Posted inଜାତୀୟ

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍‌ସୋନାରୋ ସମ୍ମତି ମଧ୍ୟ ପ୍ରଦାନ କରିସାରିଛନ୍ତି। ଜାନୁୟାରୀ ୨୬ରେ ଏହାକୁ ଧୁମ୍‌ ଧାମ୍‌ରେ ପାଳନ କରିବା ଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ସବୁଠାରୁ ବଡ଼ କଥା ହେଲା ହରିୟାଣାର ସିଭିଲ ସର୍ଭିସେସ୍‌ ଅଫିସରଙ୍କ ପୁଅ ହିତେଶ୍ୱର ଶର୍ମାଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଖିବା ଲାଗି କେନ୍ଦ୍ର ସରକାର ଆମନ୍ତ୍ରଣ କରିଛନ୍ତି। ପଞ୍ଚକୁଲାର ଏହି ଟିନ୍‌ ଏଜ୍‌ ଯୁବକ ଏବେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ପରେଡ୍‌ ଦେଖିବାକୁ ଦିଲ୍ଲୀ ଆସିବେ ବୋଲି ପ୍ରକାଶ କରିଛନ୍ତି। ହିତେଶ୍ୱରଙ୍କ ଦିଲ୍ଲୀରେ ଜାନୁୟାରୀ ୨୫ରୁ ୨୭ ପର୍ଯ୍ୟନ୍ତ ରହିବା, ଯାତାୟାତ ଖର୍ଚ୍ଚ ସରକାର ବହନକରିବେ ବୋଲି କହିଛନ୍ତି। ପରେଡ୍‌ ଦେଖିବା ଲାଗି ଆମନ୍ତ୍ରଣ କରାଯାଇଥିବା ୧୦୦ ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହିତେଶ୍ୱର ଅନ୍ୟତମ। ସେ ମାଟ୍ରିକ ପରୀକ୍ଷାରେ ୯୯.୬ ପ୍ରତିଶତ ମାର୍କ ରଖିଥିଲେ। କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣପତ୍ର ପାଇଥିବା ସେ କହିବା ସହ ବହୁତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦାରାମାୟା। ବେଙ୍ଗାଲୁରୁ ରାଜଭବନ ଯାଇ ସେ ଇସ୍ତଫା ଦେଇଛନ୍ତି। ଏନେଇ ସିଦ୍ଦାରାମାୟା ଏକ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି।…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri