ଜାତୀୟ

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା ଅନୁରୋଧକୁ ନିର୍ଭୟାର ମାଆବାପା ଅଗ୍ରାହ୍ୟ କରିଦେଇଛନ୍ତି। ଭଗବାନ କହିଲେ ବି ସେ କ୍ଷମା...

ଦୈନିକ ଆତ୍ମହତ୍ୟା କରୁଛନ୍ତି ୩୫ ବେକାର

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦେଶରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ୨୦୧୮ରେ ଦୈନିକ ହାରାହାରି ୩୫ ଜଣ ବେରୋଜଗାରୀ ଓ ୩୬ଜଣ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିବର୍ଷ ମୋଟ ୨୬,୦୮୫ ଜଣ ବେରୋଜଗାରୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି ଜୀବନ ହାରିଥିବା...

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଆର୍‌ଏସ୍‌ଏସ୍‌ର...

ସଭର୍‌କରଙ୍କ ବିରୋଧୀ ଆଣ୍ଡାମାନ ଜେଲ୍‌ରେ ୨ ଦିନ କାଟନ୍ତୁ: ରାଉତ

ମୁମ୍ବାଇ,୧୮।୧(ପି.ଟି.): ହିନ୍ଦୁତ୍ୱ ବିଚାରଧାରା ସମ୍ପନ୍ନ ଭି.ଡି. ସଭର୍‌କରଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଏହାକୁ ବିରୋଧ କରୁଥିବା ଲୋକେ ସଭର୍‌କର ରହିଥିବା ଆଣ୍ଡାମାନ ସେଲୁଲାର୍‌ ଜେଲରେ ୨ ଦିନ କାଟନ୍ତୁ ବୋଲି...

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ଓ କିଛି...

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ...

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର...

ଜମ୍ମୁ-କଶ୍ମୀର: ପ୍ରିପେଡ ସିମକାର୍ଡରେ କଥା ହେବା ସହ ଦେଇ ପାରିବେ ବାର୍ତ୍ତା

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ସ୍ଥିତି ସମିକ୍ଷା କରିବା ପରେ ଏବେ ସେଠାରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମକାର୍ଡରେ କଲ୍‌ କରିବା ସହ ଏସ୍‌ଏମ୍‌ଏସ୍‌ ପଠାଯାଇ ପାରିବ ବୋଲି କୁହାଯାଇଛି। ଏହାସହ ସମିକ୍ଷା କରିବା ପରେ ଜମ୍ମୁ ସମ୍ଭାଲ ଓ କଶ୍ମୀରର ୧୦...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରିଛି। ଏହାର ଜବାବରେ...

ଶୌଚାଳୟରେ ରୋଷେଇ ଘର: ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ବାଟବଣା

ଲକ୍ଷ୍ନୌ,୧୮।୧: ସ୍ବଚ୍ଛ ଭାରତ ମିଶନ ନେଇ କେନ୍ଦ୍ର ସରକାର ନାନା ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ ଉତ୍ତରପ୍ରଦେଶ ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମିତ ହୋଇଥିବା ଏକ ଶୌଚାଳୟ ରୋଷେଇ ଘର ପାଲଟିଥିବା ଫଟୋ ଏବେ ସୋସିଆଲ୍‌...

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା...

ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ହଟିବ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣ: ସାହିବ ସିଂ

ନୂଆଦିଲ୍ଲୀ,୧୮।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ହାତେଇବାର ପ୍ରୟାସ କରାଯାଉଛି। ଏପରିସ୍ଥଳେ ଭାଜପା ପକ୍ଷରୁ ଏମ୍‌ପି ସାହିବ ସିଂ ବର୍ମା କହିଛନ୍ତି ଯେ, ଦିଲ୍ଲୀର ଶାସନ ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri