ଜାତୀୟ

ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ଝାଡ଼ଖଣ୍ଡର ୪ଟି ଜିଲାର ୧୫ ଆସନ ପାଇଁ ମତଦାନ ଆରମ୍ଭ

ରାଞ୍ଚି,୧୬।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାଠାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ମଇଦାନରେ ୨୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିମଧ୍ୟରୁ ୨୩ ମହିଳା...

ଇସ୍ରୋର ମୋବାଇଲ ଲଞ୍ଚ୍‌ପ୍ୟାଡ୍‌ ଯୋଜନା

ବେଙ୍ଗାଲୁରୁ,୧୬ା୧୨: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅନେକ ବଡ଼ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଆଗାମୀ ଦଶନ୍ଧିରେ ଇସ୍ରୋ ଐତିହାସିକ ସଫଳତା ହାସଲ କରିବ। ଏହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ପ୍ରସ୍ତାବିତ...

ପଶ୍ଚିମବଙ୍ଗରେ ଟିଏମ୍‌ସି ଆନ୍ଦୋଳନ ଆଜି: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହଁ।ମୁହିଁ

କୋଲ୍‌କାତା,୧୬ା୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିଠାରୁ ଏକ...

ଅସ୍ତ୍ର ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ବଣ୍ଡା,୧୬ା୧୨(ପି.ଟି.): ଅସ୍ତ୍ର(ସଂଶୋଧନ) ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ କୌଣସି ବ୍ୟକ୍ତି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ପ୍ରମାଣିତ ହେଲେ ତାଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ...

ସେନ୍‌ଗାରଙ୍କ ବିରୋଧରେ ରାୟ ଆଜି

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଉନ୍ନାଓ ବଳାତ୍କାର ମାମଲାରେ ଭାଜପାରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ସୋମବାର ରାୟ ପ୍ରଦାନ କରିବେ। ୨୦୧୭ରେ ଜଣେ ନାବାଳିକାଙ୍କୁ ବିଧାୟକ ସେନ୍‌ଗାର ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।...

ନିର୍ଭୟା ମାମଲାକୁ ୭ ବର୍ଷ: କେନ୍ଦ୍ର ଆଣିଛି କଠୋର ଆଇନ; ତଥାପି ଥମୁନି ବର୍ବରତା

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଠିକ୍‌ ସାତ ବର୍ଷ ପୂର୍ବେ ଦେଶକୁ ସ୍ତବ୍ଧ କରିଦେଇଥିଲା ନିର୍ଭୟା ମାମଲା। ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର ପରେ ଫିଙ୍ଗିଦିଆଯାଇଥିଲା। ଜୀବନ ସହ ସଂଗ୍ରାମ କରି ସିଙ୍ଗାପୁର ହସ୍ପିଟାଲରେ ଶେଷରେ ଆଖି ବୁଜିଥିଲେ ପୀଡ଼ିତା।...

ଆଜିଠାରୁ ଏମ୍‌ଏନ୍‌ପି ଲାଗି ନୂଆ ନିୟମ

ନୂଆଦିଲ୍ଲୀ,୧୬ା୧୨: ଉପଭୋକ୍ତାଙ୍କୁ ନିଜ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ନୂଆ ନିୟମ ମୁତାବକ ଏମ୍‌ଏନ୍‌ପି ପୂର୍ବଠାରୁ ଅଧିକ ତ୍ୱରିତ ଏବଂ ସହଜ...

ଦିଲ୍ଲୀ ରଣକ୍ଷେତ୍ର: ଟେକାମାଡ଼ କଲେ ଛାତ୍ର, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୧୬ା୧୨ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦେଳାନ ରବିବାର ମଧ୍ୟରାତ୍ରିରେ ଉଗ୍ରରୂପ ଧାରଣ କରିଛି। ଜେଏମ୍‌ଆଇୟୁରୁ ଆରମ୍ଭ ହୋଇଥିବା ବିକ୍ଷୋଭଜନିତ ହିଂସା ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ରାଜଧାନୀ ରଣକ୍ଷେତ୍ରରେ ପରିଣତ ହୋଇଛି। ପୋଲିସ-ଛାତ୍ର ଖଣ୍ଡଯୁଦ୍ଧରେ ଶତାଧିକ ଆହତ ହୋଇଛନ୍ତି।...

ସିଏଏ-ଏନ୍‌ଆର୍‌ସି ଭୟ: କେଉଁଠି ଧୂଆଁ, କେଉଁଠି ନିଆଁ; ଆକ୍ରୋଶରୁ ଅରାଜକତା

ନୂଆଦିଲ୍ଲୀ/କୋଲକାତା, ୧୬ା୧୨: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବା ପରେ ଉପୁଜିଥିବା ଅଡ଼ୁଆ ନ ଛିଣ୍ଡୁଣୁ ଏହାକୁ ଜାତୀୟ ସ୍ତରରେ ପ୍ରୟୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଇତିମଧ୍ୟରେ ସଂଖ୍ୟା ଯୋଗାଡ଼ କରିବାରେ ସଫଳ...

ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ଫାରୁଖ ଅବଦୁଲ୍ଲା: ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ବର୍ହିର୍ବ୍ୟାପାର ତଥା ଅର୍ଥ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ର୍‌ୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଏକ ଟୁଇଟ ଜରିଆରେ ସେ କହିଛନ୍ତି, ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା। ସେ ଫାରୁଖଙ୍କ...

ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍‌

ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ ମେଣ୍ଟ ସରକାର ଉପରେ ବର୍ଷିଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି।...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍‌ ସ୍ବାମୀଙ୍କ ପରଲୋକ

ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri