୍ନ କରିଛନ୍ତି,…
‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ
ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ଗୋବିନ୍ଦ ସିଂ ନିଜ ବାସଭବନରେ ‘ପାଦ ଛୁଇଁବା ମନା’…
Archives


