ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨।୧: ଶିଖ୍ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ଗୋବିନ୍ଦ...
ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍ ଦେଖିବେ ହିତେଶ୍ୱର
ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍ ମେସିଆସ୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍ସୋନାରୋ ସମ୍ମତି...
ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ
ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଏନେଇ ଟୁଇଟରରେ ସୂଚନା...
ଆଣବିକ କ୍ଷେପଣାସ୍ତ୍ର ଘାଟି: ଭାରତ-ପାକିସ୍ତାନ ତାଲିକା ଦିଆନିଆ
ନୂଆଦିଲ୍ଲୀ,୨ା୧(ପି.ଟି.): ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନରେ କେତେ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି ତାହାର ଏକ ତାଲିକା ନୂଆଦିଲ୍ଲୀକୁ ପ୍ରଦାନ କରିଛି ଇସ୍ଲାମାବାଦ। ୨୯ ବର୍ଷ ଧରି ଦୁଇଦେଶ ମଧ୍ୟରେ ଏହି ତାଲିକା ଦିଆନିଆ ପରମ୍ପରା ବଜାୟ...
ଚାଇନା ସୀମା ଉପରେ ଅଧିକ ନଜର ଆବଶ୍ୟକ: ନୂଆ ସେନାଧ୍ୟକ୍ଷ
ନୂଆଦିଲ୍ଲୀ,୨ା୧: ଚାଇନା ସୀମା ଉପରେ ଅଧିକ ନଜର ରଖାଯିବା ଜରୁରୀ ବୋଲି ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ସବୁ ସମୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ସେନାର ପ୍ରାଥମିକତା ହେବ। ଏଥିସହିତ ମାନବାଧିକାରକୁ ସମ୍ମାନ...
ପିଏମ୍-କିଷାନର ତୃତୀୟ କିସ୍ତି ଆଜି
ନୂଆଦିଲ୍ଲୀ,୨ା୧(ଆଇଏଏନ୍ଏସ୍): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ତୃତୀୟ କିସ୍ତି ୨୦୦୦ ଟଙ୍କା ଗୁରୁବାର ଛଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଟୁମ୍କୁରଠାରେ ଏକ ସାଧାରଣ ସଭାରେ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ଅବଧି ପାଇଁ ଏହି ସହାୟତା ରାଶି...
ସିଏଏକୁ ନେଇ ଭାଜପା-କେରଳ ସରକାର ମୁହାଁମୁହିଁ: ‘ବିଧାନସଭାର ବିଶେଷାଧିକାର ରହିଛି’
ଥିରୁଭାନନ୍ତପୁରମ୍,୨ା୧: ସିଏଏକୁ ବିରୋଧ ସହ ଏହାକୁ ପ୍ରତ୍ୟାହାର କରିବା ଲାଗି କେରଳ ସରକାର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିବା ପରେ ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରାଯାଇଛି। ମଙ୍ଗଳବାର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପାର୍ଲାମେଣ୍ଟରେ...
୫ ପଡ଼ୋଶୀ ରାଷ୍ଟ୍ରକୁ ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବ୍ୟତୀତ ଅନ୍ୟ ୫ଟି ପଡୋଶୀ ଦେଶର ୭ ଜଣ ନେତାଙ୍କୁ ଫୋନ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭାରତବାସୀଙ୍କ ତରଫରୁ ନବବର୍ଷର ଅଭିନନ୍ଦନ ଜଣାଇ ମୋଦି...
ଲାଞ୍ଚ ମାମଲାରେ ଡିଆର୍ଆଇ ଏଡିଜି ଗିରଫ
ନୂଆଦିଲ୍ଲୀ,୨ା୧(ପି.ଟି.): ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବୁଧବାର ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଚନ୍ଦ୍ରଶେଖର ଏବଂ ଜଣେ ମଧ୍ୟସ୍ଥଙ୍କୁ ଗିରଫ କରିଛି। ସିବିଆଇ ନୂଆଦିଲ୍ଲୀ, ନୋଏଡା ଏବଂ ଲୁଧିଆନାରେ ଚଢ଼ାଉ କରିଥିଲା।...
ସର୍ବଭାରତୀୟ ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟାହାର କଲେ ଜମ୍ମୁ-କଶ୍ମୀର ହାଇକୋର୍ଟ
ଜମ୍ମୁ,୨ା୧(ପି.ଟି.): ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବିଭିନ୍ନ ଅଦାଲତରେ ୩୩ ଅଣଗେଜେଟେଡ୍ କର୍ମଚାରୀ ନିଯୁକ୍ତି ଲାଗି ହାଇକୋର୍ଟ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗତବର୍ଷ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ...
ରାଜନୈତିକ ଦଳ ପାଇଁ ନୂଆ ନିୟମ
ନୂଆଦିଲ୍ଲୀ,୨ା୧(ଆଇଏଏନ୍ଏସ୍): ଦେଶର ରାଜନୈତିକ ଦଳଗୁଡ଼ିକ ପାଇଁ ବୁଧବାରଠାରୁ ନୂଆ ନିୟମ ଆରମ୍ଭ ହୋଇଛି। ଜନ ପ୍ରତିନିଧି ଆଇନ, ୧୯୫୧ ଅଧୀନରେ ପଞ୍ଜୀକୃତ ହେବାକୁ ଚାହୁଁଥିବା ଦଳଗୁଡ଼ିକୁ ଗଠନ ହେବାର ୩୦ ଦିନ ମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ...
ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ
ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀଙ୍କ ଭିଡ଼...
Archives


