ଜାତୀୟ

ଚଳିତବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ବାସଭବନରେ ଆୟୋଜିତ ହେବନାହିଁ ଦହି-ଚୁଡା ଭୋଜି

ପାଟନା,୧୪।୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଯିବା ପରେ ତାଙ୍କ ବାସଭବନରେ ପର୍ବପର୍ବାଣୀର ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ସବୁ ବର୍ଷ ମକର ସଂକ୍ରାନ୍ତି ଅବସରରେ ପାଟନା ସ୍ଥିତ ଲାଲୁଙ୍କ ବାସଭବନରେ ଦହି ଓ ଚୁଡା ଭୋଜିର...

କମିଲା ପିଆଜ ଦର

ନୂଆଦିଲ୍ଲୀ,୧୪।୧: ଗୋଟିଏ ମାସ ପୂର୍ବରୁ ଲୋକଙ୍କୁ କନ୍ଦାଉଥିବା ପିଆଜର ଦାମ୍‌ ଏବେ କମିଛି। ଉତ୍ତର ପ୍ରଦେଶରେ ଏବେ ସାଧାରଣ ପିଆଜ ଦର ୫୦-୬୦ ଟଙ୍କାରେ ପହଞ୍ଚିଛି। ପ୍ରକୃତରେ ବିଦେଶରୁ ଆସିଥିବା ପିଆଜ ଏବେବି ବଜାରରେ ଉପଲବ୍ଧ ହେଉଥିବା ବେଳେ ଅନ୍ୟପଟେ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ସମୟ ସୀମା...

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ...

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ...

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର...

ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ

ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ସମେତ ଆହତ ଛାତ୍ରଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଦୀପିକାଙ୍କ ଗସ୍ତକୁ ନେଇ...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବକୁ ବିଧାନସଭାରେ ପାସ୍‌ କରିସାରିଛି। ଏବେ ଏହା ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟ...

ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଅନୁଚ୍ଛେଦ-୩୭୦ ନେଇ ଭୟଭୀତ ଥିଲେ ଆତଙ୍କବାଦୀ: ଦିଲ୍ଲୀ-ପଞ୍ଜାବରେ ଆକ୍ରମଣ ପାଇଁ ଦାବିନ୍ଦରଙ୍କ ସହିତ ରଚିଥିଲେ ଷଡ଼ଯନ୍ତ୍ର

ଶ୍ରୀନଗର,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖିବା ଥିବା ଅଭିଯୋଗରେ ଗିରଫ ହୋଇଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟର ପର୍ଦ୍ଦାଫାଶ୍‌ ହେବାରେ ଲାଗିଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ...

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି ଘୋଷଣା କରିଛନ୍ତି। ନିକଟରେ କଂଗ୍ରେସ ଶାସିତ କିଛି ରାଜ୍ୟ ବଲିଉଡ୍‌ ନାୟିକା ଦୀପିକା...

ମୁଜଫରପୁର ଶେଲ୍‌ଟର ହୋମ୍‌ ମାମଲା: ୨୦ ଜାନୁୟାରୀକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ମୁଜଫରପୁର ଶେଲ୍‌ଟର ହୋମ୍‌ ବଳାତ୍କାର ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ନିକଟରେ ଏହି ମାମଲାର ଶୁଣାଣି ତାରିଖକୁ ଘୁଞ୍ଚାଇ ୧୪...

ଭାଜପା ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି

ଭୋପାଳ,୧୪।୧: ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡିଛି। ଏହା ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏଥିରେ କିଛି କେମିକାଲ ପାଉଡ଼ର ଥିବା ପ୍ରଜ୍ଞା ପ୍ରକାଶ କରିଛନ୍ତି। ଏହାକୁ ପାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri