ଜାତୀୟ

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର ଖବରଦାତା ସମ୍ମିଳନୀ: ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ରବିବାର ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ସୋମବାର ଦିଲ୍ଲୀ ପୋଲିସ ଏକ ଖବରଦାତା ସମ୍ମିଳନୀ କରିଛି। ଏଥିରେ ପୋଲିସ ଜାମିଆ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛି। ହିଂସା ସମୟରେ ପୋଲିସ ପକ୍ଷରୁ କୌଣସି…

ଇଣ୍ଡିଆ ଗେଟ୍‌ରେ ଧାରଣା ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକ ୨ଘଣ୍ଟା ପାଇଁ ଧରଣା ଦେଇଥିବା…

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଉପରକୁ ପଥରମାଡ କରିଥିଲେ। ଏହି ଦୁର୍ଘଟଣାରେ ଏକ ବଗିର ଝରକା…

ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳକୁ ସ୍ବଚ୍ଛ ରଖିବେ ସିଆର୍‌ପିଏଫ୍‌ ଯବାନ

ରାୟପୁର,୧୬।୧୨: ଛତିଶଗଡ଼ରେ ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳଙ୍କୁ ସ୍ବଚ୍ଛ ରଖିବା ପାଇଁ ସିଆର୍‌ପିଏଫ୍‌ ଯବାନ ଅଣ୍ଟା ଭିଡ଼ିଛନ୍ତି। ସିଆର୍‌ପିଏଫ୍‌ ୧୯୫ ବାଟାଲିୟନ୍‌ର ଯବାନ ଏହି ଅଞ୍ଚଳକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ବାରସୁର…

ଉନ୍ନାଓ ପୀଡିତାଙ୍କୁ ମିଳିଲା ନ୍ୟାୟ: ଦୋଷୀ ସାବ୍ୟସ୍ତ ହେଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬।୧୨: ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସୋମବାର ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବହିସ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଅଭିଯୁକ୍ତ ଥିବା ଶଶି ସିଂଙ୍କୁ କୋର୍ଟ ନିର୍ଦ୍ଦୋଷ…

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର ହାଜର କରାଯାଇଥିଲା। ତାଙ୍କୁ ୮ ଦିନ ପୋଲିସ ରିମାଣ୍ଡରେ ରଖାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ କଥା ହେବାକୁ ଶାହାଙ୍କୁ ସମୟ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜଧାନୀ ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଏ ସମ୍ପର୍କରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେବାକୁ ସମୟ ମାଗିଛନ୍ତି। ସୋମବାର ଟୁଇଟ୍‌ କରି କେଜରିଓ୍ବାଲ ଏ ସମ୍ପର୍କରେ…

ଅଯୋଧ୍ୟାରେ ୪ ମାସ ମଧ୍ୟରେ ନିର୍ମାଣ କରାଯିବ ରାମମନ୍ଦିର: ଶାହ

ରାଞ୍ଚି,୧୬।୧୨: ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ କରାଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ପାକୁଡ଼ଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି। ନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇ ସାରିଛନ୍ତି। ବହୁ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ…

ଲୋକତନ୍ତ୍ରରେ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଲୋକତନ୍ତ୍ରରେ ଏଭଳି ହିଂସା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍‌ କରି କହିଛନ୍ତି। ନାଗରିକତା ସଂଶୋଧନ ଆଇନ କୌଣସି ଭାରତୀୟଙ୍କ ବିରୋଧ କରୁ ନାହିଁ। ଏନେଇ ଗୁଜବ…

ବିଶ୍ୱବିଦ୍ୟାଳୟରେ ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ହିଂସାକାଣ୍ଡ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ଏଭଳି ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ସୋମବାର କହିଛନ୍ତି। ହିଂସାକାଣ୍ଡ ଥମିଲେ ଏହାର ଶୁଣାଣି କରାଯିବ…

ହିଂସାକୁ ନେଇ ମୁହଁ ଖୋଲିଲେ ଜାମିଆ କୁଳପତି: ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପଶିଥିଲା ପୋଲିସ, ଦିଆଯିବ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ଇସ୍‌ଲାମିଆରେ ରବିବାର ହୋଇଥିବା ହିଂସା ଓ କ୍ୟାମ୍ପସ୍‌ରେ ପୋଲିସ ପ୍ରବେଶ ନେଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। କୁଳପତି ନଜମା ଅଖତର କହିଛନ୍ତି, ବିନା ଅନୁମତିରେ ପୋଲିସ…

ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ

ଅମରାବତୀ,୧୬।୧୨: ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଚନ୍ଦ୍ରାବାବୁ ଦଳୀୟ କର୍ମୀଙ୍କ ସହ ମିଶି ଓଲଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri