ମାୟାବତୀଙ୍କୁ ଝଟ୍କା: କଂଗ୍ରେସ ହାତ ଧରିଲେ ୬ ବିଏସ୍ପି ବିଧାୟକ
ଜୟପୁର,୧୭।୯: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଲାଗିଛି ଝଟ୍କା। କାରଣ ଏଠାକାର ବହୁଜନ ସମାଜ ପାର୍ଟିର ୬ ଜଣ ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ବିଏସ୍ପି ପାଇଁ ଏକ ବଡ ଝଟ୍କା ବୋଲି କୁହାଯାଉଛି। ସୋମବାର ଏମାନେ...
ଫାରୁକ୍ଙ୍କ ଗିରଫ ହେବା ନେଇ ଶାହଙ୍କୁ ପ୍ରଶ୍ନ କଲେ ସିବଲ୍
ନୂଆଦିଲ୍ଲୀ,୧୭।୯: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ଗିରଫ ନେଇ କଂଗ୍ରେସ ବରିଷ୍ଠ ସଦସ୍ୟ କପିଲ୍ ସିବଲ୍ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଙ୍ଗଳବାର ଟୁଇଟ୍ କରି ପ୍ରଶ୍ନ କରିଛନ୍ତି। ଯଦି ଜମ୍ମୁ-କଶ୍ମୀର ସ୍ଥିତିରେ ସୁଧାର ଆସିଛି ତେବେ ଫାରୁକ୍ଙ୍କୁ...
ମୋଦିଙ୍କ ଜନ୍ମଦିନରେ ସଙ୍କଟ ମୋଚନ ମନ୍ଦିରକୁ ୧.୨୫ କିଲୋ ଓଜନର ସୁନା ମୁକୁଟ ଦାନ କଲେ ପ୍ରଶଂସକ
ବାରଣାସୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଥିବା ପ୍ରଶଂସକମାନେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ ୧.୨୫ କିଲୋ ଓଜନର ଏକ ସୁନା ମୁକୁଟ ଦାନ କରିଛନ୍ତି। ଅରବିନ୍ଦ ସିଂ...
ପରୀକ୍ଷା ମୂଳକ ଉଡ଼ାଣ ବେଳେ ଡିଆର୍ଡିଓର ରୁସ୍ତମ୍-୨ୟୁଏବି ଦୁର୍ଘଟଣାଗ୍ରସ୍ତ
ବେଙ୍ଗାଲୁରୁ,୧୭।୯: କର୍ନାଟକରେ ମଙ୍ଗଳବାର ସକାଳ ୬ଟା ସମୟରେ ଡିଆର୍ଡିଓର ରୁସ୍ତମ୍-୨ ୟୁଏବି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାନବ ବିହୀନ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିବା ବେଳେ ଏଭଳି ହୋଇଥିବା କୁହାଯାଉଛି। ଏହା ଚୈଲକେର ଏରୋନୋଟିକାଲ ଟେଷ୍ଟ ରେଞ୍ଜ୍ରୁ ଉଡ଼ାଣ ଆରମ୍ଭ...
୬୯ ବର୍ଷରେ ମୋଦି
ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ଇକୋ ଟୁରିଜିମ୍ ପାର୍କରେ ପହଞ୍ଚିଛନ୍ତି। ମୋଦି ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ଜନ୍ମଗ୍ରହଣ...
ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍ଙ୍କ ବିରୋଧ
ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍. ୟେଦୁରାପ୍ପା...
ପ୍ରମୋଦ ମିଶ୍ର, ଡୋଭାଲଙ୍କୁ ଦାୟିତ୍ୱ ବଣ୍ଟନ
ନୂଆଦିଲ୍ଲୀ,୧୭ା୯: ଓଡ଼ିଆ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏବଂ ପି.କେ. ସିହ୍ନା ପ୍ରମୁଖ ଉପଦେଷ୍ଟା ନିଯୁକ୍ତ ହେବା ପରେ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍ଏସ୍ଏ) ଅଜିତ୍...
ଭାରତ, ସିଙ୍ଗାପୁର, ଥାଇଲାଣ୍ଡ ମିଳିତ ନୌସମରାଭ୍ୟାସ
ନୂଆଦିଲ୍ଲୀ,୧୭ା୯(ପି.ଟି.): ପୋର୍ଟ ବ୍ଲେୟାରରେ ସୋମବାରଠାରୁ ଭାରତ, ସିଙ୍ଗାପୁର ଓ ଥାଇଲାଣ୍ଡ ନୌସେନା ପକ୍ଷରୁ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାବ୍ୟତୀତ ମୈତ୍ରୀ ନାମରେ ଭାରତ ଓ ଥାଇଲାଣ୍ଡ ସେନା ମଧ୍ୟରେ ଦ୍ୱିପାକ୍ଷିକ ସମରାଭ୍ୟାସ ମେଘାଳୟର ଉମ୍ରୋଇସ୍ଥିତ ଫରେନ୍ ଟ୍ରେନିଂ ନୋଡ୍...
ୟୁପିରେ ଅନର କିଲିଂ: ଦଳିତ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ
ହର୍ଦୋଇ, ୧୭ା୯ (ପି.ଟି.): ଅନ୍ୟ ଜାତିର ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଦଳିତ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଉତ୍ତରପ୍ରଦେଶର ହର୍ଦୋଇ ଜିଲା ଅନ୍ତର୍ଗତ ଭଦେଶାରେ ଏଭଳି ଘଟଣା ଘଟିଛି। ଅଭିଷେକ ଓରଫ୍ ମୋନୁ(୨୦)ଙ୍କୁ ଏକ ଘରେ...
ଫାରୁକ୍ ଅବଦୁଲ୍ଲା ପିଏସ୍ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଜମ୍ମୁ-କଶ୍ମୀରର ଜନସୁରକ୍ଷା ଆଇନ (ପିଏସ୍ଏ)ରେ...
ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି
ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ କୌଣସି ରାଜନୈତିକ ସଭା କରିପାରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ଆଜାଦଙ୍କୁ...
୩୭୦ ଉଚ୍ଛେଦ ବିରୋଧରେ ଆବେଦନର ଶୁଣାଣି:କଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାକୁ ପରାମର୍ଶ
ନୂଆଦିଲ୍ଲୀ,୧୭-୯(ପି.ଟି.):କଶ୍ମୀର ଉପତ୍ୟକାରେ ଯଥାଶୀଘ୍ର ସମ୍ଭବ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ତେବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା...
Archives


