ଆଖି ବୁଜିଲେ ଉନ୍ନାଓ ପୀଡ଼ିତା
ନୂଆଦିଲ୍ଲୀ,୭।୧୨: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ଉନ୍ନାଓର ଗଣବଳାତ୍କାର ପୀଡ଼ିତା। ୨୩ ବର୍ଷୀୟା ଯୁବତୀଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ଗୁରୁବାର ରାତିରେ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଯାଇଥିଲା। ସଫ୍ଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର…
ମୋତେ ଘଟଣା ସ୍ଥଳକୁ ନେଇ ମାରି ଦିଆଯାଉ: ଅଭିଯୁକ୍ତଙ୍କ ସ୍ତ୍ରୀ
ହାଇଦ୍ରାବାଦ,୬।୧୨: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କ ମୃତ୍ୟୁ ହୋଇଛି। ଏବେ ଏହାକୁ ନେଇ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ କହିଛନ୍ତି ଯେଉଁଠି ପୋଲିସ ମୋ ସ୍ବାମୀଙ୍କୁ ମାରିଛି ସେଇଠି ମୋତେ ବି ନେଇ ମାରି ଦିଆଯାଉ। ସୂଚନା ଅନୁଯାୟୀ,…
ଏମିତି ପରିବାରଙ୍କୁ ସହଯୋଗ ଦରକାର: ପୀଡିତାଙ୍କ ପିତା
ହାଇଦ୍ରାବାଦ,୬।୧୨: ଦେଶର ସବୁଠାରୁ ଚର୍ଚ୍ଚିତ ଖବର ହାଇଦ୍ରାବାଦ ଏନ୍କାଉଣ୍ଟରକୁ ନେଇ ଏବେବି ଆଲୋଚନା ଜାରି ରହିଛି। ପୋଲିସର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳୁଛି। ଏତିକି ବେଳେ ପୀଡିତାଙ୍କ ପିତା କହିଛନ୍ତି ନ୍ୟାୟ ମିଳିଲା, ମୋତେ କିନ୍ତୁ ମୋ ଝିଅ ଆଉ…
ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ
ନୂଆଦିଲ୍ଲୀ,୬।୧୨: ମୋଦି ସରକାରଙ୍କ ସମୟରେ ବିବାଦରେ ଥିବା ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ଏହାସହ ସେ ନୂଆ ପାସପୋର୍ଟ ପାଇଁ ଯେଉଁ ଆବେଦନ…
ଉନ୍ନାଓ ପୀଡିତାଙ୍କ ପରିବାରଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ
ଉନ୍ନାଓ,୬।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏବେ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏଥିସହ…
ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର
ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ନେଇ ପ୍ରଥମେ…
ହାଇଦ୍ରାବାଦ ଏନ୍କାଉଣ୍ଟରରେ ସାମିଲ ହୋଇଥିବା ପୋଲିସଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର
ହିସାର,୬।୧୨: ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନ୍କାଉଣ୍ଟର କରାଯାଇଛି। ଏହି ଏନ୍କାଉଣ୍ଟରରେ ସାମିଲ ଥିବା ସସସ୍ତ ପୋଲିସ କର୍ମଚାରୀଙ୍କୁ ଏକ ଫାଉଣ୍ଡେଶନ୍ ଏକ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି। ରାହ…
୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ
ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ ପୂର୍ବରୁ…
ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ: ରାଷ୍ଟ୍ରପତି
ଜୟପୁର,୬।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି ମାମଲାରେ କ୍ଷମା ଆବେଦନକୁ ଉଠାଇଦେବା ଉଚିତ ବୋଲି କୋବିନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ସିରୋହିର…
ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍ ଲାଗୁ କରିବେନି ମମତା
କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେଣୁ ଆମେ ପଶ୍ଚିମବଙ୍ଗରେ ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍(ସିଏବି)କୁ ଲାଗୁ କରିବାକୁ ଦେବୁ ନାହିଁ…
ରାଷ୍ଟ୍ରପତିଙ୍କ ନିକଟକୁ ଗଲା ନିର୍ଭୟା ଅଭିଯୁକ୍ତଙ୍କ କ୍ଷମା ଆବେଦନ
ନୂଆଦିଲ୍ଲୀ,୬।୧୨: ରାଜଧାନୀ ଦିଲ୍ଲୀରେ ଦୀର୍ଘ ୭ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର ଘଟଣାର ଏବେ ସମାଧାନ ହେବାକୁ ଯାଉଛି। ହାଇଦ୍ରାବାଦ ପରେ ନିର୍ଭୟା ଗଣବଳାତ୍କାର ଘଟଣାରେ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। କାରଣ ଶୁକ୍ରବାର ଏହି ଘଟଣାର…
ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର
ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ ଏବେ ସେମାନଙ୍କୁ ଅଧିକ ୫୦ ଟଙ୍କା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅଧିକ ୧୫୦…
Archives


