ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଛାତ୍ରୀଛାତ୍ରମାନେ...
ନୂଆବର୍ଷ ଆଣିବ ସୁଖ ସମୃଦ୍ଧି: ମୋଦି
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟରରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ନୂଆବର୍ଷ ଭାରତ ପାଇଁ ସୁଖ ସମୃଦ୍ଧି ଆଣିଦେବ ବୋଲି ଶେ ଆଶା କରିଛନ୍ତି। ଏଥିରେ ସେ ଭାରତୀୟ ଯୁବବର୍ଗଙ୍କୁ...
ଦେଶର ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ: ନରାଓ୍ବଣେ
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ନୂଆ ସେନାମୁଖ୍ୟ ଲ୍ୟୁଟ୍ନାଣ୍ଟ୍ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ନ୍ୟାସନାଲ ଓ୍ବାର ମେମୋରିଆଲ୍ରେ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ହିଁ...
ନୂଆବର୍ଷରେ ଦୁର୍ନୀତି କମିବ: ଲୋକଙ୍କ ଆଶା
ନୂଆଦିଲ୍ଲୀ,୧ା୧(ଆଇଏଏନ୍ଏସ୍): ନୂଆବର୍ଷ ୨୦୨୦ ଦେଶବାସୀଙ୍କ ପାଇଁ ସାଙ୍ଗରେ ନେଇଆସିଛି ଅନେକ ଆଶା। ଦୁର୍ନୀତି ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ଆଇଏଏନ୍ଏସ୍-ସିଭୋଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ୫୦% ଉତ୍ତରଦାତା ଅଶା...
୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି
ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ ଦିନ। ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପୁଣି ଲେଖାହେବ ଆଉ ଗୋଟିଏ...
୨୦୨୦ରେ ଚନ୍ଦ୍ରୟାନ-୩ ପ୍ରେରଣ
ନୂଆଦିଲ୍ଲୀ,୧ା୧: ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ପରେ ଚନ୍ଦ୍ରୟାନ-୩ ପ୍ରେରଣ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅର୍ବିଟର ଏବେ ବି ଚନ୍ଦ୍ରରେ ଅଛି ଓ...
ଆଜିଠୁ କଶ୍ମୀରରେ ମୋବାଇଲ ଏସ୍ଏମ୍ଏସ୍ ସେବା
ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍ଏମ୍ଏସ୍ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ କରାଯାଇଛି। ସାଢେ ୪ ମାସ ପରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିବା କୁହାଯାଉଛି।...
ନ୍ୟାଶନାଲ ଇନ୍ଫ୍ରାଷ୍ଟ୍ରକ୍ଚର ପାଇପ୍ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି
ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ୧୦୨ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାକୁ ନ୍ୟାଶନାଲ...
ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍ଏମ୍ଏସ୍ ସେବା
ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍ଏମ୍ଏସ୍ ସେବା ଆରମ୍ଭ କରାଯିବ। ଡିସେମ୍ବର ୩୧ ରାତି ୧୨ଟାରୁ ଜମ୍ମୁ-କଶ୍ମୀରରେ ଏସ୍ଏମ୍ଏସ୍ ସେବା ଲାଗୁ କରାଯିବ ବୋଲି ଜଣାପଡ଼ିଛି।...
ବଦଳିବ ଦିଲ୍ଲୀ ମେଟ୍ରୋ ଷ୍ଟେଶନର ନାମ
ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଗତି ମଇଦାନ ମେଟ୍ରୋ ଷ୍ଟେଶନର ନାଁ ପରିବର୍ତ୍ତନ କରାଯାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେଶନ ରଖାଯିବ। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏହି ସୂଚନା ଦେଇଛନ୍ତି।...
ରାଜଧାନୀରେ ଏଏପି-ଭାଜପା ମଧ୍ୟରେ ପୋଷ୍ଟର ଓ୍ବାର
ନୂଆଦିଲ୍ଲୀ,୩୧।୧୨: ରାଜଧାନୀ ଦିଲ୍ଲୀରେ ବେଆଇନ ଭାବେ ଗଢି ଉଠିଥିବା କଲୋନୀକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ୍ ଆଦମୀ ପାର୍ଟି(ଏଏପି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହି...
କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ
ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ମକର୍ତ୍ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିବା ଦେଖିବାକୁ...
Archives


