ଭାରତୀୟ ବେଶଭୂଷାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ,୧୫।୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟକୁ ଯାଇ ବାପୁଙ୍କୁ…
ଫାଶୀ ପୂର୍ବରୁ ଜେଲ୍ରେ ରୋଜଗାର: ଅକ୍ଷୟ କରିଛନ୍ତି ଅଧିକ; ମୁକେଶ କରି ନାହାଁନ୍ତି କିଛି କାମ
ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୋଷୀଙ୍କୁ ଜେଲ୍ ନମ୍ବର ୩ରେ ଫାଶୀ ଦିଆଯିବ। ଜେଲ୍ରେ ଥିବା ସମୟରେ ଅକ୍ଷୟ ଠାକୁର,…
ଜନ୍ମଦିନରେ ଭାଜପାକୁ ଟାର୍ଗେଟ୍ କଲେ ମାୟାବତୀ: ମୋଦିଙ୍କ ଶାସନରେ ଅର୍ଥ ବ୍ୟବସ୍ଥା ଶଯ୍ୟାଶାୟୀ, ଗରିବ କିଂକର୍ତ୍ତବ୍ୟମୂଢ଼
ଲକ୍ଷ୍ନୌ, ୧୫।୧: ବିଏସ୍ପି ମୁଖ୍ୟ ମାୟାବତୀ ବୁଧବାର ନିଜର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିବସକୁ ଜନସାଧାରଣଙ୍କ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମାୟାବତୀ ଭାଜପା ସହିତ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶର ସ୍ଥିତି କଂଗ୍ରେସ…
ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା
ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ…
ଜାମିଆ ପରିଦର୍ଶନ କଲେ ଏନ୍ଏଚ୍ଆର୍ସି ଟିମ୍
ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍ ଜାମିଆ ମିଲିଆ ଇସ୍ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା ରେକର୍ଡ କରିଛନ୍ତି। ଗତ ମାସରେ ସିଏଏକୁ ବିରୋଧ କରି ଉକ୍ତ ବିଶ୍ୱବିଦ୍ୟାଳୟରେ ହିଂସା ପରିସ୍ଥିତି…
ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ
ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍ ଜରିଫ୍ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍ଙ୍କ ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ବୁଧବାର ଜରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିକାର…
ଆମେରିକାରେ ଭାରତର ରାଷ୍ଟ୍ରଦୂତ ହେବେ ସାନ୍ଧୁ
ନୂଆଦିଲ୍ଲୀ,୧୫ା୧(ପି.ଟି.): ଶ୍ରୀଲଙ୍କାରେ ଭାରତର ହାଇକମିଶନର ଭାବେ କାର୍ଯ୍ୟରତ ତରନ୍ଜିତ ସିଂ ସାନ୍ଧୁ ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ନୂଆଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେବେ। ଏହି ଦାୟିତ୍ୱରେ…
ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ
ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ ୮ରେ ଏଠାରେ ଭୋଟଗ୍ରହଣ କରାଯିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ତ୍ରିମୁଖୀ…
ଭାଜପାକୁ ହତ୍ୟାକାରୀ କହିଲେ ମଣିଶଙ୍କର
ନୂଆଦିଲ୍ଲୀ,୧୫ା୧: ଭାଜପା ହତ୍ୟାକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିଭାଜିତ କରି ମୁସ୍ଲିମ ସମୁଦାୟ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର। ଦିଲ୍ଲୀର ଶାହିନ ବାଗ୍ରେ…
‘ମମତାଙ୍କ ଡାହାଣୀ ପ୍ରକୃତି’
ବାଲିଆ,୧୫ା୧: ଉତ୍ତରପ୍ରଦେଶସ୍ଥିତ ବାଲିଆ ବିଧାୟକ ସୁରେନ୍ଦ୍ର ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାହାଣୀ ସହ ତୁଳନା କରି ପୁଣି ବିବାଦୀୟ ହୋଇଛନ୍ତି। ସୁରେନ୍ଦ୍ର କହିଛନ୍ତି, ଏକ ଗଣତାନ୍ତ୍ରିକ ସମାଜରେ ମମତାଙ୍କର ଡାହାଣୀ ଭଳି ଗୁଣ ରହିଛି। ତାଙ୍କଠାରେ କୌଣସି ମାନବିକ…
ଭାରତରେ ଯାହା ଚାଲିଛି, ଠିକ୍ ନୁହେଁ
ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି କ୍ରମରେ ମାଇକ୍ରୋସଫ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ସିଏଏ ବିରୋଧୀ ମନ୍ତବ୍ୟ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଲ୍ଜେପି ଜାରି କଲା ୧୫ ଆଶାୟୀ ପ୍ରାର୍ଥୀଙ୍କ ତାଲିକା
ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଏଥିପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ମଇଦାନକୁ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କୁ ଓହ୍ଲାଇବା ପାଇଁ ବିଭିନ୍ନ…

