Posted inଜାତୀୟ

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ପାଖକୁ ଗଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ନର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂହଙ୍କ କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ଭବନକୁ ପଠାଇ ଦେଇଛନ୍ତି। ତେବେ ଶୁକ୍ରବାର ଏହି ମାମଲାରେ ରାଷ୍ଟ୍ରପତିଙ୍କ ନିର୍ଣ୍ଣୟ ଶେଷ ନିର୍ଣ୍ଣୟ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ମୁକେଶଙ୍କ କ୍ଷମା ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ମଧ୍ୟ ଖାରଜ କରିସାରିଛନ୍ତି। ସୂଚନା ମୁତାବକ ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀ ମୁକେଶ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲେ। ଅନ୍ୟ ୩ଜଣ ଦୋଷୀଙ୍କ ସମେତ ମୁକେଶଙ୍କୁ ଜାନୁଆରି ୨୨ରେ ମୃତ୍ୟୁ ଦଣ୍ଡାଦେଶ ପାଇଁ ଦିଲ୍ଲୀ ପଟିଆଲାହାଉସ କୋର୍ଟ ଶୁଣାଣି କରିଥିଲେ। ତେଣୁ କ୍ଷମା ଆବେଦନ ଯୋଗୁ ୪ ଦୋଷୀଙ୍କ ଫାଶୀ ନିର୍ଦ୍ଧାରିତ ହୋଇଥିବା ସମୟଠାରୁ ବିଳମ୍ବ ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri