୨୯ ମିଡିଆ କର୍ମୀ କରୋନା ପଜିଟିଭ୍
ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ ଟିଭି ନ୍ୟୁଜ୍ ଚାନେଲ୍ର କର୍ମୀ ବୋଲି ଜଣାପଡ଼ିଛି। ଏକ ଘରୋଇ ଲାବ୍ରେ ସାମ୍ପଲ ଟେଷ୍ଟ…
କଂଗ୍ରେସର ଯୋଜନା, ମୋଦିଙ୍କ ଶ୍ରେୟ
ନୂଆଦିଲ୍ଲୀ,୨୦ା୫: କଂଗ୍ରେସ ଏକ ଜନମଙ୍ଗଳକାରୀ ଢାଞ୍ଚାର ଉପାଦାନଗୁଡ଼ିକୁ ପ୍ରସ୍ତୁତ କରିଥିଲା। ପ୍ରଧାନମନ୍ତ୍ରୀ ସେଗୁଡ଼ିକୁ ଫେଣ୍ଟାଫେଣ୍ଟି କରି ସେଥିରେ ମୋଦି ‘ତଡ୍କା’ ଯୋଡ଼ିଦେଲେ କେବଳ ନିଜସ୍ବ ବୋଲି ବାହାବା ନେବା ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୀରେ ଧୀରେ କିନ୍ତୁ ତୀକ୍ଷ୍ଣ ନଜର…
ଦାଦନଙ୍କୁ ନେଇ ତେଜିଲା ରାଜନୀତି
ଲକ୍ଷ୍ନୌ/ନୂଆଦିଲ୍ଲୀ,୨୦।୫: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ(ୟୁପି)ରେ ରାଜନୀତି ଜୋର୍ ଧରିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଲକ୍ଡାଉନ୍ ଯୋଗୁ ବାହାରେ କାମଧନ୍ଦା ହରାଇ ଭୋକ ଉପାସରେ ରହିଥିବା ଦାଦନ ଶ୍ରମିକମାନେ ଘରକୁ ଫେରିବା ଲାଗି ବ୍ୟାକୁଳ ହେଉଛନ୍ତି। ସେମାନଙ୍କୁ ତୁରନ୍ତ…
ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ
ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, କାଲାପାଣି, ଲିମ୍ପିୟାଧୁରାକୁ ନେପାଳ ନିଜ ଅଞ୍ଚଳ ବୋଲି ଦର୍ଶାଇଛି।…
ଆଗକୁ ମିଳିବନି ପର୍ଯ୍ୟାପ୍ତ ଅର୍ଥ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ସଙ୍କେତ
ନୂଆଦିଲ୍ଲୀ,୨୦ା୫: କେନ୍ଦ୍ର ସରକାର ଟ୍ୟାକ୍ସ ଓ ଅନ୍ୟ ଦେୟଗୁଡ଼ିକ ଏଯାଏ ଦେଇନାହାନ୍ତି ବୋଲି ରାଜ୍ୟ ସରକାରମାନେ ଅଭିଯୋଗ ଆଣୁଥିବାବେଳେ ସଂଗୃହୀତ ଟିକସର ୧୧୦% ଗତ ଏପ୍ରିଲରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ବ୍ୟୟ ସଚିବ ଟି.ଭି. ସୋମନାଥନ୍ କହିଛନ୍ତି। ସୋମନାଥନ୍ଙ୍କ ମତରେ ୪୧%…
ଜୁନ ୧ରୁ ଗଡିବ ନନ୍ଏସି ଟ୍ରେନ
ନୂଆଦିଲ୍ଲୀ,୧୯।୫-ସାଧାରଣ ଲୋକଙ୍କ ପାଇଁ ଗଡ଼ିବ ଟ୍ରେନ। ଆସନ୍ତା ଜୁନ ୧ ତାରିଖରୁ ଦେଶରେ ୨୦୦ ନନଏସି ଟ୍ରେନ ଚାଲିବ। କେବଳ ଅନଲାଇନରେ ଟିକେଟ ବୁକିଂ କରାଯିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଙ୍ଗଳବାର ଟୁଇଟ କରି ଜଣାଇଛନ୍ତି। ତେବେ ଟ୍ରେନ ରୁଟ…
ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୨,୩୫୦ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କିନ୍ତୁ ୨,୩୫୦ ରୋଗୀ ସୁସ୍ଥ ହେବା ଖୁସି ଖବର ବୋଲି କୁହାଯାଉଛି। ଏହାକୁ ନେଇ ଏବେ ଦେଶରେ ୩୯,୧୭୪ ଜଣ କରୋନା…
ବାତ୍ୟା ‘ଅମ୍ଫନ’ର ପ୍ରଭାବ: ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା
କୋଲକାତା,୧୯।୫: ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏହା ସ୍ଥଳଭାଗ ଛୁଇଁବା ବେଳେ ବ୍ୟାପକ କ୍ଷୟକ୍ଷତି କରିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇତିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ…
ଜମ୍ମୁ-କଶ୍ମୀରରେ ୨ ହିଜିବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ହିଜିବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ନଓ୍ବାକଦଲ ଅଞ୍ଚଳରେ କିଛି ଆତଙ୍କାବାଦୀ ଲୁଚି ଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ପ୍ରଥମେ ଲୁଚିଥିବା ଆତଙ୍କବାଦୀମାନେ…
ସମାଜବାଦୀ ନେତାଙ୍କୁ ଗୁଳି କରି ହତ୍ୟା: ଭିଡ଼ିଓ ଭାଇରାଲ
ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରେ ସମାଜବାଦୀ ନେତା ଏବଂ ତାଙ୍କ ପୁଅଙ୍କୁୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବହଜୋଇ ଥାନା ଅନ୍ତର୍ଗତ ଶାମସୋଇ ଗାଁରେ ଏହି…
ମହାରାଷ୍ଟ୍ର ପୋଲିସ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫ କରୋନା ପଜିଟିଭ
ମୁମ୍ବାଇ,୧୯।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ ହୋଇଥିବା ବେଳେ ଏଠାକାର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ବି ଏଥିରୁ ବାଦ୍ ଯାଇନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ପୋଲିସର ୫୫ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ଏହାକୁ ନେଇ…
ଶ୍ରମିକଙ୍କ ସହିତ ଖୋଲା ଟ୍ରକ୍ରେ ମୃତଦେହ ପଠାଇଲା ଉତ୍ତରପ୍ରଦେଶ: ନିନ୍ଦା କଲେ ହେମନ୍ତ ସୋରେନ୍
ରାଞ୍ଚି,୧୯।୫: କିଛିିଦିନ ତଳେ ଉତ୍ତରପ୍ରଦେଶ ଔରିୟାରେ ସଡ଼କ ଦୁର୍ଘଟଣାରେ ୨୬ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣ ଝାଡ଼ଖଣ୍ଡର ଥିଲେ। ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସେମାନଙ୍କ ମୃତଦେହକୁ ଝାଡ଼ଖଣ୍ଡକୁ ପଠାଯାଇଛି। ମୃତଦେହଗୁଡ଼ିକୁ କଳା ପ୍ଲାଷ୍ଟିକରେ ବନ୍ଧା ଯାଇଯାଇ…
Archives


