ଜାତୀୟ

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାନ୍‌ଝା କିମ୍ବା ସୋନୀ-ମାହିବାଲ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ...

ଚାଲାଣ କାଟିବା ସମୟରେ ହୃଦ୍‌ଘାତରେ କାର୍‌ ଚାଳକଙ୍କ ମୃତ୍ୟୁ

ନଏଡା,୯।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ଏହାର ଉଲ୍ଲଂଘନକାରୀଙ୍କୁ ଅଟକାଇ ପୋଲିସ ଚାଲାଣ କାଟିବା କଥା ସମସ୍ତଙ୍କୁ ଜଣା। ହେଲେ ରବିବାର ନଏଡାର ସେକ୍ଟର ୬୨ରେ ଜଣେ କାର୍‌ ଚାଳକଙ୍କୁ ଅଟକାଇ ପୋଲିସ ଚାଲାଣ କାଟୁଥିବା ବେଳେ...

ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି; ଯୋଗାଯୋଗ ପାଇଁ ଜାରି ରହିଛି ଉଦ୍ୟମ: ଇସ୍ରୋ

ଶ୍ରୀହରିକୋଟା,୯।୯: ଚନ୍ଦ୍ରୟାନ-୨ ମିଶନରେ ଆଶା ମଉଳିନି। କେତେକ ଯାନ୍ତ୍ରିକ ବ୍ୟତିକ୍ରମ ଯୋଗୁ ଲ୍ୟାଣ୍ଡର ବିକ୍ରମ ନିଦ୍ଦିଷ୍ଟ ପଥରୁ ବାହାରି ଯାଇ ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ପଡ଼ିଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏବେ ଏହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ରହିଛି। ଏହାର କୌଣସି ଅଂଶ...

ଆଇଆଇଟିରେ ପଢ଼ୁଥିବା ଦରଜି ପୁଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର ବିଜୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଚିଦାମ୍ବରମ୍‌ଙ୍କୁ ଶହେ ଘଣ୍ଟାରେ ସିବିଆଇ ପଚାରିଲା ୪ଶହ ୫୦ ପ୍ରଶ୍ନ

ନୂଆଦିଲ୍ଲୀ,୯।୯: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ଚାର୍ଜଶିଟ୍‌ ପ୍ରସ୍ତୁତ କରୁଛି ସିବିଆଇ। ଏନେଇ ଶହେ ଘଣ୍ଟାରେ ଚିଦାମ୍ବରମ୍‌ଙ୍କୁ ୪ ଶହ ୫୦ ପ୍ରଶ୍ନ ପଚରା ଯାଇଛି। ଚଳିତ ମାସ ତୃତୀୟ ସପ୍ତାହରେ ଚାର୍ଜଶିଟ୍‌ ଦାଖଲ...

ଆମ ପାଇଁ ପାକିସ୍ତାନରେ ନିର୍ବାଚନ ଜିତିବା ସହଜ ହେବ, କାହିଁକି ଏମିତି କହିଥିଲେ ଅଟଳ ବିହାରୀ ବାଜପେୟୀ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ଭାରତ ସହ କେଉଁପଟେ ରାଗ ସୁଝାଇବ ତାହା ଚିନ୍ତା କରୁଛି ପାକିସ୍ତାନ। କିନ୍ତୁ ଦିନ ଥିଲା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆଣିବା ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ...

ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରୀଛାତ୍ର

ଇମ୍ଫାଲ,୯।୯: ସ୍କୁଲ ପିଲାଙ୍କ ପାଇଁ ମଣିପୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତି ଶନିବାର ପିଲାମାନେ ସ୍କୁଲକୁ ବିନା ବ୍ୟାଗରେ ଯିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ପାଇଁ...

ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ ବାଲ୍ମିକୀଙ୍କ ଛେଳିକୁ ପୋଲିସ ବାବୁ ଥାନାକୁ ବାନ୍ଧି ନେଇଛନ୍ତି। ବିଚରା ଛେଳି ପଘାରୁ...

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀରରେ ସୋମବାର ଦିନ ପ୍ରାୟ ୧୨ଟା ୧୦ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦। ଏହା କଶ୍ମୀର-ହୀମାଚଳ ପ୍ରଦେଶ(ଛାମ୍ବା) ସୀମାରେ ଅନୁଭୂତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା...

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ ଠକି ପାରିବେନି। କାରଣ ଏହି ନିୟମ ଅନୁସାରେ ‘ନୋ ବିଲ୍‌’ ‘ଫ୍ରି ଫୁଡ୍‌’...

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଏହା ସନ୍ଧ୍ୟା ୪ଟାରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ...

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଭୋପାଳ, ବିଦିଶା, ସିହୋର, ରାୟସେନ,ମଣ୍ଡଲା, ଉଜୈନ, ଓ ନରସିଂହପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri