ଜାତୀୟ

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ…

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର କହିଛନ୍ତି…

ଜମ୍ମୁ-କଶ୍ମୀର: ପ୍ରିପେଡ ସିମକାର୍ଡରେ କଥା ହେବା ସହ ଦେଇ ପାରିବେ ବାର୍ତ୍ତା

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ସ୍ଥିତି ସମିକ୍ଷା କରିବା ପରେ ଏବେ ସେଠାରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମକାର୍ଡରେ କଲ୍‌ କରିବା ସହ ଏସ୍‌ଏମ୍‌ଏସ୍‌ ପଠାଯାଇ ପାରିବ ବୋଲି କୁହାଯାଇଛି। ଏହାସହ ସମିକ୍ଷା କରିବା ପରେ ଜମ୍ମୁ ସମ୍ଭାଲ ଓ କଶ୍ମୀରର ୧୦ ଜିଲାରେ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରିଛି। ଏହାର ଜବାବରେ ଭାରତୀୟ…

ଶୌଚାଳୟରେ ରୋଷେଇ ଘର: ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ବାଟବଣା

ଲକ୍ଷ୍ନୌ,୧୮।୧: ସ୍ବଚ୍ଛ ଭାରତ ମିଶନ ନେଇ କେନ୍ଦ୍ର ସରକାର ନାନା ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ ଉତ୍ତରପ୍ରଦେଶ ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମିତ ହୋଇଥିବା ଏକ ଶୌଚାଳୟ ରୋଷେଇ ଘର ପାଲଟିଥିବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ…

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ…

ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ହଟିବ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣ: ସାହିବ ସିଂ

ନୂଆଦିଲ୍ଲୀ,୧୮।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ହାତେଇବାର ପ୍ରୟାସ କରାଯାଉଛି। ଏପରିସ୍ଥଳେ ଭାଜପା ପକ୍ଷରୁ ଏମ୍‌ପି ସାହିବ ସିଂ ବର୍ମା କହିଛନ୍ତି ଯେ, ଦିଲ୍ଲୀର ଶାସନ ଭାଜପା ହାତକୁ…

ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ସମାଜରେ ହୋଇଥାଏ ପ୍ରତିଫଳିତ: ପ୍ରଧାନ ବିଚାରପତି

ନାଗପୁର,୧୮।୧: ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ନିର୍ମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ। ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ ଦ୍ୱାରା ସମାଜରେ ପ୍ରତିଫଳିତ ହୋଇଥାଏ। ନାଗପୁର ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି…

ଭାଜପାର ପୂର୍ବତନ ଏମ୍‌ପି ଅଶ୍ୱିନୀ ଚୋପ୍ରାଙ୍କ ପରଲୋକ

ହରିୟାଣା,୧୮।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ତଥା ବରିଷ୍ଠ ସାମ୍ବାଦିକ ଅଶ୍ୱିନୀ କୁମାର ଚୋପ୍ରାଙ୍କର ୬୨ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର ହରିୟାଣା ଗୁରୁଗ୍ରାମର ଏକ ଘରୋଇ…

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଘୋଷଣା କରିଥିଲେ। ଶୁକ୍ରବାର କେନ୍ଦ୍ର ସରକାର ଚଳିତ ବର୍ଷ…

ସିଏଏକୁ ବିରୋଧ: ହାତ ଯୋଡ଼ି ଗାୟତ୍ରୀ ମନ୍ତ୍ର, ଗୁରୁବାଣୀ, ବାଇବେଲ ଓ ଫାତିହା ପାଠ କଲେ ମୁସଲମାନ ବାଳିକା

ନୂଆଦିଲ୍ଲୀ,୧୮।୧: ଦେଶରେ ସିଏଏକୁ ନେଇ ବିରୋଧ ଜାରି ରହିଛି। ଚଣ୍ଡିଗଡ଼ରେ ସିଏଏ ବିରୋଧରେ ହୋଇଥିବା ଏକ ରାଲିରେ ମନାଲ୍‌ ଖାଁ ନାମକ ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବାଳିକା ଯୋଗଦେଇ ପ୍ରଥମେ ହାତଯୋଡ଼ି ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ। ଏହାପରେ ସେ…

ବୀର ସାଭରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଣ୍ଡାମାନ ଜେଲକୁ ପଠାଇ ଦିଆଯାଉ: ସଞ୍ଜୟ

ନୂଆଦିଲ୍ଲୀ,୧୮।୧: କିଛିଦିନ ହେବ ବୀର ସାଭରକରଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ବୟାନବାଜି ସାମ୍ନାକୁ ଆସିଛି। ଏବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେଉଁମାନେ ବୀର ସାଭରକରଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ୨ଦିନ ପାଇଁ ଆଣ୍ଡାମାନ ଜେଲ ପଠାଇ ଦିଆଯାଉ। ତା’ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri