ଜାତୀୟ

ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ !

ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଜମିୟତ୍‌ ଉଲେମା-ଇ-ହିନ୍ଦ୍‌ ଅଧ୍ୟକ୍ଷ ଅଶରଫ୍‌ ମଦନିଙ୍କ ମଧ୍ୟରେ…

ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର

ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା ସରକାର ଗଠନ କରନ୍ତୁ। ଏନ୍‌ସିପି ବିରୋଧୀ ଆସନରେ ବସିବ। ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କୁ…

ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୬।୧୧: କରତାର୍‌ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରତାର୍‌ପୁର କରିଡୋରର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ଏଠାରେ ଆତଙ୍କବାଦୀମାନେ ପ୍ରବେଶ…

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ ଫେସବୁକରୁ ବର୍ଷେ ବାସନ୍ଦ କରାଯାଇଛି। ଜବିନ ଚାର୍ଲସ ବର୍ଷେ ପାଇଁ ସୋସିଆଲ ମିଡିଆ ବ୍ୟବହାର…

ଦିଲ୍ଲୀରେ ହାଇଡ୍ରାମା: ଆତ୍ମହତ୍ୟା ପାଇଁ ବିଲ୍ଡିଂ ଉପରେ ଚଢିଲେ ଓକିଲ

ନୂଆଦିଲ୍ଲୀ,୬।୧୧: ମଙ୍ଗଳବାର ଦୀର୍ଘ ୧୧ ଘଣ୍ଟା ନ୍ୟାୟ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୋଲିସ ଏବଂ ସେମାନଙ୍କ ପରିବାର ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ବୁଧବାର ଓକିଲଙ୍କ ପକ୍ଷରୁ ନ୍ୟାୟ ଦାବି କରାଯାଇଛି। ଦିଲ୍ଲୀ ୫ ଜିଲା…

ଛାତ୍ରଙ୍କୁ ୧.୪୫ କୋଟି ଟଙ୍କାର ଚାକିରି ଅଫର୍‌ ଦେଲା ଫେସବୁକ୍‌

ନୂଆଦିଲ୍ଲୀ,୬।୧୧: ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନଫରମେଶନ୍‌ ଟେକ୍ନୋଲୋଜି(ଆଇଆଇଆଇଟି)ର ଜଣେ ଛାତ୍ରଙ୍କୁ ଫେସବୁକ ୧.୪୫ କୋଟି ଟଙ୍କାର ଚାକିରି ଅଫର ଦେଇଛି। ଏହି ଇନ୍‌ଷ୍ଟିଚ୍ୟୁଟରେ ଏହା ସର୍ବାଧିକ ପ୍ୟାକେଜ୍‌ ବୋଲି ଜଣାପଡିଛି। ଏହାଛଡା ଏହି କଲେଜର ଦୁଇ ଛାତ୍ରଙ୍କୁ ଯଥାକ୍ରମେ ୪୩…

ମଇଁଷି ଦାମ୍‌ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ

ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି ଭୀମ ମଧ୍ୟ ଯୋଗଦେଇଛି। ଭୀମର ଓଜନ ୧୩ ଶହ କିଲୋଗ୍ରାମ୍‌। ଏହାର ଦାମ୍‌ ୧୪…

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା। ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଡ଼ପା ଜିଲାର ମୟଦୁକର ବଜାରରେ ଏଭଳି ଏକ କପଡ଼ା ଦୋକାନ ଅଛି।…

୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତିଲେ ପିତା

ଚେନ୍ନାଇ,୬।୧୧: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ତାଙ୍କର ୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତି ଦେଇଛନ୍ତି। ଭାଦାମାରୁଥୁର୍‌ ଗାଁର ୨୯ ବର୍ଷ ବୟସ୍କ ଡି. ଭର୍ଦାରଞ୍ଜନଙ୍କ ସ୍ତ୍ରୀ ସୁନ୍ଧାରୟା ଜିପ୍‌ମର ହସ୍ପିଟାଲରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ…

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ। ଏହି ଦୁଇ ଦେଶ ଭାରତ ସହ ପ୍ରତ୍ୟକ୍ଷରେ ଲଢିପାରିବାର…

ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ

ବେଙ୍ଗାଲୁରୁ,୬।୧୧: କର୍ନାଟକରେ ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚିତ୍ରଦୁର୍ଗାଠାରେ ଥିବା ସ୍କୁଲର ୧୨୫ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଦ୍ୟ ଖାଇବା ପରେ କିଛି…

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ କୋଳରେ ଧରି ମା’ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟ ଯାଇଥିଲା। ଡାକ୍ତରଖାନା ଗେଟ୍‌ ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri