ମେଟ୍ରୋ

ଧମକପୂର୍ଣ୍ଣ ମେଲ ପଛରେ କିଏ? କ୍ରାଇମବ୍ରାଞ୍ଚର ତନାଘନା: ଡିଜିପି କହିଲେ…

ଭୁବନେଶ୍ୱର,୩୦।୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ  ସୃଷ୍ଠଇ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା…

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ଆମେ ମାଗି ଖିଆ ନୁହଁ ଯଦି ଦବ ତାହେଲେ …. କାହିଁକି ଏମିତି କହିଲେ ଖାଦ୍ୟଯୋଗାଣ ମନ୍ତ୍ରୀ 

ଭୁବନେଶ୍ୱର,୩୦।୧୧:ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରି ଶନିବାର ସ୍ପଷ୍ଟ…

ମୋଦିଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧାନ୍ତ: କହିଲେ, ତାଙ୍କ ସହ ପଦେ କଥା ହେଲେ…

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ଏହି ସମୟରେ ସେ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖାଇଲେ ଖାଣ୍ଟି ଓଡ଼ିଆ ଖାଦ୍ୟ, ଜହ୍ନି ଆଳୁ ରାଇଠୁ ଆରମ୍ଭ କରି…

ଭୁବନେଶ୍ୱର,୩୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୋଜିତ ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ରହଣି ସମୟରେ ସେ ପୂରା ଖାଣ୍ଟି ଓଡ଼ିଆ ଖାଦ୍ୟ ଖାଇଛନ୍ତି। ଏନେଇ ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ମଞ୍ଚରେ ବସିଲେନି, ମାଇକ୍‌ ଧରି ବୁଲିଲେ ମୋଦି: କାର୍ଯ୍ୟକର୍ତ୍ତାଙ୍କୁ ଶୁଣାଇଲେ ଝିଅ-ବୋହୂ ଥିଓରି

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଅସିଛନ୍ତି। ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା…

ଡିଜିପି ସମ୍ମିଳନୀ:ଲୋକସେବା ଭବନରେ ପହଞ୍ଚିଲେ ମୋଦି, ଶାହା

ଭୁବନେଶ୍ୱର,୩୦।୧୧: ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଲୋକସେବା ଭବନରେ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ…

ଗୁରୁମନ୍ତ୍ର ଦେଉ ଦେଉ ବିଳମ୍ବ କରିଦେଲେ ମୋଦି: ୨ ଘଣ୍ଟାର କାର୍ଯ୍ୟସୂଚୀ ଥିଲା, ସାଢେ ୩ ଘଣ୍ଟା ରହିଲେ

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର):୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା…

ମାଡ଼ିଆସୁଛି ବାତ୍ୟା ‘ଫେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ରହିଛି। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା…

ସର୍ବଭାରତୀୟ ଡିଜିପି ସମ୍ମିଳନୀ:ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩୦ା୧୧(ଅନିଲ ଦାସ):ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ସ୍ବରାଷ୍ଟ୍ର…

ଜଙ୍ଗଲ ସୁରକ୍ଷାରେ ୧୩୯ ଅତ୍ୟାଧୁନିକ ଯାନ ସାମିଲ

ବାରଙ୍ଗ/ଭୁବନେଶ୍ୱର,୩୦।୧୧ (ଲିଙ୍ଗରାଜ ରାଉତ/ବନ୍ଦନା ସେଠୀ):ଆହୁରି ଅଧିକ ସୁଦୃଢ଼ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ। ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍‌-ଟେରେନ୍‌ ଭେହିକିଲ୍‌…

ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ: ମୋଦି

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ୩ ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିବା ମୋଦି ଶୁକ୍ରବାର ବିମାନବନ୍ଦର ନିକଟରେ ଅନୁଷ୍ଠିତ ଜନସଭାରେ…

୬ ଘଣ୍ଟାରେ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ଛେଚିବ…

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ। ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri