ଠିକା କର୍ମଚାରୀଙ୍କ ଦରମା ବଢ଼ାଇଲେ ସରକାର
ଭୁବନେଶ୍ୱର,୭ା୩(ଅସମାପିକା ସାହୁ): ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା…
ବିଜେଡିରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ
ଭୁବନେଶ୍ୱର,୭ା୩: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ…
ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ, ଯିଏ ଭାଜପାକୁ ଆଣିଥିଲେ ସରକାରକୁ
ଭୁବନେଶ୍ୱର,୭।୩: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡିଛି। ଗତକାଲି ରାତିରେ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ଭାଜପାର କୋର କମିଟି ବୈଠକ ପରେ ଏବେ ବିଜେଡି-ଭାଜପା ମେଣ୍ଟ ସମ୍ଭାବନା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି…
ଆଶାକର୍ମୀଙ୍କ ଦରମା ବଢ଼ାଇଲେ ସରକାର
ଭୁବନେଶ୍ୱର,୭ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶାକର୍ମୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨…
ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ହେଲେ କାହାକୁ ମିଳିବ କେତେ ଆସନ, ଜାଣନ୍ତୁ…
ଭୁବନେଶ୍ୱର,୭।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ତୀବ୍ର ଆଲୋଚନା କରାଯାଉଛି। ତେବେ ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏହି ସମୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ,…
ଘୋଷଣା ହେବ ମେଣ୍ଟ! ଓଡିଶା ଆସୁଛନ୍ତି ଅମିତ ଶାହା
ଭୁବନେଶ୍ୱର,୭।୩: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ…
କାଳ ହେଲା ବିବାହ ଭୋଜି: ଜଣେ ଶିଶୁ ମୃତ, ୨୫ ଅସୁସ୍ଥ
ମାଥିଲି,୭।୩: ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ନୂଆଗୁଡା ଗ୍ରାମରେ ଜଣେ…
ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ
ଭୁବନେଶ୍ୱର,୭।୩: ଶୁକ୍ରବାର ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ…
ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍ ଔଷଧ କାରବାର
ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି…
ଜାଗର ପାଇଁ ମାଟିଦୀପ
କଟକ,୭ା୩(ଶିଳ୍ପା ପ୍ରିୟଦର୍ଶିନୀ)ଶୁକ୍ରବାର ମହାଶିବରାତ୍ରି ବା ଜାଗର ଅମାବାସ୍ୟା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି କଟକ ସହର। ଦୀପ କାରିଗରଙ୍କୁ ଟିକେ ବି ଫୁରସତ୍ ନାହିଁ। ସରସ୍ବତୀ ପୂଜାଠାରୁ ଦୀପ ତିଆରି କାମ ଆରମ୍ଭ କରିଥାନ୍ତି କୁମ୍ଭକାର। ଫ୍ୟାନ୍ସି ବା କୋଲକାତା ଗଙ୍ଗା ମାଟିରେ…
ସାପକାମୁଡ଼ା ମୃତ୍ୟୁରେ ଭିସେରା ସାମ୍ପଲ ବାଧ୍ୟତାମୂଳକ
ଭୁବନେଶ୍ୱର, ୭।୩(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ମେଡିକୋ ଲିଗାଲ ଗାଇଡ୍ଲାଇନ୍ରେ ସାପ କାମୁଡ଼ା ମାମଲାରେ ପୋଷ୍ଟମର୍ଟମ କରୁଥିବା ମେଡିକାଲ ଅଫିସର ଭିସେରା ସାମ୍ପଲ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଭିସେରା ସାମ୍ପଲ ସଂଗ୍ରହରେ ବିଫଳ ହୋଇଥିଲେ ଆଇପିସିର ଧାରା ୨୦୧ ଅନୁଯାୟୀ…
ଅଭିଜ୍ଞତାରୁ ସଫଳ ଉଦ୍ୟୋଗୀ
ଯାଜପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଉଦ୍ୟମ ଓ ଅଭିଜ୍ଞତାରୁ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏପରିକି ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଏବଂ ଇଗ୍ନୁରୁ…
Archives


