ମେଟ୍ରୋ

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୬ ଜିଲାର ଏସ୍‌ପି

ଭୁବନେଶ୍ୱର,୨୪।୧: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି…

ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve…

୬ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡ଼କ ଦୁର୍ଘଟଣାରେ ବୁଧବାର ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ…

ଓଡ଼ିଆ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୪।୧: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳକୁ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ରୂପରେ ଓଡ଼ିଶାବାସୀଙ୍କୁ ଭେଟିଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲରେ ରହି ଉଦ୍‌ଘାଟନ କରିଛନ୍ତି ।…

ବିଜୁଙ୍କ ଫଟୋ ଆଉଟ୍‌: ଅଜୟ କୁମାର

ଭୁବନେଶ୍ୱର, ୨୪।୧(ଅସମାପିକା ସାହୁ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବା…

୩ ମାସ ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ: ମୋକିମ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିବା ପରେ ଖୁସି ପ୍ରକାଶ କରିଛନ୍ତି ବିଧାୟକ ମୋକିମ। ଏନେଇ ଶେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ନିଲମ୍ବନ…

ବିଶ୍ୱସ୍ତରୀୟ ପଥରେ କଟକ ରେଳଷ୍ଟେସନ: ବିମାନବନ୍ଦର ଢାଞ୍ଚାରେ ପ୍ରବେଶ, ମୁଖ୍ୟକୋଠାରେ ନୌବାଣିଜ୍ୟର ଝଲକ

କଟକ,୨୩ା୧ (କାର୍ତ୍ତିକ ସାହୁ) ବିଶ୍ୱସ୍ତରୀୟ ରେଳଷ୍ଟେସନର ମାନ୍ୟତା ପାଇବାକୁ ଯାଉଛି କଟକ ରେଳଷ୍ଟେସନ। ରେଳଷ୍ଟେସନର ନୂତନ କୋଠାରେ ଆକର୍ଷଣୀୟ ରୂପରେ ଶୋଭାପାଇବ ନୌବାଣିଜ୍ୟର ମନୋରମ ଭାସ୍କର୍ଯ୍ୟ। ଓଡ଼ିଆ ନୌବାଣିଜ୍ୟର ସ୍ମୃତି ରୋମନ୍ଥନ ସହ ଐତିହାସିକ ବାଲିଯାତ୍ରାକୁ ବର୍ଷତମାମ ମନେ ପକାଇଦେବ ଏହି…

ଜନ୍ମସ୍ଥାନରେ ନେତାଜୀ ଜୟନ୍ତୀ

କଟକ,୨୩ା୧ (କାର୍ତ୍ତିକ ସାହୁ) ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ସମାରୋହ ଓଡ଼ିଆବଜାରସ୍ଥିତ ତାଙ୍କ ଜନ୍ମସ୍ଥାନରେ ମଙ୍ଗଳବାର ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର…

OSRTC ବସ୍‌କୁ ଧକ୍କା ଦେଲା ଘରୋଇ ବସ: ଏକାଧିକ ଆହତ

ଭୁବନେଶ୍ୱର,୨୩।୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। OSRTC ବସ୍‌କୁ ପଛରୁ ଏକ ଘରୋଇ ବସ୍‌କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ…

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର, ୨୩ା୧(ଅସମାପିକା ସାହୁ):ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା…

ମୋକିମ, ଚିରଞ୍ଜୀବଙ୍କ ଉପରୁ ଉଠିପାରେ ନିଲମ୍ବନ

ଭୁବନେଶ୍ୱର,୨୩।୧(ଶର୍ମିଷ୍ଠା ପାଣିଗ୍ରାହୀ):କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଖୁବ୍‌ଶୀଘ୍ର କଂଗ୍ରେସ ନିଲମ୍ବନ ଉଠାଇପାରେ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନାହାନ୍ତି। ତେବେ ସୋମବାର ଏହି…

ଦଳୀୟ ନେତାଙ୍କ ସହ ଚା’ ପିଇ ଧର୍ମେନ୍ଦ୍ରଙ୍କ ଆଲୋଚନା

କଟକ,୨3।୧(ଶିଳ୍ପା ପ୍ରିୟଦର୍ଶିନୀ):ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆବୋଦାସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ୧୫ ମିନିଟ୍‌ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଅତିବାହିତ କରିବା ସହ ସହ ଚା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri