ଜଙ୍ଗଲ ସୁରକ୍ଷାରେ ୧୩୯ ଅତ୍ୟାଧୁନିକ ଯାନ ସାମିଲ

ବାରଙ୍ଗ/ଭୁବନେଶ୍ୱର,୩୦।୧୧ (ଲିଙ୍ଗରାଜ ରାଉତ/ବନ୍ଦନା ସେଠୀ):ଆହୁରି ଅଧିକ ସୁଦୃଢ଼ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ। ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍‌-ଟେରେନ୍‌ ଭେହିକିଲ୍‌ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ। ଶୁକ୍ରବାର ବଟାନିକାଲ୍‌ ଗାର୍ଡେନ୍‌ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏସବୁ ଯାନକୁ ରାଜ୍ୟର ୧୮ଟି ଜିଲାରେ ଥିବା ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ଟି ସଂରକ୍ଷିତ ଅଞ୍ଚଳକୁ ପ୍ରଦାନ କରିଛନ୍ତି। ଏହି ଯାନ ମଧ୍ୟରେ ରହିଛି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୫୧ଟି ଅଲ-ଟେରେନ ମୋଟରଯାନ। ଜଙ୍ଗଲର ପ୍ରତି ସ୍ଥାନକୁ ଏହି ଅତ୍ୟାଧୁନିକ ଯାନ ସହଜରେ ଯାଇପାରିବ। ବାଲି, ମାଟି, କାଦୁଅ, ପଥର ଉପରେ ଚଢ଼ି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ। ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଏହା ପ୍ରାକୃତିକ ବିପଦକୁ କମ୍‌ କରିବା ସହ ଗୁପ୍ତ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ। ସେହିପରି କଷ୍ଟୋମାଇଜ୍‌ଡ ସ୍ପ୍ରିଙ୍କଲର୍‌ ସିଷ୍ଟମ ସହିତ ୪୧ ଅଗ୍ନି ନିର୍ବାପକ ୟୁନିଟ୍‌ ଓ ୪୭ ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି। ସଡ଼କ ପାର୍ଶ୍ୱରେ ଘଟୁଥିବା ଅଗ୍ନିକାଣ୍ଡ ରୋକିବାକୁ ଦୃଷ୍ଟିରେ ରଖି ସ୍ପ୍ରିଙ୍କଲରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବା ସହ ଏଥିଜନିତ କ୍ଷୟକ୍ଷତିକୁ କମ୍‌ କରିବା ପାଇଁ ବିଶେଷ ଭାବରେ ଡିଜାଇନ କରାଯାଇଛି। ଏନେଇ ପିସିସିଏଫ୍‌ ନନ୍ଦ କହିଛନ୍ତି, ଜଙ୍ଗଲ ସୁରକ୍ଷା ଅଭିଯାନରେ ୩ ପ୍ରକାର ଗାଡ଼ି ସାମିଲ କରାଯାଇଛି। ସବୁଥିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲର କୋଣଅନୁକୋଣରେ ଏହା ପହଞ୍ଚତ୍ପାରିବ। ପଶୁ ଶିକାର ଓ କାଠ ଚୋରାଚାଲାଣ ଉପରେ ନଜର ରଖିହେବ। ସେହିପରି ଜଙ୍ଗଲରେ ହଠାତ୍‌ ନିଅଁା ଲାଗିଲେ ଏହା ସେଠାରେ ପହଞ୍ଚତ୍ ନିଅଁା ଲିଭାଇପାରିବ। ଫଳରେ ବହୁମାତ୍ରାରେ ଜଙ୍ଗଲ ଏବଂ ଏଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ନିଅଁା କବଳରୁ ରକ୍ଷା କରିହେବ ବୋଲି ସେ କହିଛନ୍ତି। ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଯାନ ବିତରଣ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ନିର୍ଦ୍ଦେଶକ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପ-ବନ ସଂରକ୍ଷକ ସମ୍ୟକ ସାମନ୍ତରାୟଙ୍କ ସମେତ ରେଞ୍ଜରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?