ମେଟ୍ରୋ

ବିଏସ୍‌କେଓ୍ବାଇରେ ଅନ୍ତର୍ଭୁକ୍ତ ହୋଇ ଚିକିତ୍ସା ହେଲେ ସନ୍ଦୀପ

ଭୁବନେଶ୍ୱର,୧୮ା୮(ଅସମାପିକା ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍‌.କେ.ଓ୍ବାଇ. ଟିମ୍‌ ପକ୍ଷରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଇତିମଧ୍ୟରେ ତାଙ୍କ…

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ…

ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୧୭ା୮: ୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର…

ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେଲା କୋଣାର୍କ ଚକର ପ୍ରତିକୃତି

ଭୁବନେଶ୍ୱର,୧୭।୮(ଶର୍ମିଷ୍ଠା ପାଣିଗ୍ରାହୀ)କୋଣାର୍କର କଳା, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସେଫ୍‌ ବିକାଶ ଖାନ୍ନା। ଯେଉଁମାନେ କୋଣାର୍କ ଆସି ଏହାର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରି ପାରିନାହାନ୍ତି ଏବେ ସେମାନେ ପ୍ରତିକୃତି ଦେଖି ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକଳାକୁ ଜାଣିପାରିବେ। ଏହି…

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ)ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ…

ଶଯ୍ୟାଶାୟୀ ବୃଦ୍ଧାଙ୍କ ତଣ୍ଟିକାଟି ହତ୍ୟା

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ବସ୍ତିରେ ମଙ୍ଗଳବାର ସ୍ବାଧୀନତା ଦିବସରେ ଏକ ହତ୍ୟାକାଣ୍ଡ ଘଟିଛି। ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କୁ ଗଳାକାଟି ଅତି ନିର୍ମମ ଭାବେ କେହି ହତ୍ୟା କରିଛନ୍ତି। ମୃତା ବୃଦ୍ଧା ହେଲେ ଏଠାରେ ରହୁଥିବା ଗଞ୍ଜାମ…

ଫେବୃୟାରୀ ୧୪ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧୭।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ଦ୍ୱିତୀୟ ବର୍ଷ ବା ଦ୍ବାଦଶ ଶ୍ରେଣୀ ବାର୍ଷିକ ଥିଓରୀ ପରୀକ୍ଷା ଆସନ୍ତା ଫେବୃୟାରୀ…

ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷୟିତ୍ରୀ ଶିକ୍ଷକ

ଭୁବନେଶ୍ୱର,୧୭।୮(ଅନୁରାଧା ମହାରଣା)ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ…

ଭୁବନେଶ୍ୱରରୁ ଓଡ଼ିଶା ପ୍ରୋପାଗଣ୍ଡା ମୁଖ୍ୟ ଗିରଫ

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଏସ୍‌ଟିଏ କ୍ରିପ୍ଟୋ ଟୋକନ୍‌’ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ହଜାରେ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭୁବନେଶ୍ୱରରୁ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ରତ୍ନାକର ପଲାଇ (୪୫)। ରତ୍ନାକର ଓଡ଼ିଶା…

ସାପଚୋରି ର଼୍ୟାକେଟ୍‌ ଠାବ

ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ ଅଞ୍ଚଳର…

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର୍‌ ଚୂଡ଼ାନ୍ତ

ଭୁବନେଶ୍ୱର,୧୭ା୮(ଅନିଲ ଦାସ)ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଦିଲ୍ଲୀ ମେଟ୍ରୋ ରେଳ କର୍ପୋରଶନ(ଡିଏମ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। ଲୋକସେବା ଭବନଠାରେ ମେଟ୍ରୋ ରେଳ ପ୍ରକଳ୍ପ ବୈଠକରେ ଡିଏମ୍‌ଆର୍‌ସି ଏହି ଡିପିଆର୍‌ ପ୍ରଦାନ କରିଛି ।…

ବରଗଡ଼ରେ ହେବ ୩ ନୂଆ ବୃହତ ସେତୁ: ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୮(ଅସମାପିକା ସାହୁ): ବରଗଡ଼ ଜିଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri