ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ
ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍ଫୁସ୍ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ...
ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…
ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଏଠାରେ ମାଙ୍କଡ଼ଙ୍କୁ ମଦ ପିଇବାକୁ ଦିଆଯିବା ପରମ୍ପରା ରହିଛି। ମନ୍ଦିରରେ...
ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ହେବ ବୁଲେଟ୍ ପ୍ରୁଫ୍
ନୂଆଦିଲ୍ଲୀ,୧୫।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟକୁ ବୁଲେଟ୍ ପ୍ରୁଫ୍ କରାଯିବା ପାଇଁ ଯୋଜନା ହୋଇଛି। ଏହା ସହିତ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ଯୋଗୀଙ୍କ କାର୍ଯ୍ୟାଳୟ ସୁରକ୍ଷିତ ନ ଥିବା...
ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ
ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ ଜଣେ ୧୨ ବର୍ଷ ବାଳକର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ପାଣିରେ...
କଶ୍ମୀର ପଣ୍ଡିତଙ୍କ ବିନା ପୂର୍ଣ୍ଣ ନୁହେଁ ଜମ୍ମୁ-କଶ୍ମୀର: ରାଜ୍ୟପାଳ
ଶ୍ରୀନଗର,୧୫।୮: ଶେର-ଇ-କଶ୍ମୀର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କଶ୍ମୀର ପଣ୍ଡିତଙ୍କ ବିନା ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ ନୁହେଁ। ପ୍ରଶାସନ ଏମାନଙ୍କର ଘରବାହୁଡା ଓ ଥଇଥାନର ପ୍ରତିଶ୍ରୁତି ଦେଇଛନ୍ତି। ଏହା କେବଳ...
ପଶ୍ଚିମବଙ୍ଗ ନଦିଆ ଜିଲାରେ ଅଗଷ୍ଟ ୧୮ରେ ପାଳିତ ହେବ ସ୍ବାଧୀନତା ଦିବସ
କୋଲକତା,୧୫।୮: ଦେଶ ସାରା ଗୁରୁବାର ସ୍ବାଧୀନତା ଦିବସ ପାଳିତ ହେଉଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳିତ ହେବ। ୧୯୪୭ ଅଗଷ୍ଟ ୧୨ରେ ରେଡ଼ିଓରେ ଖବର ପ୍ରସାରିତ ହୋଇଥିଲା ଯେ,...
ଦେଶକୁ ମିଳିବ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି କି ଏବେ ଦେଶକୁ ମିଳିବ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍। ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରକ୍ଷା କରିବାକୁ ଏହି ଚିଫ୍ ଅଫ୍ ଡିଫେନ୍ସ...
ତିନି ସେନାମୁଖ୍ୟଙ୍କ ସହ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୫।୮: ଭାରତର ୭୩ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୩ ସେନାମୁଖ୍ୟ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ...
ମୋଦିଙ୍କୁ ରାଖୀ ବନ୍ଧିବା ସହ ଉପହାର ଦେଲେ ଭଉଣୀ କ୍ୱାମର ମୋହସିନ୍
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ଭାଇ ବୋଲି ସମ୍ମାନ କରିବା ସହ ପ୍ରତିବର୍ଷ ରାଖୀ ବାନ୍ଧୁଥିବା ପାକିସ୍ତାନୀ ଭଉଣୀ କ୍ୱାମର ମୋହସିନ୍ ଶେଖ୍ ଗୁରୁବାର ରାଖୀ ପୂର୍ଣ୍ଣିମା ଅବସରରେ ଚଳିତ ବର୍ଷ ମୋଦିଙ୍କ ହାତରେ ରାଖୀ ବାନ୍ଧିଛନ୍ତି। କେବଳ...
ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା: କେଜରିଓ୍ବାଲ
ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାମାନେ ସମସ୍ତ ଡିଟିସି(ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେଶନ) ବସ୍ ଓ କ୍ଲଷ୍ଟର ବସ୍ରେ ମାଗଣାରେ...
ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍ପି
ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍ପି ଜାମ୍ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଏଠାରେ ଗୁରୁବାର ଆନନ୍ଦ ଉତ୍ସାହର ସହିତ ସ୍ବାଧୀନତା...
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ
ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା ଦିବସ ପାଳନ କରୁଛନ୍ତି। ତେବେ ଉତ୍ତର ପ୍ରଦେଶରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମୁଖ୍ୟମନ୍ତ୍ରୀ...
Archives


